ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୧୬ ଏବଂ ୧୯ ବର୍ଷରୁ କମ୍ ବୟସ କ୍ରିକେଟ ଖେଳାଳି ନିମନ୍ତେ ଦୁଇ ଦିନିଆ ପଞ୍ଜିକରଣ କାର୍ଯ୍ୟକ୍ରମ 

୧୬ ଏବଂ ୧୯ ବର୍ଷରୁ କମ୍ ବୟସ କ୍ରିକେଟ ଖେଳାଳି ନିମନ୍ତେ ଦୁଇ ଦିନିଆ ପଞ୍ଜିକରଣ କାର୍ଯ୍ୟକ୍ରମ 

ନବରଙ୍ଗପୁର:(୫|୪(ରବି ନାରାୟଣ ମହାନ୍ତି)) ସ୍ଥାନୀୟ ଷ୍ଟାଡିୟମ ପରିସରରେ ଏକ ଦୁଇ ଦିନିଆ କ୍ରିକେଟ ପଞ୍ଜିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ସୂଚନା ଦେଇଛନ୍ତି। ଏହି ପଞ୍ଜିକରଣ କାର୍ଯ୍ୟକ୍ରମଆସନ୍ତା ୬ଏବଂ ୭ତାରିଖରେ ହେବ ଏବଂ ୧୬ ଓ ୧୯ ବର୍ଷର କମ୍ ପୁରୁଷ କ୍ରିକେଟ ଖେଳାଳି ଏଥିରେ ଭାଗ ନେଇପାରିବେ। ଉକ୍ତ ସମୟରେ ଖେଳାଳି ମାନେ ନିଜ ଅନୁଷ୍ଠାନର ପ୍ରଧାନଙ୍କ ଠାରୁ ଷ୍ଟଡି ସାର୍ଟିଫିକେଟ , ଡିଜିଟାଲ ଜନ୍ମ ପ୍ରମାଣ ପତ୍ର ଏବଂ ଆଧାର କାର୍ଡ ସାଥିରେ ଆଣିବାକୁ ହେବ ବୋଲି ସଂଘର ସହ ସମ୍ପାଦକ ଏମ. ବାଲା କୃଷ୍ଣ ରାଓ କହିଛନ୍ତି ।ସେହିପରି ଏହି ଦୁଇ ଦିନିଆ ପଞ୍ଜିକରଣ ଶିବିର ପରିଚାଳନା ପାଇଁ ସଂଘର ବରିଷ୍ଟ ସଦସ୍ୟ ଅଶୋକ ନାୟକ, ଶଶାଙ୍କ ଶେଖର ବେହେରା, ଜିଲ୍ଲା କ୍ରିକେଟ କୋଚ୍ ଜି. ଚନ୍ଦ୍ରଶେଖର ଏବଂ ସୁବ୍ରତ ଗଣ୍ଡ କୁ ଦାଇତ୍ୱ ଦିଆଯାଇଛି ବୋଲି ସଂଘର ମିଡ଼ିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କ୍ରିକେଟ୍ ବ୍ୟାଟ ବୁଲାଇ ନର୍ଲା ବିଧାୟକ ପଡ଼ିଆରେ ପଡ଼ିଗଲେ

masiha

ଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୋଡିସାହି : ବିରାସାଳ କ୍ରିକେଟ ଟିମ ଚମ୍ପିୟାନ

Sunil Chandra Nayak

ଚନ୍ଦୁ ସାହାଣୀମେମୋରିଆଲ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ,  ସମ୍ବଲପୁର କୁ ହରାଇ ଫାଇନାଲ ରେ ନବରଙ୍ଗପୁର 

masiha

Leave a Comment

error: Content is protected !!