ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀକୁ ଭେଟିଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କର୍ମକର୍ତା

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀକୁ ଭେଟିଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କର୍ମକର୍ତା

ଜୁନାଗଡ଼,୮/୪(ମନୀସ )କଳାହାଣ୍ଡି ଜିଲ୍ଲାର ମେଡିକାଲ ବିଭାଗରେ କାର୍ଯ୍ୟରତ MPHW ଯୁବକ ଯୁବତୀ ମାନଙ୍କର ପଦୋନ୍ନତି ହେବାର ଥିଲା,,ସେଥିପାଇଁ DPC ବୈଠକ ବସି ପ୍ରସ୍ତୁତି କରିବା ଥିଲା, ସାମ୍ବିଧାନିକ ସଂରକ୍ଷଣ ହିସାବରେ ଏସ୍ ଟି ୨୩% ଏସ୍ ସି ୧୬% ପାଇବା କଥା ଏବଂ ବାକି ୬୧% ସର୍ବ ସାଧାରଣରେ ମଧ୍ୟ ଏସ୍ ଟି ଏସ୍ ସି ଯୋଗ୍ୟ ଯୁବକ ଯୁବତୀ ପାଇବାର ଥିଲା କିନ୍ତୁ ଏସ୍ ଟି ଏସ୍ ସି ପିଲା ସଂରକ୍ଷଣର ଉର୍ଦ୍ଧ୍ବ ଯୋଗ୍ୟତା ଥିଲେ ମଧ୍ୟ ବାକି ଥିବା ୬୧% ର ଭାଗିଦାରି ହୋଇ ପାରିବେ ନାହିଁ ବୋଲି ବିରୋଧ କରି ଜେନେରାଲl ପିଲା ମାନେ ଧର୍ମଗଡ଼ ବିଧାୟକ ସୁଧିର ପଟଜୋଷି ପାଖକୁ ଯାଇ ଅଭିଯୋଗ କଲେ,,ବିଧାୟକ ଚାପ ପ୍ରୟୋଗ କରି DPC ବୈଠକ ବନ୍ଦ କରିଦେଲେ,,କିଛି ଜେନେରାଲ ପିଲା କୋର୍ଟ ରେ କେସ କରିଛନ୍ତି,ଏହା ଫଳରେ ଏସ୍ ଟି ଏସ୍ ସି ପିଲା ମାନଙ୍କ ପଦୋନ୍ନତି ବନ୍ଦ ହୋଇ ଯାଇଛି ।ଏହି ଖବର ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ହସ୍ତଗତ ହେଲା ପରେ ଆଜି ସଂଗଠନର ଏକ ଟିମ CDMO କଳାହାଣ୍ଡି କୁ ଭେଟି ଆଲୋଚନା କରିଛନ୍ତି,,,CDMO କହିଛନ୍ତି ବିଧାୟକ ଙ୍କ ହସ୍ତକ୍ଷେପ କଲାପରେ ଜିଲ୍ଲାପାଳ DPC ବୈଠକ ବସିବାକୁ ମନା କରି ଦେଇଥିଲେ କିନ୍ତୁ ଆଜି DPC ବୈଠକ ହୋଇଛି ମହିଳା MPHW ମାନଙ୍କ ପଦୋନ୍ନତି ପାଇଁ ଆଲୋଚନା ହୋଇଛି,କୋର୍ଟରେ କେସ ହୋଇ ଥିବାରୁ ପୁରୁଷ MPHW ମାନଙ୍କର ପଦୋନ୍ନତିରେ ଟିକେ ଡେରି ହେବ,,ଆପଣ ମାନେ ଆମ ଉପରେ ଭରସା ରଖନ୍ତୁ ଯାହା ହେବ ସାମ୍ବିଧାନିକ ପ୍ରଣାଳୀରେ ହେବ।ଏହି ଆଲୋଚନା ରେ ଉପସ୍ଥିତି ଥିଲେ ସଂଗଠନ ସଭାପତି ଧନଞ୍ଜୟ ଦୀପ୍,,କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା, ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ, ସମ୍ପାଦକ ଇନ୍ଦ୍ରମଣି ବାଗ ,ଏମ୍ ରାମପୁର ବ୍ଳକ ସଭାପତି ବୃନ୍ଦାବନ ନାଗ,କେସିଙ୍ଗା ବ୍ଳକ ସଭାପତି ଯୁଧିଷ୍ଠିର ଭଗତ,,ଅଭିରାମ ମହାନନ୍ଦ,,ଡମ୍ବୁରୁଧର କରୁଆ,,ପ୍ରହଲ୍ଲାଦ ବିଶି,,ସାମ୍ବିଧାନିକ ପ୍ରଣାଳୀରେ ଜଦୀ ପଦୋନ୍ନତି ନ ହେବ ତାହା ହେଲେ ଆଗାମୀ ଦିନରେ ଜିଲ୍ଲାରେ ଏସ୍ ଟି ଏସ୍ ସି ସମାଜର ମିଳିତ ରେ ବିରାଟ ଆନ୍ଦୋଳନ ହେବ ବୋଲି ସଂଗଠନ ସଭାପତି ଧନଞ୍ଜୟ ଦୀପ୍ କହିଛନ୍ତି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାୟଗଡା ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଜିଲ୍ଳାସ୍ତରୀୟ ସାଂସ୍କୃତିକ ଉତ୍ସବ

Sunil Chandra Nayak

ଅଗଷ୍ଟ କ୍ରାନ୍ତି ଦିବସରେ ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ମାନଙ୍କ ର ଶୋଭାଯାତ୍ରା ଓ ବିକ୍ଷୋଭ 

masiha

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ପାଳିତ 

masiha

Leave a Comment

error: Content is protected !!