ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସି ଆଇ ଟି ୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ବୈଠକ 

ସି ଆଇ ଟି ୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ବୈଠକ 

ମେ ୨୦ ତାରିଖ ମୋଦୀ ସରକାର ଙ୍କ ଶ୍ରମିକ ବିରୋଧୀ ଓ ଜନ ବିରୋଧୀ ନୀତି ବିରୋଧରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ କୁ ସଫଳ କରିବା ପାଇଁ ଆହ୍ୱାନ

ରାଉରକେଲା ତା ୦୭/୦୪/୨୦୨୫ // ମୋଦୀ ସରକାର ସମସ୍ତ ଶ୍ରମ ଆଇନ ଗୁଡ଼ିକୁ କର୍ପୋରେଟ ପୁଞ୍ଜିପତି ଓ ମାଲିକ ମାନଙ୍କ ସପକ୍ଷରେ ପରିବର୍ତ୍ତନ କରି ୪ ଗୋଟି ଶ୍ରମ କୋର୍ଡ କରିବା ଓ ତାକୁ ଦେଶର ଶ୍ରମିକ ଶ୍ରେଣୀ ଓ ବିଭିନ୍ନ ଶ୍ରମିକ ସଂଗଠନ ମାନେ ଘୋର ବିରୋଧ କରୁଥିବା ବେଳେ ସରକାର ଏହାକୁ ଜୋର ଜବରଦସ୍ତ ଲାଗୁ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛି। ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦେଶର ଶ୍ରମିକ ଶ୍ରେଣୀ ଦାବି ସମେତ ୧୭ ଦଫା ଦାବି ଯଥା ଦରଦାମ ନିୟନ୍ତ୍ରଣ,ଉତ୍କଟ ବେକାରୀ ସମସ୍ୟା ର ସମାଧାନ, କୃଷକ ମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ, ଲାଭଦାୟକ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକର ଘରୋଇକରଣ ବନ୍ଦ କରିବା,ମନେରଗା ରେ ୨ ଶହ ଦିନ କାମ ଯୋଗାଇଦେବା, ସର୍ବନିମ୍ନ ମାସିକ ଦରମା ୨୬ ହଜାର ଟଙ୍କା କରିବା,ସମାନ କାମକୁ ସମାନ ମଜୁରୀ,ସ୍କିମ୍ ଶ୍ରମିକ ଯଥା ଆଶା, ଅଙ୍ଗନବାଡ଼ି, ପାଚିକା, ଗାଁ ସାଥି ମାନଙ୍କ ଶ୍ରମିକ ର ମାନ୍ୟତା ଓ ସାମାଜିକ ସୁରକ୍ଷା ପ୍ରଦାନ ପ୍ରଭୂତି ଦାବିରେ ଦେଶର ସମସ୍ତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ, କର୍ମଚାରୀ ଫେଡେରେସନ, ବିଭିନ୍ନ ଗଣ ସଂଗଠନ ମାନଙ୍କ ପକ୍ଷରୁ ଆଗାମୀ ମେ ୨୦ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଓ ହରତାଳ ର ଡାକରା ଦିଆଯାଇଛି। ଏ ନେଇ ଏକ ସର୍ବଭାରତୀୟ କନଭେନସନ ଗତ ମାର୍ଚ୍ଚ ୧୮ ତାରିଖ ରେ ନୂଆଦିଲ୍ଲୀ ର ପ୍ୟାରେଲାଲ ଭବନ ଠାରେ ଅନୁଷ୍ଠିତ ହୋଇଥିଲା ବେଳେ ଧର୍ମଘଟ ର ଆହ୍ୱାନ କରାଯାଇଛି। ଏହି ଧର୍ମଘଟ କୁ ସୁନ୍ଦରଗଡ଼ ଜିଲ୍ଲାରେ ସଫଳ କରିବା ପାଇଁ ସି ଆଇ ଟି ୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ବୈଠକ ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ବକ୍ତବ୍ୟ ରଖି ମୋଦୀ ସରକାର ଙ୍କ ନବ୍ୟ ଫାସୀବାଦୀ କର୍ପୋରେଟ ଲୁଣ୍ଠନ ବିରୁଦ୍ଧରେ ଦେଶର ଶ୍ରମିକ ଶ୍ରେଣୀ ଓ ସାଧାରଣ ଜନତା ଏକଜୁଟ ହୋଇ ସରକାର ଙ୍କ ଜନ ବିରୋଧୀ ନୀତି ବିରୋଧରେ ଏକ ହେବା ସହିତ ଦେଶବ୍ୟାପୀ ସାଧାରଣ ଧର୍ମଘଟ କୁ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ।

