ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜନୈତିକ ଦଳ ଓ ନିର୍ବାଚନ ଆୟୋଗଙ୍କ ସମ୍ପର୍କ ଅଭିଯାନ 

ରାଜନୈତିକ ଦଳ ଓ ନିର୍ବାଚନ ଆୟୋଗଙ୍କ ସମ୍ପର୍କ ଅଭିଯାନ 

ନୂଆପଡା, ଭାରତୀୟ ନିର୍ବାଚନ କମିଶନ ଦେଶରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ , ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ ମାନଙ୍କ ସହିତ ରାଜନୈତିକ ଦଳଗୁଡିକର ସଂଚାରିତ ସମ୍ପର୍କରେ ଏକ ଶୃଙ୍ଖଳା ପରିଚାଳନା କରିଥିଲେ । ଆରମ୍ଭର ୨୫ ଦିନ ମଧ୍ୟରେ ୩୧ ମାର୍ଚ ୨୦୨୫ ସୁଦ୍ଧା ମୋଟ ୭୧୯ଟି ବୈଠକ ଅନୁଷ୍ଠିତ ହୋଇଥିଲା ,ଯେଉଁଥିରେ ୪୦ ଜଣ ମୁଖ୍ୟ ନିର୍ବାଚନ ଅଧିକାରୀ , ୮୦୦ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ୩୮୭୯ ଜଣ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଯୋଗଦାନ କରିଥିଲେ । ଏଥିରେ ଦେଶ ବ୍ୟାପି ୨୮ ହଜାରରୁ ଅଧିକ ରାଜନୈତିକ ଦଳର ପ୍ରତିନିଧି ସାମିଲ ହୋଇଥିଲେ । ଏହି ବୈଠକ ଗୁଡିକ ନୂଆଦିଲ୍ଲୀର ଆଇ ଆଇ ଆଇ ଡିଏମ ରେ ମାର୍ଚ ୪ ଓ ୫ ରେ ମୁଖ୍ୟ ନିର୍ବାଚନ ଅଧିକାରୀ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହିତ ନିର୍ବାଚନ କମିଶନର ଡକ୍ଟର ସୁଖବିର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଜୋଶୀ ଦ୍ବାରା ଜାରି ନିର୍ଦେଶ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ହିଞ୍ଜିଳିକାଟୁ ଠିକାଦାର ସଂଘର ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା: ସିଡ୍ୟୁଲ ରେଟ୍‌ରୁ କମ୍ ଦରରେ ବିଡ୍ କଲେ ସଂଘ ନିର୍ଧାରିତ ରାଶି ସଂଘକୁ ଜମା ପ୍ରସ୍ତାବ ଆଲୋଚନା 

ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

Sunil Chandra Nayak

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ବୈଠକ 

Sunil Chandra Nayak

Leave a Comment

error: Content is protected !!