ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିମ୍ନ ମାନର ରାସ୍ତା କାମ ନିର୍ମାଣ ଅଭିଯୋଗ ରାସ୍ତା କାମ କୁ ନେଇ ତାତିଲେ ଅଂଚଳବାସୀ କିଛି ସମୟ ଯାଏ ଏସଡ଼ିଓ ଙ୍କୁ ଅଟକ ରଖିଲେ ଆନ୍ଦୋଳନ କାରି ପଦା ରେ ପଡିଲା ବିଭାଗୀୟ ଅଧିକାରୀ ଏବି ଠିକାଦାର ଙ୍କ ମଧୁଚନ୍ଦ୍ରିକା  

ନିମ୍ନ ମାନର ରାସ୍ତା କାମ ନିର୍ମାଣ ଅଭିଯୋଗ ରାସ୍ତା କାମ କୁ ନେଇ ତାତିଲେ ଅଂଚଳବାସୀ କିଛି ସମୟ ଯାଏ ଏସଡ଼ିଓ ଙ୍କୁ ଅଟକ ରଖିଲେ ଆନ୍ଦୋଳନ କାରି ପଦା ରେ ପଡିଲା ବିଭାଗୀୟ ଅଧିକାରୀ ଏବି ଠିକାଦାର ଙ୍କ ମଧୁଚନ୍ଦ୍ରିକା  

