ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦା:ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ସହ ଶିଶୁ ବାଟିକାର ଶୁଭାରମ୍ଭ

ଜାମଦା:ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ସହ ଶିଶୁ ବାଟିକାର ଶୁଭାରମ୍ଭ

ମୟୂରଭଞ୍ଜ;ତା/୦୫/୦୪/୨୦୨୫ // ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବୁଧବାର ବିଦ୍ୟାଳୟ ଗୁଡିକରେ ଶିଶୁ ବାଟିକାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଶିଶୁମାନଙ୍କୁ ନେଇ ପ୍ରବେଶ ଉତ୍ସବ କରାଯିବା ସହ ସେମାନଙ୍କୁ ନୂଆ କଳା ପଟା ସହ ଖଡ଼ି, ପାଠ୍ୟ ପୁସ୍ତକ ଦିଆଯାଇଥିଲା ଏହି ଅବସରରେ ସରସ୍ବତୀ ଓ ଗଣେଶ ପୂଜା ଢାଞ୍ଚାରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ କରାଯାଇ ଶିଶୁମାନଙ୍କୁ ବିଦ୍ୟାଳୟକୁ ଆସିବା ପାଇଁ ଆବଶ୍ୟକ ଉତ୍ସାହ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକମାନେ ଶିଶୁ ମାନଙ୍କୁ ଯେଉଁ ଭଳି ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଓ ଛୋଟ ଶିଶୁଙ୍କ ମଧ୍ୟରେ ଯେଉଁ ଭଳି ଉତ୍ସାହ ଉଦ୍ଦିପନା ଦେଖିବାକୁ ମିଳିଥିଲା ସେହିସମୟରେ ବିଦ୍ୟାଳୟ ପରିସର ମଧ୍ୟରେ ଏକ ପ୍ରକାର ଆନନ୍ଦମୟ ପରିବେଶ ସୃଷ୍ଟି ହୋଇଥିଲା। ଗୁରୁକୁଳରେ ଯେଉଁଭଳି ଗୁରୁ ଶିଷ୍ୟର ଭାବ ଆଦାନ ପ୍ରଦାନ କରାଯାଏ ଠିକ ସେହିପରି ଏହି ପ୍ରବେଶ ଓ ଖଡ଼ି ଛୁଆଁ ଉତ୍ସବରେ ପରିବେଶ ସୃଷ୍ଟି ହୋଇଥିଲା । ଏହି ଅବସରରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏକ ଶିକ୍ଷା ସଚେତନ ରଥର ଉଦ୍‌ଘାଟନ କରାଯାଇଥିଲା। ଏହାକୁ ଏବିଇଓ ପ୍ରତାପ ନାଏକ,ସିଆରସିସି ବୁଧୁରାଏ ହେମ୍ବ୍ରମ,ସମସ୍ତ ସିଆରସିସି ଓ ବିଇଓ କାର୍ଯ୍ୟାଳୟର କର୍ମଚାରୀମାନେ ଶୁଭାରମ୍ଭ କରିଥିଲେ। ସମସ୍ତ ୧୦ଟି ପଞ୍ଚାୟତର ହେଡକ୍ୱାଟର ବିଦ୍ୟାଳୟରେ ଆସନ୍ତା ୫ ପର୍ଯ୍ୟନ୍ତ ବୁଲି ଏହି ରଥ ସଚେତନ କରିବ ବୋଲି ସୂଚନା ମିଳିଛି |ଜାମଦା ବ୍ଲକର ତାଳଗାଁ ଉପ୍ରା ବିଦ୍ୟାଳୟ,କାଣ୍ଡସର ବିଦ୍ୟାଳୟ,କଇଁପୁର ବିଦ୍ୟାଳୟ,ଦେଉକୁଣ୍ଡି ବିଦ୍ୟାଳୟ,ହରିଲାବେଡ଼ା ଆଶ୍ରମ ବିଦ୍ୟାଳୟରେ ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ସହ ଶିଶୁ ବାଟିକାର ଶୁଭାରମ୍ଭ କରାଯାଇଛି |ତାଳଗାଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜମୁନା କଳାଃ,,ସହକାରୀ ଶିକ୍ଷୟତ୍ରୀ ଶକୁନ୍ତଳା ମାଝି,ଦେବସ୍ମିତା ବେହେରା,ୟୁଏସ୍ଆଇ ସଂଗଠନର ରାଜ୍ୟ ସମ୍ପାଦକ ପ୍ରଶ୍ନ କୁମାର ଶତପଥୀ,ଶିକ୍ଷକ ଧନଞ୍ଜୟ ହାଁସଦାଃ,କାଣ୍ଡସର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ନାଏକ,ଦେବାଶିଷ୍ ଗୋସ୍ବାମୀ,ଅଜୟ କୁମାର ସେଠୀ,ଦୁବଲତା ବେହେରା,ଯାଜ୍ଞସେନୀ ଦଳେଇ,ବାସନ୍ତୀଲତା ଦାସ,କଇଁପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁମାର ସାଣ୍ଡିଲ୍,ସମାଜସେବୀ ସୁନିଲ୍ ମୁଣ୍ଡା,ଦେଉକୁଣ୍ଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ହରିଲାବେଡ଼ା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବୁଲୁ ଦାସ ତଥା ଜାମଦା ବ୍ଲକର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ,ଅଭିଭାବକ ଓ ଅଭିଭାବିକାଙ୍କ ଉପସ୍ଥିତିରେ ଏହି ଉତ୍ସବ ପରିଚାଳନା ଓ ଶିଶୁ ବାଟିକାର ଶୁଭାରମ୍ଭ ଆନନ୍ଦମୟ ପରିବେଶରେ ହୋଇଯାଇଛି |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନାଇକ ସଦନ ମୁର୍ଜାଙ୍କ ମା ଆଦିବାରୀଙ୍କ ଅକାଳ ବିୟୋଗରେ ଯୋଗଦେଲେ ସରପଞ୍ଚ

Sunil Chandra Nayak

ଜିଲ୍ଲାପାଳ,ରାୟଗଡ଼ଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ୨୬ତମ ବାର୍ଷିକ ଉତ୍ସବ ପାଳନ

masiha

Leave a Comment

error: Content is protected !!