ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା ବିକାଶ ମଞ୍ଚର ସାରସ୍ଵତ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଓ ସାହିତ୍ୟ ସନ୍ଧ୍ୟା

ଓଡ଼ିଆ ଭାଷା ବିକାଶ ମଞ୍ଚର ସାରସ୍ଵତ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଓ ସାହିତ୍ୟ ସନ୍ଧ୍ୟା

ରାଉରକେଲା: ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ସଭାକକ୍ଷରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବ ଓ ସଭାପତି ଶିକ୍ଷାବିତ ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଗଙ୍ଗାଧର ମେହେରଙ୍କ ତିରୋଧାନର ଶହେବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସାହିତ୍ୟ ଆଲୋଚନାଚକ୍ର ସହିତ ସଦ୍ୟ ଘଟ ପରିବର୍ତ୍ତନ କରିଥିବା ରମାକାନ୍ତ ରଥଙ୍କର କାବ୍ୟାବଳୀର ଆଲୋଚନା କରା ଯାଇଥିଲା।

ମୁଖ୍ୟବକ୍ତା ରୂପେ ପ୍ରଧ୍ୟାପକ ଡଃ ଅଶ୍ଵିନୀ କୁମାର ରାୟ ଯୋଗଦେଇ ଶହେବର୍ଷ ପରେ ଗଙ୍ଗାଧରୀୟ ସାହିତ୍ୟର ଦୀପ୍ତି ଓ ଦ୍ୟୁତି ସମ୍ପର୍କରେ ଆଲୋଚନା କରିବାକୁ ଯାଇ ମେହେରୀୟ କାବ୍ୟକୃତିର ପ୍ରାକୃତିକ, କାଳ୍ପନିକ, ମାନବିକ, ଧାର୍ମିକ ଓ ଆଧ୍ୟାତ୍ମିକ ଭାବପକ୍ଷକୁ ଅତ୍ୟନ୍ତ ଚମତ୍କାର ଭାବରେ ଉପସ୍ଥାପନ କରିଥିଲେ।

ମୁଖ୍ୟ ଅତିଥି ଡା କୃପାସିନ୍ଧୁ ନାୟକ ରମାକାନ୍ତ ରଥଙ୍କ କାବ୍ୟାବଳୀରେ ମୃତ୍ୟୁ ଚେତନା ,ବିଷାଦ ଯୋଗ ସହିତ ଆଧ୍ୟାତ୍ମିକ ଭାବ ସ୍ପନ୍ଦନ ଭିତରେ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ତାଙ୍କ କବିତାକୁ ଆନ୍ତର୍ଜାତିକ ସ୍ତରରେ କିପରି ଗରୀୟାନ କରିଛି, ତତ୍ ସମ୍ପର୍କରେ ସୁବିସ୍ତୃତ ଆଲୋଚନା ରଖିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ଗଙ୍ଗାଧର ମେହେର ଏବଂ ରମାକାନ୍ତ ରଥଙ୍କ କାବ୍ୟକୃତି ସମ୍ପର୍କରେ ଭିତ୍ତିପ୍ରବନ୍ଧ ପାଠ ସହିତ ସ୍ବତନ୍ତ୍ର ବ୍ୟାଖ୍ୟା କରିଥିଲେ। ସଭାପତି ଶ୍ରୀ ପତି ବକ୍ତାମାନଙ୍କର ବକ୍ତବ୍ୟକୁ ଉଦ୍ଧାର କରି କାଳଜୟୀ ସାହିତ୍ୟର ସମସ୍ତ ଉପାଦାନ କିପରି ଗଙ୍ଗାଧର ଓ ରମାକାନ୍ତଙ୍କ କବିତାରେ ରହିଛି ଉଦାହରଣ ମାଧ୍ୟମରେ ଉପସ୍ଥାପନ କରିଥିଲେ। କବିତାରେ କବିତାରେ ରମାକାନ୍ତ ଶୀର୍ଷକ କବିତା ପାଠୋତ୍ସବ କବି ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଶ୍ରୀମତୀ ଚିନ୍ମୟୀ ପୁରୋହିତ, ଅର୍ଚ୍ଚନା ପାତ୍ର, ଡଃ କୃପାସିନ୍ଧୁ ନାୟକ, ଡଃ ଅଶ୍ଵିନୀ କୁମାର ରାୟ, ବିଜୟ ସାହୁ, ଅକ୍ଷୟ ସାମଲ,ଧୋବେଇ ବେହେରା , ଅଭିମନ୍ୟୁ ପ୍ରଧାନ ,ପ୍ରତାପ କୁମାର ପଣ୍ଡା, ଶ୍ରୀଧର ସୁନା, ଦିବାକର ଦାସ,ବଳରାମ ରାଉଳ,ବ୍ରଜବିହାରୀ ଦାସ, ଗଙ୍ଗାଧର ପୁହାଣ,କାଶୀନାଥ ପାତ୍ର, ସୁନୀତା ସାହୁ,ବିବୁଧ ନାୟକ, ସୁଶାନ୍ତ କୁମାର ନାୟକ, କୁଞ୍ଜବିହାରୀ ରାଉତ ପ୍ରମୁଖ ରମାକାନ୍ତ ଆଧାରିତ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିରୁପମା ନାୟକ, ଅଜୟ କୁମାର ନାୟକ,ବାସୁଦେବ ସାହୁ, ସୁକାନ୍ତ ମହାପାତ୍ର, ଅଶୋକ କୁମାର ମହାନ୍ତି, ବିମ୍ବାଧର ପାଢ଼ୀ,ଶରତ ଚନ୍ଦ୍ର ପଣ୍ଡା,ରଶ୍ମିତ କୁମାର ସାହାଣୀ,ବିଭୁ ନାୟକ, ଡଃ ସୁମନ ଦତ୍ତ, ଡକ୍ଟର ପ୍ରମୋଦ କୁମାର ଜଗଦ୍ଦେବ , ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ସାହିତ୍ୟ ସଂଗଠକ ଧନଞ୍ଜୟ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର 

masiha

ଡଃ ମୋହନ ରାଓ ଭଗବତଙ୍କ ରାଉରକେଲା ଗସ୍ତ ନେଇ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

କିଶୋରୀ ବାଳିକା ମାନଙ୍କ ପାଇଁ ଦକ୍ଷତା ବିକାଶ ତାଲିମ

Sunil Chandra Nayak

Leave a Comment

error: Content is protected !!