ଫୁଲବାଣୀ ,19/୧୨( ମସିହା) କନ୍ଧମାଳ ନିମ୍ନ ମାନର ଏକ ରାସ୍ତା କାମ ନିର୍ମାଣ କୁ ନେଇ ରାଜରାସ୍ତା କୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି ଅଂଚଳବାସୀ I କେବଳ ଆନ୍ଦୋଳନ କରିନାହାନ୍ତି ରାସ୍ତା କାମ ଦାୟିତ୍ୱ ରେ ଥିବା ବିଭାଗୀୟ ଏସଡ଼ିଓ ଙ୍କୁ କିଛି ସମୟ ଧରି ପର୍ଯ୍ୟନ୍ତ ଅଟକ ରଖିବା ସହ କାମ ଠିକଠାକ ନକଲେ କାମ ବନ୍ଦ କର ନଚେତ ପରିସ୍ଥିତି ଭୟବହ ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି I ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ପବିଙ୍ଗିଆ ପଞ୍ଚାୟତ ର ମଗମୁଣ୍ଡା ଗାଁ ନିକଟରେ ସୂଚନା ଯୋଗ୍ୟଯେ ଗତ ଦୁଇବର୍ଷ ହେବ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରାୟ ତିନି କୋଟି ରୁ ଉର୍ଦ୍ଧ ହେବ ବ୍ୟୟ ଅଟକଳରେ ପବିଙ୍ଗିଆ ପଞ୍ଚାୟତ ର ସାଇତିଙ୍ଗିଆ ଠାରୁ ଫୁଲବାଣୀ ସଦର ବ୍ଲକ ଅଧୀନରେ ଥିବା ମିଣିଆ ପଞ୍ଚାୟତ ର ଅଡିଗାର ଭାୟା ମଗମୁଣ୍ଡା କୁ ପ୍ରାୟ ସାତକିଲୋମିଟର ରୁ ଦୂରତା ବିଶିଷ୍ଠ ଏକ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ଚାଲିଛି I ପ୍ରଥମତଃ ସରକାରୀ ନିୟମ କୁ ଖୋଲାଖୋଲି ଭାବରେ ଉଲଂଘନ କରି ସମ୍ପୃକ୍ତ ଠିକା ସଂସ୍ଥା କୌଣସି ଜାଗାରେ କୌଣସି ସୂଚନା ଫଳକ ଲଗେଇନାହିଁ I ଦ୍ଵିତୀୟ ରେ ଏହି ରାସ୍ତାର ନିର୍ମାଣ କାମ ଆରମ୍ଭରୁ ସମ୍ପୃକ୍ତ ଠିକା ସଂସ୍ଥା ନିମ୍ନ ମାନର କାମ କରିଆସୁଥିବ ବେଳେ ଏହାକୁ ନେଇ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଅଞ୍ଚଳବାସୀ ଙ୍କ କୌଣସି କଥା କୁ ସମ୍ପୃକ୍ତ ଠିକା ସଂସ୍ଥା ଭୃକ୍ଷେପ କରୁନାହିଁ I ଅନ୍ୟପଟେ ରାସ୍ତା କାମ ହେବା ଦ୍ୱାରା ଠିକା ସଂସ୍ଥା ର ଭୁଲ ପାଇଁ ସାଇତିଙ୍ଗିଆ ଅଂଚଳର କିଛି ଚାଷୀ ଙ୍କ ଚାଷ ଜମିକୁ ପାଣି ଯାଉନଥିବାରୁ ଦୀର୍ଘ ଦୁଇ ବର୍ଷ ହେବ ଚାଷ କାମ ହୋଇ ପାରୁନଥିବା ସ୍ଥାନୀୟ ଅଞ୍ଚଳରେ କିଛି ଚାଷୀ ଅଭିଯୋଗ କରିଛନ୍ତି I ତେବେ ଗତ କିଛିଦିନ ହେଲା ଏହି ରାସ୍ତାରେ ସମ୍ପୃକ୍ତ ଠିକସଂସ୍ଥା ପିଚୁ ଆରମ୍ଭ କରିଛି I ବିଭାଗୀୟ ଯନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ଏସଡ଼ିଓ ଙ୍କ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ର ତତଦାରଖ କରୁଛନ୍ତି I କିନ୍ତୁ କାମଟି ଏତେ ନିମ୍ନ ମାନର ହେଉଛି ଯେ ଗୋଟେ ପଟେ ପିଚୁ ପଡିପଡ଼ି ଚାଲିଥିବା ବେଳେ ଅନ୍ୟପଟେ ପିଚୁ ଉଠିଉଠି ଯାଉଛି I ଘଟଣାକୁ ନେଇ ସ୍ଥାନୀୟ ଲୋକେ ଅଭିଯୋଗ ମଧ୍ୟ କରିଛନ୍ତି କିନ୍ତୁ ଏହି ଦୃଶ୍ୟ କୁ ଦେଖି ନଦେଖିଲା ପରି ବିଭାଗୀୟ ଅଧିକାରୀ ଚୁପ ହୋଇ ବସିରହିଛନ୍ତି I ଘଟଣାକୁ ନେଇ ଗୁରୁବାର କାମ ଚାଲିଥିବା ବେଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା I ରାସ୍ତା କମର ତଦାରଖ କରିବାକୁ ବିଭାଗୀୟ ଏସଡ଼ିଓ ଶୁସିଲ କୁମାର ମହାନ୍ତି କାମ ଜାଗାକୁ ଯାଇଥିବା ବେଳ ସ୍ଥାନୀୟ ଅଂଚଳର ଶତାଧିକ ମହିଳା ଓ ପୁରୁଷ ଏଡିଓ ଙ୍କୁ କିଛି ସମୟ ଧରି ରଖିବା ସହ ଉତ୍ୟକ୍ତ ହୋଇ ଉଠିଥିଲେ I କିଛିସମୟ ପାଇଁ କାମ ଜାଗାରେ ଉତରେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା I ପରେ ଅଞ୍ଚଳବାସୀ ଙ୍କ ଦାବିକୁ ସମର୍ଥନ ଜଣାଇ କାମ ଠିକ ଠାକ ଚଳିବ ଓ ଚାଷୀ ମାନଙ୍କ ଜମି କୁ ପାଣି ଯିବାର ବନ୍ଦୋବସ୍ତ କରିବା ପାଇଁ ପ୍ରତିଶୃତି ଦେବାପରେ ଉତ୍ତେଜନା ସାନ୍ତ ପଡିଥିଲା I ସୂଚନା ଥାଉକି ଏହି ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଅଂଚଳବାସୀ ଦୁଇ ଦୁଇ ଥର ଭୋଟ ବର୍ଜନ କରିସାରିଥିବା ବେଳେ ଅଂଚଳର ଏକ ଟିମ ତିନିଥର ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରସ୍ତ ହୋଇଥିଲା କିଛି ଦିନ ତଳେ ରାସ୍ତା ନିର୍ମାଣ କରାଯାଇଥିବା ଭିଡିଓ ଭାଇରାଲ୍ ହେଇଥିଲା ପିଚୁ ଉଠିଯାଇଥିଲା I ପରେ ତତ୍କାଳୀନ ପ୍ରଚେଷ୍ଟା ରେ ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ଅନୁମୋଦନ କରିଥିଲେ I ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଶହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ କୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି କିନ୍ତୁ କିଛି ଭିଭାଗୀୟ ଅଧିକାରୀ ଓ ଠିକସଂସ୍ଥା ମାନଙ୍କର ମଧୁଚନ୍ଦ୍ରିକା ପାଇଁ ନିମ୍ନ ମାନର କାମ ହେଉଥିବାରୁ ରାସ୍ତା ନିର୍ମାଣ କାମ ଗୁଡିକ ର ସ୍ଥାୟୀତ୍ୱ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି I ଏଥିପ୍ରତି ବିଭାଗ ର ଉଚ୍ଚପଦସ୍ତ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ନେତା ମନ୍ତ୍ରୀ ଓ ଜିଲ୍ଲାପାଳ ଧ୍ୟାନ ଦେବା ଜରୁରୀ ହୋଇପଡିଛି ।

କନ୍ଧମାଳରୁ ଅକ୍ଷୟ କୁମାର କର୍ଣ୍ଣ 

Related posts

ଆଇ ଏସ ଆର ଡି ୱାନ ଷ୍ଟପ ସେଣ୍ଟର ତରଫରୁ ରାଷ୍ଟ୍ରୀୟ ଶିଶୁ ସନ୍ତାନ ଦିବସର ସପ୍ତାହ 

masiha

ଶିଶୁବାଟିକା ପାଇଁ ସଚେତନତା ଶୋଭାଯାତ୍ରା

masiha

୧୩ ଦଫା ଦାବି ନେଇ ଓମସା, ରାଇରଙ୍ଗପୁର ଶାଖାର ଖବରଦାତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!