ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡା ରେ ‘ଶିଶୁ ବାଟିକା ‘ ପିଲାଙ୍କ ପାଇଁ ପ୍ରବେଶ ରଥର ଶୁଭାରମ୍ଭ ଓ ସ୍କୁଲରେ ଖଡ଼ି ଛୁଆଁ ‘ ଆରମ୍ଭ 

କୋଇଡା ରେ ‘ଶିଶୁ ବାଟିକା ‘ ପିଲାଙ୍କ ପାଇଁ ପ୍ରବେଶ ରଥର ଶୁଭାରମ୍ଭ ଓ ସ୍କୁଲରେ ଖଡ଼ି ଛୁଆଁ ‘ ଆରମ୍ଭ 

କୋଇଡା – ୨/୦୪ // ଜାତୀୟ ଶିକ୍ଷାନୀତି ୨୦୨୦ ଅଧୀନରେ ପ୍ରାକ୍ ପ୍ରାଥମିକ ପିଲାଙ୍କ ପାଇଁ ଶିଶୁ ବାଟିକା ନେଇ ସାରା ଓଡିଶାର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।ଏହି କାର୍ଯ୍ୟକ୍ରମରେ ୫ ବର୍ଷରୁ ତଦୁର୍ଦ୍ଧ୍ବ ପିଲାମାନେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଲାଭ କରିପାରିଵେ ।ଶିଶୁ ବାଟିକାର ପିଲାମାନଙ୍କୁ ଶିକ୍ଷଣୀୟ ସାମଗ୍ରୀ କିଟ୍ ଯୋଗାଇ ଦିଆଯାଇ ମନୋରଞ୍ଜନ ଧର୍ମୀ ଶିକ୍ଷା ପ୍ରଦାନ କାମ ଜରିଆରେ ଶିକ୍ଷା ପ୍ରତି ଆକୃଷ୍ଟ କରାଯିବ । ପ୍ରାଥମିକ ଶିକ୍ଷା କ୍ଷେତ୍ରକୁ ସୁଦୃଢ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।

  ଏହି ପରିପ୍ରେକ୍ଷୀରେ ରାଜ୍ଯ ସରକାରଙ୍କ ନିର୍ଦ୍ଦେଶକ୍ରମେ କୋଇଡା ବ୍ଳକ ସମ୍ମୁଖରେ ଏକ ସୁସଜ୍ଜିତ ‘ପ୍ରବେଶ ରଥ ‘ସଚେତନତା ରଥ ର ଶୁଭାରମ୍ଭ ବିଡ଼ିଓ ରଶ୍ମି ରେଖା ପାତ୍ର, ତହସିଲଦାର ନିର୍ମଳ କୁମାର ବିଶ୍ଵାଳ,ବ୍ଳକ ଶିକ୍ଷା ଗୋଷ୍ଠୀ ଅଧିକାରୀ ଅଭିମନ୍ୟୁ ବେହେରା, ସରପଞ୍ଚ ହୃଷିକେଶ ଦେହୂରୀ,ସିଆରସିସି ପ୍ରଶାନ୍ତ କୁମାର ପରିଡ଼ା , ଗଣମାଧ୍ୟମ ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି,ଅଭିଭାବକ ପ୍ରମୁଖ କୋଇଡା ବ୍ଳକର ଭଞ୍ଜ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କୁନି କୁନି ପିଲାମାନଙ୍କୁ ଆପଣେଇ ହାତଧରି ବିଭାଗୀୟ ଅଧିକାରୀମାନେ ଖଡ଼ି ଛୁଆଁ କରାଇଥିଲେ ।ପରେ କୋଇଡା ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଯାଇ ସମସ୍ତଙ୍କ ଉପସ୍ଥିତିରେ ସବୁଜ ପତାକା ହଲାଇ ‘ ପ୍ରବେଶ ରଥ’ ର ଶୁଭାରମ୍ଭ କରିଥିଲେ ।ଏହି ପ୍ରବେଶ ରଥ କୋଇଡା ବ୍ଳକର ସମସ୍ତ ପଞ୍ଚାୟତ ଗ୍ରାମରେ ଗାଁ କୁ ଗାଁ କୁ ଵୁଲି ପରିକ୍ରମା କରି ସମସ୍ତଙ୍କୁ ସଚେତନତାର ବାର୍ତ୍ତା ଦେବା ସହ ସମସ୍ତ ଅଭିଭାବକ ସେମାନଙ୍କ କୁନିକୁନି ପିଲାମାନଙ୍କୁ ସରକାରୀ ସ୍କୁଲରେ ନାମ ଲେଖାଇ ସେମାନଙ୍କୁ ଖଡ଼ି ଛୁଆଁ କରାଇବା ବାର୍ତ୍ତା ଜଣାଇବ ବୋଲି ବିଡ଼ିଓ ମହାଶୟା କହିଥିଲେ ।ସମସ୍ତ ବିଭାଗୀୟ ଅଧିକାରୀ, ଶିକ୍ଷକ, ଶିକ୍ଷୟତ୍ରୀ,ଅଭିଭାବକ ,ଅଭିଭାବିକା,କୁନି କୁନି ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସିଆରସିସି ପ୍ରଶାନ୍ତ ପରିଡ଼ା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ।

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କନ୍ଧରା ଗ୍ରାମରେ ଡାକମେଳା ଉତ୍ସବ ପାଳିତ

Sunil Chandra Nayak

ଜିଲ୍ଲା ସ୍ତରୀୟ ପରିଦର୍ଶନ କମିଟିର ଧର୍ମଗଡ ସ୍ୱଧାର ଗୃହ ପରିଦର୍ଶନ

Sunil Chandra Nayak

ମା ଠାକୁରାଣୀ ଙ୍କ କଳସୀ ଯାତ୍ରା ଶୁଭାରମ୍ଭ 

masiha

Leave a Comment

error: Content is protected !!