ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀପୁର ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ନିମନ୍ତେ ସଚେତନତା ପ୍ରସ୍ତୁତି ବୈଠକ

ଲକ୍ଷ୍ମୀପୁର ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ନିମନ୍ତେ ସଚେତନତା ପ୍ରସ୍ତୁତି ବୈଠକ

ଲକ୍ଷ୍ମୀପୁର ବନାଞ୍ଚଳ ପରିସରରେ ବନାଞ୍ଚଳ ଅଧିକାରୀ କୁମାର ଖରାଙ୍କ ଅଧ୍ୟକ୍ଷତାରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ନିମନ୍ତେ ସଚେତନତା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଯୁବ ଇଂଜିନିୟ ବିଧାୟକ ପବିତ୍ର ସାଉଁନ୍ତା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ଝିନ୍ନ ହିକକା, ସାଂସଦ ପ୍ରତିନିଧି କୈଳାସ ଚନ୍ଦ୍ର ଖସ୍ଲା, ସମାଜସେବୀ ଶ୍ରୀମତୀ ସଙ୍ଗୀତା ମିଶ୍ର,ଯୁବ କଂଗ୍ରେସ ନେତା ମଣ୍ଟି ଖରା ଏବଂ ଗ୍ରୀନ୍ ଇଣ୍ଡିଆର ମୂଖ୍ୟ ଗପେଶ୍ଵର ଗରଡ଼ା ଯୋଗ ଦେଇ ଉପସ୍ଥିତ ଅଞ୍ଚଳ ବାସୀଙ୍କୁ କିପରି ଗଛ ଓ ଜଙ୍ଗଲ ରକ୍ଷା କରିବା ତାହା ଉପରେ ଟିପ୍ପଣୀ ଦେଇଥିଲେ। ସେହିପରି ଯୁବ ବିଧାୟକ ପବିତ୍ର ସାଉଁନ୍ତା ଓ ସମାଜସେବୀ ଶ୍ରୀମତୀ ସଙ୍ଗୀତା ମିଶ୍ର କହିଥିଲେ କି ଆଗାମୀ ଦିନରେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ଆମ ପରିବେଶ ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଜଙ୍ଗଲ ଓ ପଶୁ ପକ୍ଷୀ ଉପରେ ଶିକାର ନକରିବା ପାଇଁ ଶପଥ କରିଥିଲେ। ଏହି ଅବସରରେ ନିଜ ଦରମା ଟଙ୍କାରୁ ଅଧା ଗଛ ଲଗାଇଥିବା ଗପେଶ୍ଵର ଗରଡ଼ା ଲକ୍ଷ୍ମୀପୁର ବନାଞ୍ଚଳ ତରଫରୁ ସମ୍ମାନିତକରିଥିଲେ। ଆଜି ସମାଜସେବୀ ଶ୍ରୀମତୀ ସଙ୍ଗୀତା ମିଶ୍ର ଜଙ୍ଗଲ ଓ ପରିବେଶ ଏବଂ ପାଣି ପବନ ଉପରେ ଏକ ଆର୍ଟିକାଲ୍ ଲେଖା ଉପସ୍ଥାପନା କରିଥିଲେ। ବୈଠକ କୁ ସେମିଳିଗୁଡାବନାଞ୍ଚଳ ଅଧିକାରୀ ତ୍ରିପତି ପଣ୍ଡା ପରିଚାଳନା କରିଥିଲେ। ଏହି ସମୟରେ ଲକ୍ଷ୍ମୀପୁର ବନପାଳ ରଶ୍ମିରଞ୍ଜନ ବିଶ୍ଵାଳ, ପୂର୍ଣ୍ଣଚନ୍ଦ୍ର କଲେକା, ନାରାୟଣପାଟଣା ବନପାଳ ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, କାକିରିଗୁମ୍ମା ବନପାଳ ନିମାଳ ଆନନ୍ଦ  ଦଶମନ୍ତପୁର ବନପାଳ ରବିନ୍ଦ୍ର ଟାକ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ସମସ୍ତ ଅତିଥି ଓ ଯୋଗ ଦେଇଥିବା ବ୍ୟକ୍ତି ମାନଙ୍କୁ ବନାଞ୍ଚଳ ଲକ୍ଷ୍ମୀପୁର ତରଫରୁ ଖାଇବା ବ୍ୟବସ୍ଥା କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଶ୍ଵ ସ୍ପୋର୍ଟ୍ସ ଦିବସ ଅବସରରେ ସାଇକେଲ ରେଲି କରି ସଚେତନ କଲେ ମାରବାଡ଼ି ଯୁବାମଞ୍ଚ

masiha

ବିଜୁ ବାବୁଙ୍କ ୧୦୭ ତମ ଜୟନ୍ତୀ ପାଳନ ଓ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ଫ୍ୟୁଚର ପ୍ଲସ ଏଜୁକେଶନ ର ଶିକ୍ଷା ମହୋତ୍ସବ 

Leave a Comment

error: Content is protected !!