ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଦିବସ ଆମ ଜାତୀୟ ଅସ୍ମିତାର ପରିଚାୟକ : ବରିଷ୍ଠ କଳାକାର ମହାସଂଘ 

ଉତ୍କଳ ଦିବସ ଆମ ଜାତୀୟ ଅସ୍ମିତାର ପରିଚାୟକ : ବରିଷ୍ଠ କଳାକାର ମହାସଂଘ 

ବ୍ରହ୍ମପୁର, ତା. ୦୧/୦୪ :  କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ଏବଂ ଗଞ୍ଜାମ ଜିଲ୍ଲା ଶାଖାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବାଲାଜୀପେଣ୍ଠ ମହାସଂଘ କାର୍ଯ୍ୟାଳୟ ପରିସରରେ ପବିତ୍ର ଉତ୍କଳ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କଳାପ୍ରାଣ କୈଳାସ ପାଣିଗ୍ରାହୀ, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରାସାଦ ଶର୍ମା, ସଂଗୀତାଚାର୍ଯ୍ୟ ଲଷ୍ମୀ ନାରାୟଣ ସାମଲ, ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ଅଭିରାମ ରାଉଳ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଉତ୍କଳ ଦିବସ ଆମ ଜାତୀୟ ଅସ୍ମିତାର ପରିଚାୟକ ବୋଲି ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ କ୍ରମରେ ଓଡ଼ିଶା ଦିବସ ଓ ଉତ୍କଳ ଦିବସ ଏକ ଓ ଅଭିନ୍ନ, ସ୍ୱତନ୍ତ୍ର ପ୍ରଦେଶ ପ୍ରତିଷ୍ଠା କାଳରେ କଳିଙ୍ଗ, କୋଶଳ ଆଦି ପ୍ରାନ୍ତୀୟତାକୁ ଭୁଲି ଏକ ବୃହତ୍ତର ଉତ୍କଳ ପ୍ରଦେଶ ତର୍କଣା ଭିତରେ ଉତ୍କଳ ଦିବସର ସୃଷ୍ଟି ବୋଲି ସୂଚନା ଦେଇଥିଲେ। ବରିଷ୍ଠ ମଞ୍ଚ ଅଭିନେତା ଶଙ୍କର୍ଷଣ ସାବତ ପାରମ୍ପରିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ସ୍ୱର ବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଡ଼ା. ତିରୁପତି ସାହୁ, ମହେନ୍ଦ୍ର କୁମାର ସାହୁ, ଚିତ୍ତ ରଞ୍ଜନ ଦଳେଇ, ବଳଦେବ ସାହୁ, କୁନୁ ବେହେରା, ସୁବାସ ଚନ୍ଦ୍ର ସାହୁ ମାମା, କାଳୁ ପାଣିଗ୍ରାହୀ, ଜି. କାମରାଜୂ ପାତ୍ର, ଦୀନବନ୍ଧୁ ପାତ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ପରିଶେଷରେ ଉପ-ମହାସଚିବ ପ୍ରଦୀପ କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

( ମ ନି ସ )

Related posts

ସ୍କାଉଟ ଗାଇଡ୍ କବବୁଲବୁଲ ର ରାଜ୍ୟ ପୁରସ୍କାର ପରୀକ୍ଷା ଶିବିର 

masiha

ଶ୍ରମିକ ଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା କରିବାକୁ ସି ଆଇ ଟି ୟୁ ର ଦାବି, ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ

Sunil Chandra Nayak

ବାହାରର ଟିପ୍ପର ଆରଏସପିରୁ ମାଲ ପରିବହନକୁ ବିରୋଧ କରି ରଘୁନାଥପାଲି ଟିପ୍ପର ମାଲିକ ସଂଘ ପକ୍ଷରୁ ଧର୍ମଘଟ

Leave a Comment

error: Content is protected !!