ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକା ଓକିଲ ସଂଘ କର୍ମକର୍ତ୍ତାଙ୍କ ଶପଥଗ୍ରହଣ

ଆସିକା ଓକିଲ ସଂଘ କର୍ମକର୍ତ୍ତାଙ୍କ ଶପଥଗ୍ରହଣ

ଆସିକା,୪/୪/୨୫ ଏନ୍‌ଏନ୍‌ଏସ୍ ଆସିକା ଓକିଲ ସଂଘର ୨୦୨୫-୨୬ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଯାଇଛି । ଆଗାମୀ ଏକବର୍ଷ ପାଇଁ ଆସିକା ଓକିଲ ସଂଘର ସଭାପତି ରୂପେ ନିର୍ବାଚିତ ହୋଇଥିବା ବରିଷ୍ଠ ଆଇନଜୀବୀ ଅଜିତ୍ କୁମାର ଚୌଧୁରୀ, ଉପ-ସଭାପତି ରୂପେ ନିର୍ବାଚିତ ହୋଇଥୁବା ଛବିଳରାମ ମିଶ୍ର, ସଂପାଦକ ରୂପେ ନିର୍ବାଚିତ ହୋଇଥୁବା ନାରାୟଣ ମୁନି, ଯୁଗ୍ମ ସଂପାଦକ ରୂପେ ନିର୍ବାଚିତ ହୋଇଥୁବା ମାନସପୂର୍ଣ୍ଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଥିବା ରାଘବ କୁମାର ନାହାକ ଓ ଲାଇବ୍ରେରୀ ଆନ୍ ସଂପାଦକ ରୂପେ ନିର୍ବାଚିତ ହୋଇଥିବା ସନ୍ତୋଷ କୁମାର ମିଶ୍ରଙ୍କ ଶପଥ ଗ୍ରହଣ ଉତ୍ସବ ଶୁକ୍ରବାର ଅପରାହ୍ନରେ ଓ କିଲ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ତଥା ଓକିଲ ସଂଘର ନିର୍ବାଚନ ଅଧିକାରୀ କାଳୀଚରଣ ଦାସ ଓ ଜୟଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଆସିକା ଓକିଲ ସଂଘର ନବ- ନିର୍ବାଚିତ କର୍ମକର୍ତ୍ତାଙ୍କୁ ବରିଷ୍ଟ ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡା ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ଅବସରରେ ଆସିକା ଓକିଲ ସଂଘର ନିର୍ବାନିର୍ବାଚିତ କାର୍ଯ୍ୟକର୍ତ୍ତାମାନେ ସଂଘର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ମିଳିମିଶି କାମ କରିବାକୁ ଦୃଢ ସଂକଳ୍ପ ନେବାକୁ ଆହ୍ୱାନ କରିଥିଲେ । ଓକିଲ ସଂଘର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଆଇନଜୀବୀ ପି.ଚନ୍ଦ୍ରଶେଖର ପାତ୍ର, ସୁଧାଂଶୁ କୁମାର ପଣ୍ଡା, ବିଦେଶୀ ନାହାକ, ପି.ରବିନ୍ଦ୍ର କୁମାର ପାତ୍ର, ପି.ଶିବଶଙ୍କର ପାତ୍ର, ସରୋଜ କୁମାର ତ୍ରିପାଠୀ, କେ. ବ୍ରହ୍ମାନନ୍ଦ ରାଓ, ଶିବଶଙ୍କର ମହାନ୍ତି, ଏନ୍.ଯଜ୍ଞେଶ୍ଵର ଆଗରୀ, ଜି. ସୂର୍ଯ୍ୟପ୍ରକାଶ ରାଓ, ଲଳିତ ମୋହନ ଦାଶ,ଦେବରାଜ ମିଶ୍ର, ଅନିଲ୍ କୁମାର ପାଣିଗ୍ରାହୀ, ପ୍ରଭାତ କୁମାର ପାଢୀ, ମହେଶ୍ଵର ବେହେରା, ଶିବପ୍ରସାଦ ମହାପାତ୍ର, ନିଳାମ୍ବର ବେହେରା, ଦିଲୀପ କୁମାର ପାଣିଗ୍ରାହୀ, ସୁଧାଂଶୁ କୁମାର ପାଣିଗ୍ରାହୀ, ମଧୁସ୍ମିତା ନାୟକ, ସଂଯୁକ୍ତା ପୃଷ୍ଟି, ଫଚାନନ ପୋଲାଇ, ଶିବରାମ ପ୍ରଧାନ, ଶରତେନ୍ଦୁ ପଣ୍ଡା, ସୁଦିପ୍ତ ପାତ୍ର, ଚିନ୍ତାମଣି ମେକାପ୍, ପ୍ରଶାନ୍ତ କୁମାର ଦାସ, ପୂର୍ଣଚନ୍ଦ୍ର ନାୟକଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

କିଟ୍‍ ଓ କିସ୍‍ ର ରୌପ୍ୟ ଜୟନ୍ତୀ ପାଳନ , ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା  ମିନି ମାରାଥନ୍‍ ଅନୁଷ୍ଠିତ

Sunil Chandra Nayak

ଦୁଇ ଦିନିଆ ଜ଼ିଲ୍ଲା ସ୍ତରୀୟ ସଂସାଧନ ସଭ୍ୟ ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

masiha

ଛାତ୍ର କଲ୍ୟାଣ ମୂଳଦୁଆ ପକ୍ଷରୁ ସରକାରୀ ସଂୟଶାସିତ ମହାବିଦ୍ୟାଳୟ ରେ ବ୍ଲାକ ଡେ ପାଳନ

Sunil Chandra Nayak

Leave a Comment

error: Content is protected !!