ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ର ଚତୁର୍ଥ ଦିବସରେ ଓଡ଼ିଆ ରେ ନାମଫଳକ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ

ଓଡ଼ିଆ ପକ୍ଷ ର ଚତୁର୍ଥ ଦିବସରେ ଓଡ଼ିଆ ରେ ନାମଫଳକ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ

ସୁନ୍ଦରଗଡ଼, ୦୪/୦୪/୨୫ : ଓଡ଼ିଆ ପକ୍ଷ ପାଳନର ଚତୁର୍ଥ ଦିବସରେ ଆଜି ଜିଲ୍ଲା ରେ ଓଡ଼ିଆ ରେ ନାମଫଳକ ଲେଖାଯିବା ନେଇ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

  ଏହି ଅବସରରେ ସ୍ଥାନୀୟ  ଡି ଆର ଡି ଏ ଛକ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ ଯୋଗ ଦେଇ ସଚେତନତା ପଦଯାତ୍ରା ର ଶୁଭାରମ୍ଭ କରିଥିଲେ। 

  ଏହି ପଦଯାତ୍ରା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆ ଭାଷା ରେ ସ୍ପଷ୍ଟ ଭାବରେ ଲେଖିବା ଜନ ସଚେତନତା ସୃଷ୍ଟି କରିଥିଲା। ଏହା ସହ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକରେ ଓଡ଼ିଆ ରେ ନାମଫଳକ ଲେଖି ଓଡ଼ିଆ ଭାଷାକୁ ଆହୁରି ସମୃଦ୍ଧ କରିବାକୁ ମଧ୍ୟ ସଚେତନତା କରାଯାଇଥିଲା। ସେହିଭଳି ଦୋକାନ ଓ ବ୍ୟବସାୟୀକ ପ୍ରତିଷ୍ଠାନ ମାନଙ୍କରେ ଓଡ଼ିଆରେ ନାମ ଫଳକ ସମ୍ବନ୍ଧିତ ଓଡ଼ିଶା ସରକାରଙ୍କ ଅଧିନିୟମ ର କାର୍ଯ୍ୟାନ୍ଵୟନ ଏବଂ ଏହି ନିୟମର ଖିଲାପ କଲେ ଥିବା ଜରିମାନା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସଚେତନତା କରାଯାଇଥିଲା। 

ଏହି ଶୋଭାଯାତ୍ରାରେ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ବିକାଶ ମୁଣ୍ଡାରୀ, ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଗୌରହରି ତାଣ୍ଡି ସୁନ୍ଦରଗଡ଼ ଶ୍ରୀ ଅନ୍ୟାନ୍ୟ କର୍ମଚାରୀ, ସ୍ଥାନୀୟ ସେଚ୍ଛାସେବୀ ଅନୁଷ୍ଠାନ,ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ , ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

      ସେହିଭଳି ରାଉରକେଲା ମହାନଗର ନିଗମ ତଥା ଅନ୍ୟାନ୍ୟ ଅଞ୍ଚଳ ରେ ମଧ୍ୟ ଆଜି ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆରେ ନାମଫଳକ ଅଭିଯାନ ଅନ୍ତର୍ଗତ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ପଞ୍ଚାୟତ କଲେଜ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ସରକାରି ଡ୍ରେନ ଖୋଳିବାକୁ ଯାଇ ଖୋଳିଦେଲେ ସରକାରି ରାସ୍ତା

masiha

ବିଶ୍ବ ହକି କପ୍ ଟ୍ରଫି କୁ ଟାଟା ଷ୍ଟିଲ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!