ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାରିଡି ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ 

ଗାରିଡି ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ 

ବନ୍ଧୁଗାଁ ତା, ୩/୪/୨୫, କୋରାପୁଟ ଜିଲ୍ଲା ଅନ୍ତର୍ଗତ ଆଜି ଗାରିଡି ଗ୍ରାମର ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳନ ହୋଇ ଯାଇଛି ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ କୁଞ୍ଜ ବିହାରି ପ୍ରଧାନ ଙ୍କ କର କମଳ ଦ୍ୱାରା ଆୟୋଜନ ହୋଇଥିଲା I ଏହି ବିଦ୍ୟାଳୟ ଠାରେ ମୋଟ ୩୦୫ ଜଣ ଛାତ୍ରଛାତ୍ରୀ ପାଠ ଅଧ୍ୟୟନ କରନ୍ତି I ଆଜିର ଏହି ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଗାରିଡି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତି ମତି ମାଣ୍ଡିଙ୍ଗ ଓ ସନ୍ନମାନୀୟ ଅତିଥି ଭାବରେ ବନ୍ଧୁଗାଁ ବ୍ଲକର ଶିକ୍ଷା ବିଭାଗର ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ମୁଦୁଲି ଯୋଗ ଦେଇଥିବା ବେଳେ ବିଜେଡି ଦଳର ପଞ୍ଚାୟତ ସଭାପତି ରିଙ୍କୁ ମିଣିଆକା ମଧ୍ୟ ଯୋଗଦେଇଥିଲେ I ଆଜିର ବାର୍ଷିକ ଉତ୍ସବ ରେ ବିଦ୍ୟାଳୟ ର ୨୦ ଜଣ ଛାତ୍ରଛାତ୍ରୀଙ୍କୁ ନେ ନାଚ, ଗୀତ,ଢେମଶା ଓ ଅନ୍ୟାନ୍ୟ ପ୍ରତିଯୋଗିତା ମାନଙ୍କରେ ଭାଗନେଇ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ସରପଞ୍ଚ ଓ ଗାରିଡି କ୍ଳଷ୍ଟରର ସିଆରସିସି ଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କୋରାଯାଇଥିଲା I ଏଥିସହ ଆଜିର ବାର୍ଷିକ ଉତ୍ସବ ରେ ରିଙ୍କୁ ମିଣ୍ୟାକା ୩୦୫ ଜଣ ଛାତ୍ରଛାତ୍ରୀଙ୍କୁ ଖାତା ଓ ପେନ ପ୍ରଦାନକରି ମାନ ବିକତା ଦେଖାଇଥିଲେ I କାର୍ଯ୍ୟକ୍ରମକୁ ଗୋପୀନାଥ ବିଡ଼ିକା ଓ କନାଗାଁ କ୍ଳଷ୍ଟରର ସିଆରସିସି ଶ୍ରୀ କେ. ପ୍ରତାପ କୁମାର ରହି ଆଜିର କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ I ଓ ବିଜେପି ନେତା ମକର ଧ୍ଵଜ ଖରା, ଲକି ବିଡ଼ିକା,ପଞ୍ଚାୟତର ସମିତି ସଭ୍ୟା ଓ ବିଦ୍ୟାଳୟ ର ଏସଏମସି ସଭାପତି ଗୋପୀ କଞ୍ଜାକା, ଗାରିଡି ପଞ୍ଚାୟତର କଂଗ୍ରେସ ଦଳର ସଭାପତି କୁମର ଖୋସଲା,ଓ ଅଭିଭାବକ ଓ ଗାରିଡି ପଞ୍ଚାୟତ ର ନାଇବ ସରପଞ୍ଚ ଅନାଦି କଞ୍ଜାକା ଓ ବିଜେପି ଦଳର ତେଣ୍ଟା ବାରିଆ ପ୍ରମୁଖ ଉପସ୍ଥିତ ରହିଥିଲେ I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଆରୋଗ୍ୟ ଲାଭ କଲେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା

masiha

ପୁଣି ଆଉ ଜଣେ ଯୁବକଙ୍କର ଦାଦନରେ ମୃତ୍ୟୁ ,ଜନ ଶୁନ୍ୟ ହେଲା ପରିବାର 

Sunil Chandra Nayak

ବିଦ୍ୟାଳୟ ପାଚେରି ନିର୍ମାଣ କାର୍ଯ୍ୟ ରେ ଶିଶୁ ଶ୍ରମିକ,ସବୁ ଦେଖି ଅଧିକାରୀ ଙ୍କ ପାଟି ଚୁପ୍       

Leave a Comment

error: Content is protected !!