ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ଠାରେ ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର ଉଦଘାଟିତ

ସୁନ୍ଦରଗଡ଼ ଠାରେ ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର ଉଦଘାଟିତ

ସୁନ୍ଦରଗଡ଼, ୦୫/୦୪/୨୫: ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ସୁନ୍ଦରଗଡ଼ ଭେଷଜ ମହାବିଦ୍ୟାଳୟ ତଥା ହସ୍ପିଟାଲ ଠାରେ ଆଜି ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର ଉଦଘାଟିତ ହୋଇଯାଇଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ, ଅଖିଳ ଭାରତୀୟ ଚିକିତ୍ସା ସଂସ୍ଥାନ, ଦିଲ୍ଲୀ (AIIMS , Delhi) ଦ୍ବାରା ଆୟୋଜିତ ଏହି ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିରକୁ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ, ଶ୍ରୀ ଜୁଏଲ ଓରାମ ଉଦଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌର ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାୟ ର ଉପ ସଚିବ ଡ଼ା. ରାଜି ଏନ୍. ଏସ. , ଭାରତୀୟ ଚିକିତ୍ସା ସଂସ୍ଥାନ, ଦିଲ୍ଲୀର ହେମାଟୋଲୋଜି ବିଭାଗର ମୁଖ୍ୟ ଡ଼ା. (ପ୍ରଫେସର) ମନୋରଞ୍ଜନ ମହାପାତ୍ର, ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ, ଓଡ଼ିଆ ର ନିର୍ଦ୍ଦେଶକ ଶ୍ରୀମତୀ ପୋମା ଟୁଡୁ ଏବଂ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ସଦୟ ଉପସ୍ଥିତ ରହିଥିଲେ।

   ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ କହିଥିଲେ ଯେ, ଲୋକଙ୍କ ମଧ୍ୟରେ ବିଭିନ୍ନ ରୋଗ ଆଦି ସମ୍ପର୍କରେ ସଚେତନତା ଅଭାବରୁ ତାହା ପରେ ପରେ ମାନବ ଶରୀରରେ କାୟା ବିସ୍ତାର କରି ଭୟାବହ ରୂପ ନେଇଥାଏ। ତେଣୁ ସମୟରେ ଏହି ରୋଗ ସବୁ ଚିହ୍ନଟ ହେଲେ ତାହାର ପ୍ରତିକାର ମଧ୍ୟ କରାଯାଇପାରିଥାଏ। ତେଣୁ ସମସ୍ତେ ନିଜ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ। ସେହିଭଳି ଜିଲ୍ଲାବାସୀ ମାନେ ଏହି ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର ର ଲାଭ ନେବାକୁ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ।

  ଏହି ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର ନିମନ୍ତେ ଜିଲ୍ଲାର ସମସ୍ତ ବ୍ଲକ୍ ତଥା ପୌରପାଳିକା ଅଞ୍ଚଳରେ ପ୍ରଥମେ ରୋଗୀ ମାନଙ୍କର ସ୍କ୍ରିନିଂ କରାଯାଇଥିଲା । ଏବଂ ସେହି ସ୍କ୍ରିନିଂରୁ ଆଜି ୧୯୬୧ ଜଣ ରୋଗୀ ପଞ୍ଜିକରଣ କରିଥିଲେ ଏବଂ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

   ଏହି ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର ରେ ଭାରତୀୟ ଚିକିତ୍ସା ସଂସ୍ଥାନରୁ ବିଭିନ୍ନ ବିଭାଗ ରୁ ୧୯ ଜଣ ବିଶେଷଜ୍ଞ ଡାକ୍ତର ଯୋଗ ଦେଇଛନ୍ତି । ଏହି ଅବସରରେ ଆଜି ପ୍ରାୟ ୧୧୦ ଜଣ ଦିବ୍ୟାଙ୍ଗ ହିତାଧିକାରୀ ମାନଙ୍କୁ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମଙ୍କ ଦ୍ଵାରା ହ୍ୱିଲ ଚ୍ୟାର ବଣ୍ଟନ କରାଯାଇଥିଲା। ଏହି ଅବସରରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ ହିତାଧିକାରୀ ମାନଙ୍କ ସହ କଥା ହୋଇ ଭଲ ମନ୍ଦ ପଚାରି ବୁଝିବା ସହ ସ୍ବାସ୍ଥ୍ୟବସ୍ଥା ମଧ୍ୟ ପଚାରି ବୁଝିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ପି ଏ. ଆଇ. ଟି. ଡି. ଏ ଶ୍ରୀ ଧୀରେନ୍ଦ୍ର ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭାଗିରଥି ପଟେଲ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ହସ୍ପିଟାଲ ର ଅନ୍ୟାନ୍ୟ ଡକ୍ଟର ଏବଂ ହିତାଧିକାରୀ ମାନେ ଯୋଗ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସିଆର୍‌ପିଏଫ୍ ତରଫରୁ ଲୁବେନ ଗଡ ଠାରେ ଜନ ସଂପର୍କ ଶିବିର

Sunil Chandra Nayak

ଆଦି କର୍ମଯୋଗୀ ଅଭିଯାନ ସଂପର୍କୀତ ଜିଲ୍ଲାସ୍ତରୀୟ ତାଲିମ ଶିବିର ଉଦଘାଟିତ

Sunil Chandra Nayak

ରେଳ ଧାରଣା ବିଦ୍ୟୁତ୍ ଖୁଣ୍ଟରେ ଚଢି ଯୁବକ ଗୁରୁତର

Sunil Chandra Nayak

Leave a Comment

error: Content is protected !!