ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡୁମୁରିକୁଦର ଗାଁ ରେ ସାରହୁଲ ପର୍ବ ପାଳିତ 

ଡୁମୁରିକୁଦର ଗାଁ ରେ ସାରହୁଲ ପର୍ବ ପାଳିତ 

  ମୟୂରଭଞ୍ଜ- ୭/୦୪ // ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଚଢ଼େଇପାହାଡି ପଂଚାୟତ ର ଡୁମୁରିକୁଦର ଗାଁ ରେ ଭୂମିଜ ମାନଙ୍କ ସାରହୁଲ ପର୍ବ ଦୁମଧାମ ପାଳିତ ହୋଇଯାଇଛି l ଆଖ ପାଖ ଗାଁ ରୁ ଭୂମିଜ ଲୋକ ମାନେ ଯୋଗ ଦେଇଥିଲେ l ଭୂମିଜ ମାନେ ଭାରତ ର ରାଜ୍ୟ ଆସାମ, ଓଡିଶା, ପଶ୍ଚିମ ବଙ୍ଗ ଓ ଝାରଖଣ୍ଡ ରେ ଦେଖିବାକୁ ମିଳନ୍ତି l ସେମାନେ ଓଡିଶା ର ମୁଖ୍ୟତଃ ମୟୁରଭଞ୍ଜ ଜିଲ୍ଲା ରେ ରୁହନ୍ତି l ଜାହିରା ରେ ଶାଳ ବୃକ୍ଷ ମୂଳ ରେ ସଳିତା, ସିଧୂର, ଧୁପ, ଆମ୍ବ ଫୁଲ, ଶାଳ ପୁଲ ଏବଂ କୁକୁଡ଼ା ପୂଜା କରାଯାଇଥିଲା l ପ୍ରକୃତି ଦେବୀ ଠାରୁ ଆଶୀର୍ବାଦ ଗ୍ରହଣ କରି ଜାୟା ଦାରମ ଏବଂ ବାହାଆତମ କରାଯାଇଥିଲା l ପୁରୁଷ ମାନେ କାନ ରେ ଏବଂ ଝିଅ ମାନେ ଖସା ରେ ଶାଳ ଫୁଲ କୁ ଲଗାଇ ମାଦଲ ତାଳ ରେ ନାଚି ଥିଲେ l ଏହି କାର୍ଯ୍ୟକ୍ରମ ରେ ଗୁଲାପ ସିଂ, ଚଢ଼େଇପାହାଡି ସମିତି ସଭ୍ୟା କୁନି ସର୍ଦାର, ପ୍ରଶାନ୍ତ ମୁଣ୍ଡା, ଟକଲ ଏବଂ ସଞ୍ଜୟ ମୁଣ୍ଡା ଅଥିତି ଭାବେ ଯୋଗ ଦେଇଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଇରଙ୍ଗପୁର କୋର୍ଟ ପରିସରରେ ଦିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଧର୍ମଗଡ ବ୍ଲକ ବେହେରା ଠାରେ ଦୀର୍ଘ ୩୦ବର୍ଷ ପରେ ବଞ୍ଜରା ସମାଜର କୁସୁମି ଲକଡି ପର୍ବ ପାଳିତ

masiha

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ଶୀତ ବସ୍ତ୍ର ଓ ପୋଷାକ ବଣ୍ଟନ

masiha

Leave a Comment

error: Content is protected !!