ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା-ବିଜୟାନନ୍ଦ ପବ୍ଲିକ୍ ସ୍କୁଲର ରୌପ୍ୟ ଜୟନ୍ତୀ ପାଳିତ 

ଗୋଲାମୁଣ୍ଡା-ବିଜୟାନନ୍ଦ ପବ୍ଲିକ୍ ସ୍କୁଲର ରୌପ୍ୟ ଜୟନ୍ତୀ ପାଳିତ 

 , କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ବିଜୟାନନ୍ଦ ପବ୍ଲିକ୍ ସ୍କୁଲର ୨୫ତମ ବାର୍ଷିକ ଉତ୍ସବ ତଥା ରୌପ୍ୟ ଜୟନ୍ତୀ ପାଳିତ ହୋଇ ଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଇଞ୍ଜିନିୟର ପ୍ରିୟବ୍ରତ ସିପକା ଏହି ଉତ୍ସବରେ ସଭାପତିତ୍ଵ କରି ଛାତ୍ର ଛାତ୍ରୀମାନଙ୍କୁ ଉତ୍ତମ ମଣିଷ ହେବା ପାଇଁ ଉତ୍ସାହିତ କରିବା ସହ ବିଦ୍ୟାଳୟର ଉନ୍ନତି ଦିଗରେ ଅଭିଭାବକମାନଙ୍କ ସହଯୋଗ ପାଇଁ ସାଧୁବାଦ ଜଣାଇଥିଲେ । ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ସ୍ଵତନ୍ତ୍ର ଅତିଥି ଭାବେ ତହସିଲଦାର ଚନ୍ଦନ କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଗୋଲାମୁଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀ ଜ୍ୟୋତି ପ୍ରସାଦ ତାଣ୍ଡି , ସରପଞ୍ଚ ପୁରୁଷୋତ୍ତମ ରାଉତ , ପଞ୍ଚାୟତ ସମିତି ସଭ୍ୟାଙ୍କ ପ୍ରତିନିଧି ସୁବାସ ନାଏକ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଶକ୍ତିର ସାମଗ୍ରିକ ବିକାଶ ଦିଗରେ ଉଭୟ ପିତା-ମାତା ଓ ବିଦ୍ୟାଳୟର ସକ୍ରିୟ ଭୂମିକା ରହିଛି ବୋଲି ମତ ଦେଇଥିଲେ। ଉପାଧ୍ୟକ୍ଷା ଅଳକା କେଶରୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟକ୍ଷ ଅମର ନାଏକ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ପରିଚାଳନା ପରିଷଦର ସମ୍ପାଦକ ରୋହିତ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଗୁଣନିଧି ରାଉତ ମଂଚ ସଞ୍ଚାଳନା କରିଥିଲେ। ଏହି ଅବସରରେ ବାର୍ଷିକ କ୍ରୀଡ଼ା ଓ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ଉତ୍କର୍ଷ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଅଭିଭାବକ, ପରିଚାଳନା ପରିଷଦର ସଦସ୍ୟ ତଥା ଶିକ୍ଷକ ବିରେନ୍ଦ୍ର ସେନାପତି, ଶମ୍ଭୁନାଥ ମେହେର, ଲକ୍ଷ ରାଉତ, ଦେବାଶିଷ ତେଜି, ଆକାଶ ଦାସ, ଯତୀନ୍ଦ୍ର ନାଥ ଚଲାନ, ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ପଣ୍ଡା, ସନ୍ଧ୍ୟାରାଣୀ ଖମାରୀ, ସସ୍ମିତା ପ୍ରଧାନ, ରାଜେଶ୍ୱରୀ ସାହୁ,ଲୋପାମୁଦ୍ରା ରାଉତ, ରଞ୍ଜିତା ହରିଜନ ,ବିକାଶ ମଙ୍ଗରାଜ, ନରୋତ୍ତମ ଭାଟି ଓ ସତ୍ୟବତୀ ମଙ୍ଗରାଜ ପ୍ରମୁଖ ସହଯୋଗ କରିଥିଲେ। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଭୋଟର ସଚେତନତା ଶିବିର

Sunil Chandra Nayak

ଫସଲବୀମା ଯୋଜନାରେ ହେରଫେର : ଜମି ମାଲିକ ବଦଳରେ ଅନ୍ୟ ନାମରେ ହୋଇଛି ବୀମା  

Sunil Chandra Nayak

ବାମନଘାଟୀ ସାଂସ୍କୃତିକ ପରିଷଦ,ସାଜ ଐର ଆୱାଜ ପକ୍ଷରୁ   ମହାନ୍ ସିନେ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!