ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୧୬ ଏବଂ ୧୯ ବର୍ଷରୁ କମ୍ ବୟସ କ୍ରିକେଟ ଖେଳାଳି ନିମନ୍ତେ ଦୁଇ ଦିନିଆ ପଞ୍ଜିକରଣ କାର୍ଯ୍ୟକ୍ରମ 

୧୬ ଏବଂ ୧୯ ବର୍ଷରୁ କମ୍ ବୟସ କ୍ରିକେଟ ଖେଳାଳି ନିମନ୍ତେ ଦୁଇ ଦିନିଆ ପଞ୍ଜିକରଣ କାର୍ଯ୍ୟକ୍ରମ 

ନବରଙ୍ଗପୁର:(୫|୪(ରବି ନାରାୟଣ ମହାନ୍ତି)) ସ୍ଥାନୀୟ ଷ୍ଟାଡିୟମ ପରିସରରେ ଏକ ଦୁଇ ଦିନିଆ କ୍ରିକେଟ ପଞ୍ଜିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ସୂଚନା ଦେଇଛନ୍ତି। ଏହି ପଞ୍ଜିକରଣ କାର୍ଯ୍ୟକ୍ରମଆସନ୍ତା ୬ଏବଂ ୭ତାରିଖରେ ହେବ ଏବଂ ୧୬ ଓ ୧୯ ବର୍ଷର କମ୍ ପୁରୁଷ କ୍ରିକେଟ ଖେଳାଳି ଏଥିରେ ଭାଗ ନେଇପାରିବେ। ଉକ୍ତ ସମୟରେ ଖେଳାଳି ମାନେ ନିଜ ଅନୁଷ୍ଠାନର ପ୍ରଧାନଙ୍କ ଠାରୁ ଷ୍ଟଡି ସାର୍ଟିଫିକେଟ , ଡିଜିଟାଲ ଜନ୍ମ ପ୍ରମାଣ ପତ୍ର ଏବଂ ଆଧାର କାର୍ଡ ସାଥିରେ ଆଣିବାକୁ ହେବ ବୋଲି ସଂଘର ସହ ସମ୍ପାଦକ ଏମ. ବାଲା କୃଷ୍ଣ ରାଓ କହିଛନ୍ତି ।ସେହିପରି ଏହି ଦୁଇ ଦିନିଆ ପଞ୍ଜିକରଣ ଶିବିର ପରିଚାଳନା ପାଇଁ ସଂଘର ବରିଷ୍ଟ ସଦସ୍ୟ ଅଶୋକ ନାୟକ, ଶଶାଙ୍କ ଶେଖର ବେହେରା, ଜିଲ୍ଲା କ୍ରିକେଟ କୋଚ୍ ଜି. ଚନ୍ଦ୍ରଶେଖର ଏବଂ ସୁବ୍ରତ ଗଣ୍ଡ କୁ ଦାଇତ୍ୱ ଦିଆଯାଇଛି ବୋଲି ସଂଘର ମିଡ଼ିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବାଦାମପାହାଡ ଯୁବକ ସଂଘ ତରଫରୁ ୫୨ତମ ବାର୍ଷିକ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତା

Sunil Chandra Nayak

ମା ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ  କପିଆକୁ ହରାଇ ରାଜପୁର ଚମ୍ପିୟାନ 

masiha

33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଭୁବନ ହାଇସ୍କୁଲ ଖେଳପଡିଆ ରେ ଅନୁଷ୍ଠିତ

masiha

Leave a Comment

error: Content is protected !!