ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆ ପକ୍ଷ ପାଳନ ଅବସରରେ ଗଣଦୌଡ 

ଓଡିଆ ପକ୍ଷ ପାଳନ ଅବସରରେ ଗଣଦୌଡ 

ଡାବୁଗାଁ, ୫/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ଓଡିଆ ପକ୍ଷ ପାଳନ ଅବସରେ ଏକ ଗଣଦୌଡ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ବ୍ଲକ କାର୍ଯ୍ୟ|ଳୟ ଠାରୁ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟ|ଳୟ ଠାରେ ପହଞ୍ଚି ଥିଲେ | ଏଥିରେ ଓଡିଆ ଭାଷା କୁ ବଞ୍ଚାଇବା, ଆମର ସଂସ୍କୃତିକୁ ଉନ୍ନତି କରିବା, ଓଡିଆ ଭାଷାରେ ଗର୍ବ କରିବା, ଏହାକୁ ଜୀବିତ ରଖିବା, ଓଡିଆରେ ନାମ ଫଳକ ଲେଖିବା ଭଳି ବିଭିନ୍ନ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରିଥିଲେ | ଏହି ଗଣଦୌଡରେ ଅତିଥି ଭାବେ ଭାଜପା ର ମନୋଜ ପାତ୍ର, ଗୋବିନ୍ଦ ଗୋପାଳ ଅଗ୍ରୱାଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବର୍ଣ୍ଣବାସ ନାୟକ, ସିପି ପ୍ରବୀଣ କୁମାର ପଟ୍ଟନାୟକ, ବିପିସି ଯୋଗେନ୍ଦ୍ର ମାଝି, ବିଦ୍ୟାଧର ବିଶୋଇ, ସୁରେଶ କୁମାର ବାରିକ, ଅମୂଲ୍ୟ ଦଳାଇ ଓ ଛାତ୍ରୀ ଛାତ୍ର ମାନେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

 

Related posts

ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସେବା କାର୍ଯ୍ୟ 

Sunil Chandra Nayak

ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର ଙ୍କୁ ଭେଟି ଚାରି ଦଫା ଦାବୀ ଦୋହରାଇଲା ଇନ୍ଦ୍ରାବତୀ ନାଗରିକ ମଞ୍ଚ

Sunil Chandra Nayak

ନୂତନ ଜିଲ୍ଲା ବିଜେପି ସଭାପତି ଶିବ ମୁଦୁଲି ଲକ୍ଷ୍ମୀପୁର ବ୍ଲକ କର୍ମୀ ଆଲୋଚନା 

masiha

Leave a Comment

error: Content is protected !!