   ସି ଆଇ ଟି ୟୁ ସୁନ୍ଦରଗଡ଼ ଜିଲ୍ଲା ଉପ ସଭାପତି ଶ୍ରୀମନ୍ତ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ କମିଟି ର ସାଧାରଣ ସମ୍ପାଦକ ବିମାନ ମାଇତି ମେ ୨୦ ତାରିଖ ଧର୍ମଘଟ କୁ ସୁନ୍ଦରଗଡ଼ ଜିଲ୍ଲାରେ ସଫଳ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ସି ଆଇ ଟି ୟୁ ରାଜ୍ୟ ସଂପାଦକ ବସନ୍ତ ନାୟକ, ପ୍ରଭାତ ପଣ୍ଡା, ଶକୁନ୍ତଳା ମହାକୁଡ଼,ହୃଦୟାନନ୍ଦ ଯାଦବ,ବି ପି ମହାପାତ୍ର,ରାଜ କିଶୋର ପ୍ରଧାନ,ହରିଶ ରାୟ, ସୁରେନ୍ଦ୍ର ଦାଶ, ଗୈାରୀ ଶଙ୍କର ପାତ୍ର,ଅରୁ ଦାସ ଲକ୍ଷ୍ମୀଧର ନାୟକ, ଏନ୍ ଏନ୍ ପାଣିଗ୍ରାହୀ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ବିନୟ ବେହୁରିଆ, ଯଜ୍ଞେଶ୍ଵର ସାହୁ,ବୁବୁନ ମାଇତି ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଜିଲ୍ଲାର ଇସ୍ପାତ,ଠିକା,ଖଣି ଶ୍ରମିକ, ନିର୍ମାଣ, ଶିଳ୍ପ ଶ୍ରମିକ, କୋଇଲା, ପରିବହନ, ଆଶା ଅଙ୍ଗନବାଡ଼ି ପାଚିକା ବିଭିନ୍ନ କ୍ଷେତ୍ରର ଶ୍ରମିକ ଓ ସାଧାରଣ ଜନତା ଏଥିରେ ସାମିଲ ହେବେ ବୋଲି ଜଣାଇଥିଲେ। ଦେଶର ପ୍ରମୁଖ କୃଷକ ସଂଗଠନ ମାନଙ୍କ ମିଳିତ ମଞ୍ଚ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ଧର୍ମଘଟ କୁ ସମର୍ଥନ ଘୋଷଣା କରିଛି। ସୁନ୍ଦରଗଡ଼ ଜିଲ୍ଲା ରେ ଏହି ସାଧାରଣ ଧର୍ମଘଟ ଡାକରା କୁ ସାଧାରଣ ଲୋକମାନଙ୍କ ନିକଟକୁ ନେଇଯିବା ପାଇଁ ବ୍ୟାପକ ପ୍ରଚାର,ସଭା କରିବା ସହିତ ସମସ୍ତ ଶ୍ରମିକ ସଂଗଠନ ଓ ଗଣ ସଂଗଠନ ମାନଙ୍କୁ ଏକ କରି ଧର୍ମଘଟ ରେ ସାମିଲ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

Occasions of Chhatara Yatra Online Poetry Reading Session Was Organized

masiha

ପାନୀୟ ଜଳ ପାଇଁ ହା ହା କାର  ୫ ବର୍ଷ ରୁ ଅଧିକ ହେବ ବସୁଧା ଯୋଜନା ଅଧା ପନ୍ତରିଆ

masiha

କୋକସରା କଲେଜରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

masiha

Leave a Comment

error: Content is protected !!