ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଦିନ ନୂଆପଡ଼ା ଜିଲ୍ଲାପାଳଙ୍କ ଭାରତୀୟ ପ୍ରଶାସନିକ ସେବାକୁ ପଦୋନ୍ନତି ସ୍ଵୀକୃତ 

ନୂଆପଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଦିନ ନୂଆପଡ଼ା ଜିଲ୍ଲାପାଳଙ୍କ ଭାରତୀୟ ପ୍ରଶାସନିକ ସେବାକୁ ପଦୋନ୍ନତି ସ୍ଵୀକୃତ 

 ନୂଆପଡା, ନୂଆପଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଦିନ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଭାରତୀୟ ପ୍ରଶାସନିକ ସେବାକୁ ପଦୋନ୍ନତି ମିଳିଛି। ସମଗ୍ର ଓଡ଼ିଶାରେ ଓଡ଼ିଶା ସିଭିଲ ସେବାରେ କାର୍ଯ୍ୟରତ ବିଭିନ୍ନ ବରିଷ୍ଠ ଅଧିକାରୀଙ୍କ କର୍ମ ଦକ୍ଷତା ଦୃଷ୍ଟିରୁ ପଦୋନ୍ନତି ପାଇଁ ସୁପାରିଶ ହୋଇଥିବା ବେଳେ ସେମାନଙ୍କୁ ଏବେ ରାଷ୍ଟ୍ରପତିଙ୍କ ସ୍ଵୀକୃତି ପରେ ପଦୋନ୍ନତି ମିଳିଛି। ଏହା ନୂଆପଡା ଜିଲ୍ଲା ପାଇଁ ଏକ ଗର୍ବ ଓ ଗୌରବ ବିଷୟ ଅଟେ। ଶ୍ରୀଯୁକ୍ତ ଦାଶଙ୍କ ଯୋଗଦାନ ପରେ ଜିଲ୍ଲାରେ ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ସହିତ ବିଭାଗୀୟ ଅଧିକାରୀଙ୍କୁ ସୁସଙ୍ଗଠିତ ଭାବରେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଇଥିଲେ । ତାଙ୍କ 8 ମାସର ପ୍ରଚେଷ୍ଟା ବଳରେ ନୂଆପଡା ଜିଲ୍ଲା ବିକାଶ କ୍ଷେତ୍ରରେ ବିଭିନ୍ନ ମାନଦଣ୍ଡରେ ସମଗ୍ର ରାଜ୍ୟରେ ଆଗୁଆ ଅଛି । ବିଶେଷ କରି ଜିଲ୍ଲାରୁ ପ୍ରବାସୀ ଶ୍ରମିକ ନିରାକରଣ କରିବା ପାଇଁ ତାଙ୍କ ଆନ୍ତରିକ ପ୍ରଚେଷ୍ଟା ବିଶେଷ ସଫଳ ହୋଇଛି । ଝିଅ ପାଇଁ ଗଛଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ, ଅନ୍ତ ବିଭାଗୀୟ ମାସିକ ସମନ୍ୱୟ ବୈଠକ ଭଳି ନୂତନ ପଦକ୍ଷେପ ଜିଲ୍ଲାରେ ବେଶ୍ ଆଦୃତ ହୋଇଛି । ଜିଲ୍ଲାପାଳଙ୍କ ପ୍ରଚେଷ୍ଟାରେ ଦୀର୍ଘ ବାର ବର୍ଷ ବ୍ୟବଧାନରେ ଜିଲ୍ଲାରେ ପୁଣି ମାରାଗୁଡା ଲୋକ ମହୋତ୍ସବ ଆଉଥରେ ଅନୁଷ୍ଠିତ ହୋଇ ପାରିଛି । ଜିଲ୍ଲାପାଳଙ୍କ ଏହି ପଦୋନ୍ନତିରେ ଖୁସିହୋଇ ଜିଲ୍ଲାର ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗାଙ୍ଗପୁର ଥାନାରେ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ: ଥାନା ଏବଂ ହାଜତ ବୁଲି ଦେଖିଲେ ଛାତ୍ରୀ

ରବି ଚାଷ ଧାନ ବିକ୍ରି ପାଇଁ ତହସିଲଦାରଙ୍କୁ ଦାବିପତ୍ର ଦେଲେ କୋକସରା ସଚେତନ କୃଷକ ମଞ୍ଚର କର୍ମକର୍ତ୍ତା

Sunil Chandra Nayak

ଡ୍ରେନ ଉପରୁ ପଡି ଜଣେ ମୃତ 

Sunil Chandra Nayak

Leave a Comment

error: Content is protected !!