ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପବିତ୍ର ଶ୍ରୀରାମ ନବମୀ ପାଳିତ

ପବିତ୍ର ଶ୍ରୀରାମ ନବମୀ ପାଳିତ

ଆସିକା, ୬/୪/୨୫ ପବିତ୍ର ଶ୍ରୀରାମ ନବମୀ ଆସିକା ସହର ସମେତ ଆଖ ପାଖ ପୁର ପଲ୍ଲୀ ଅଞ୍ଚଳରେ ପ୍ରବଳ ଉତ୍ସାହ ର ସହ ପାଳିତ ହୋଇଛି।। ଏନେଇ ବିଭିନ୍ନ ଅଞ୍ଚଳ ରେ ରହିଥିବା ଶ୍ରୀରାମ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଅବକାଶ ନୀତି, ମହାସ୍ନାନ, ସକାଳ ଧୂପ ଓ ବେଶ ହେବା ପରେ ଶ୍ରଦ୍ଧାଳୁ ଭକ୍ତ ମାନେ ପ୍ରଭୁଙ୍କ ଦର୍ଶନ ଲାଭ କରିଥିଲେ।ଏହି ଅବସରରେ ସ୍ଵତନ୍ତ୍ର ପୂଜା ହୋମ ଇତ୍ୟାଦି ମଧ୍ୟ ଅନୁଷ୍ଟିତ ହୋଇଛି ।ସହର ର ସୁନାମ୍ବ ସାହିସ୍ଥ ପୁରାତନ ଶତାୟୁ ଶ୍ରୀ ରଘୁନାଥ ମନ୍ଦିର ର ଜୀର୍ଣ୍ଣ ଉଦ୍ଧାର ସହ ନବଗ୍ରହ ସ୍ଥାପନ ଉତ୍ସବ ତିନିଦିନ ଧରି ଅନୁଷ୍ଟିତ ହୋଇ ରାମନବମୀ ପୁଜା ଓ ସାମୁହିକ ପ୍ରସାଦ ସେବନ ମନ୍ଦିର ର ପୂଜକ ପଣ୍ଡିତ ପ୍ରଦୀପ ପାଢ଼ୀ ଙ୍କ ତତ୍ତ୍ଵାବଧାନରେ ବେଶ୍ ଧୁମଧାମ୍ ରେ ଆୟୋଜିତ ହୋଇଛି। ସେହିପରି ଲଛମନ ପଲ୍ଲୀ, ପାକାଲା ପଲ୍ଲୀ ,ବସଷ୍ଟାଣ୍ଡ ଓ ରଘୁନାଥ ନଗର ରାମ ମନ୍ଦିର ମାନଙ୍କ ରେ ଆକର୍ଷଣୀୟ ସାଜସଜ୍ଜା ହୋଇ ରଘୁନାଥଙ୍କ ପୂଜା ଚାଲିଛି ।ବିଶ୍ଵ ହିନ୍ଦୁ ପରିଷଦ ଓ ଆର୍ ଆର୍ ଏସ୍ ପକ୍ଷରୁ ମଧ୍ଯ ଏହା ପାଳିତ ହୋଇଥିଲା। ମୋଟସାଇକେଲରେ ବହୁ ସଭ୍ୟ ରାଲୀ କରି ନଗର ପରିକ୍ରମା କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

“ଶିକ୍ଷା ବଞ୍ଚାଅ…ଦେଶ ବଞ୍ଚାଅ”   ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ କରି ବ୍ରହ୍ମପୁରରେ ଶାନ୍ତିପୂର୍ଣ୍ଣ ଧାରଣା

Sunil Chandra Nayak

ଛାଡିଲା ବର୍ଷା, ବଢ଼ିଲା ଦୁର୍ଦ୍ଦଶା ଡାଲି ଜାତୀୟ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀ

masiha

କୋମନା ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!