ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜୁନାଗଡ:ଜୈନିକା ଯୁବତୀକୁ ଗଣ ଦୁଷ୍କର୍ମ ଘଟଣାରେ ଆଉ ତିନି ଗିରଫ

ଜୁନାଗଡ:ଜୈନିକା ଯୁବତୀକୁ ଗଣ ଦୁଷ୍କର୍ମ ଘଟଣାରେ ଆଉ ତିନି ଗିରଫ

କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ମିଚା ଗାଁ ରେ ଜୈନିକା ଯୁବତୀକୁ ଗଣ ଦୁଷ୍କର୍ମ ଘଟଣାରେ ଜୁନାଗଡ ଥାନା ପୋଲିସ ଆଜି ଆହୁରି ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବାରୁ ତାକୁ ଜୁଭେ ନାଇଲ କୋର୍ଟ, ଭବାନୀପାଟଣା ରେ ହାଜର କରଯାଇଥିବା ଜଣାଯାଇଛି। ପୂର୍ବରୁ ଏହି ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଗତ ୨୬.୩.୨୦୨୫ ତାରିଖ ରାତ୍ର ୮ଘଣ୍ଟା ସମୟରେ ପୀଡ଼ିତା ଗାଁ ରେ ନାଟକ ଦେଖିବା ପାଇଁ ଯାଇଥିବା ବେଳେ ଅଭିଯୁକ୍ତ ମାନେ ତାକୁ ଏକୁଟିଆ ଦେଖି ଗାଁ ପାଖ କେନାଲ ନିକଟରୁ ତାକୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିବା ଜୁନାଗଡ ଥାନା ରେ ଗତ ୧ ତାରିଖ ଦିନ ଅଭିଯୋଗ ହୋଇଥିଲା। ପୋଲିସ ତଦନ୍ତ କରି ୨ ତାରିଖ ଦିନ ମୂଖ୍ୟ ଅଭିଯୁକ୍ତ ତୁଳସୀ ରାମ ବିଶ୍ଵାଳ (୫୫) କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ବାକି ତିନିଜଣ ଅଭିଯୁକ୍ତ ନିଖିଳ ପୂଝାରୀ (୨୨), ଡିଙ୍ଗର ପ୍ରଧାନୀ (୨୧) ଓ ଅନ୍ୟ ଜଣେ ନାବାଳକ କୁ ଜୁନାଗଡ ପୋଲିସ ଗତ କାଲି ଠାରୁ ଅଟକ ରଖିଥିଲା। ଏମାନେ ମୁଖ୍ୟ ଅଭିଯୁକ୍ତ କୁ ଦୁଷ୍କର୍ମ କରିବାରେ ସାହାଯ୍ୟ କରିଥିବା ଜଣା ପଡ଼ିବାରୁ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ….

Related posts

କିଛି ଦିନର ବ୍ୟବଧାନ ପରେ ପୁଣି ଦେଖିବାକୁ ମିଳିଛି ମାଓ ଲିଫ୍ଲେଟ

Sunil Chandra Nayak

ସିନ୍ଧେକେଲା ଅଞ୍ଚଳରେ ବଢ଼ୁଛି ବାଲି ମାଫିଆଙ୍କ ଦୌରତ୍ମ୍ୟ, ପ୍ରଶାସନୀୟ ନିରବତାକୁ ନେଇ ଅସନ୍ତୋଷ

Sunil Chandra Nayak

ବାଲ୍ୟବିବାହ ରୋକିଲା ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!