ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆ ପକ୍ଷ ପାଳନ ଅବସରରେ ଗଣଦୌଡ 

ଓଡିଆ ପକ୍ଷ ପାଳନ ଅବସରରେ ଗଣଦୌଡ 

ଡାବୁଗାଁ, ୫/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ଓଡିଆ ପକ୍ଷ ପାଳନ ଅବସରେ ଏକ ଗଣଦୌଡ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ବ୍ଲକ କାର୍ଯ୍ୟ|ଳୟ ଠାରୁ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟ|ଳୟ ଠାରେ ପହଞ୍ଚି ଥିଲେ | ଏଥିରେ ଓଡିଆ ଭାଷା କୁ ବଞ୍ଚାଇବା, ଆମର ସଂସ୍କୃତିକୁ ଉନ୍ନତି କରିବା, ଓଡିଆ ଭାଷାରେ ଗର୍ବ କରିବା, ଏହାକୁ ଜୀବିତ ରଖିବା, ଓଡିଆରେ ନାମ ଫଳକ ଲେଖିବା ଭଳି ବିଭିନ୍ନ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରିଥିଲେ | ଏହି ଗଣଦୌଡରେ ଅତିଥି ଭାବେ ଭାଜପା ର ମନୋଜ ପାତ୍ର, ଗୋବିନ୍ଦ ଗୋପାଳ ଅଗ୍ରୱାଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବର୍ଣ୍ଣବାସ ନାୟକ, ସିପି ପ୍ରବୀଣ କୁମାର ପଟ୍ଟନାୟକ, ବିପିସି ଯୋଗେନ୍ଦ୍ର ମାଝି, ବିଦ୍ୟାଧର ବିଶୋଇ, ସୁରେଶ କୁମାର ବାରିକ, ଅମୂଲ୍ୟ ଦଳାଇ ଓ ଛାତ୍ରୀ ଛାତ୍ର ମାନେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

 

Related posts

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଉରକେଲା ବିକାଶ ମଞ୍ଚର ଆଲୋଚନା

masiha

ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ରାଉରକେଲା ମହାବିଦ୍ୟାଳୟରେ ‘ବର୍ଜ୍ଯବସ୍ତୁ ପ୍ରବନ୍ଧନ ପ୍ରଶିକ୍ଷଣ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!