ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ସଂପର୍କିତ ଆଇନ୍ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ସଂପର୍କିତ ଆଇନ୍ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୦୮.୦୪.୨୦୨୫ ରିଖ ମଙ୍ଗଳବାର ସମୟ ଘ.୧୦.୩୦ମି ସମୟ ରେ ସ୍ଥାନୀୟ ହାଲୁଆ ପଞ୍ଛାୟତ ପରିସରରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଯଥା ଏଫ୍.ଆଇ.ଆର, ବେଲ୍, ସମନସ, ୱାରେଣ୍ଟ, ଅପିଲ, ପ୍ଲିବାରଗେନିଙ୍ଗ ଇତ୍ୟାଦି ଉପରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପାନେଲ ଓକିଲ୍ ଦେବରାଜ ନାୟକ, ହାଲୁଆ ଗ୍ରାମର ସରପଞ୍ଛ, ପି.ଇ.ଓ ଓ ଗ୍ରାମର ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩, ଏଫ୍.ଆଇ.ଆର, ବେଲ୍, ସମନସ, ୱାରେଣ୍ଟ, ଅପିଲ, ପ୍ଲିବାରଗେନିଙ୍ଗ ଇତ୍ୟାଦି ଉପରେ ବିସୃତ ଭାବରେ ଅଂଶଗ୍ରହଣକାରୀ ମାନଙ୍କୁ ବୁଝାଇଥିଲେ I ସେହିପରି ଉପସ୍ଥିତ ଥିବା ପାନେଲ ଓକିଲ୍ ଦେବରାଜ ନାୟକ ନିଜର ଅଭିଭାଷଣରେ ଭାରତୀୟ ଆଇନ ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ଆଇନକୁ କିପରି ସଠିକରୂପେ ପ୍ରଣୟନକରି ସାଧାରଣଲୋକମାନଙ୍କୁ ଉଚିତନ୍ୟାୟ ପ୍ରଦାନ ସହ ଦୋଷୀ ନିର୍ଦୋଶରେ ଖସିପାରିବ ନାହିଁ ସେ ସଂପର୍କରେ ଆଲୋଚନା କରିବା ସହିତ ବିଭିନ୍ନ ଅସୁବିଧା ସମୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଦ୍ୱାରସ୍ଥ ହେବା ପାଇ ସମସ୍ତ ଜନସାଧାରