ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡୁମୁରିକୁଦର ଗାଁ ରେ ସାରହୁଲ ପର୍ବ ପାଳିତ 

ଡୁମୁରିକୁଦର ଗାଁ ରେ ସାରହୁଲ ପର୍ବ ପାଳିତ 

  ମୟୂରଭଞ୍ଜ- ୭/୦୪ // ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଚଢ଼େଇପାହାଡି ପଂଚାୟତ ର ଡୁମୁରିକୁଦର ଗାଁ ରେ ଭୂମିଜ ମାନଙ୍କ ସାରହୁଲ ପର୍ବ ଦୁମଧାମ ପାଳିତ ହୋଇଯାଇଛି l ଆଖ ପାଖ ଗାଁ ରୁ ଭୂମିଜ ଲୋକ ମାନେ ଯୋଗ ଦେଇଥିଲେ l ଭୂମିଜ ମାନେ ଭାରତ ର ରାଜ୍ୟ ଆସାମ, ଓଡିଶା, ପଶ୍ଚିମ ବଙ୍ଗ ଓ ଝାରଖଣ୍ଡ ରେ ଦେଖିବାକୁ ମିଳନ୍ତି l ସେମାନେ ଓଡିଶା ର ମୁଖ୍ୟତଃ ମୟୁରଭଞ୍ଜ ଜିଲ୍ଲା ରେ ରୁହନ୍ତି l ଜାହିରା ରେ ଶାଳ ବୃକ୍ଷ ମୂଳ ରେ ସଳିତା, ସିଧୂର, ଧୁପ, ଆମ୍ବ ଫୁଲ, ଶାଳ ପୁଲ ଏବଂ କୁକୁଡ଼ା ପୂଜା କରାଯାଇଥିଲା l ପ୍ରକୃତି ଦେବୀ ଠାରୁ ଆଶୀର୍ବାଦ ଗ୍ରହଣ କରି ଜାୟା ଦାରମ ଏବଂ ବାହାଆତମ କରାଯାଇଥିଲା l ପୁରୁଷ ମାନେ କାନ ରେ ଏବଂ ଝିଅ ମାନେ ଖସା ରେ ଶାଳ ଫୁଲ କୁ ଲଗାଇ ମାଦଲ ତାଳ ରେ ନାଚି ଥିଲେ l ଏହି କାର୍ଯ୍ୟକ୍ରମ ରେ ଗୁଲାପ ସିଂ, ଚଢ଼େଇପାହାଡି ସମିତି ସଭ୍ୟା କୁନି ସର୍ଦାର, ପ୍ରଶାନ୍ତ ମୁଣ୍ଡା, ଟକଲ ଏବଂ ସଞ୍ଜୟ ମୁଣ୍ଡା ଅଥିତି ଭାବେ ଯୋଗ ଦେଇଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଓ ଆରକ୍ଷୀ ଅଧୀକ୍ଷକ ମୟୂରଭଞ୍ଜ ଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

କିଆଜୋଡି ଠାରେ ପୋଲ ନାଳରେ କାର ଲେଉଟି ଅଳ୍ପକେ ବର୍ତ୍ତିଲେ ତିନିଜଣ ଯାତ୍ରୀ

masiha

ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପାପଡାହାଣ୍ଡି ବ୍ଲକର ଅତିରିକ୍ତ ଦାୟିତ୍ବ ଗ୍ରହଣ

Leave a Comment

error: Content is protected !!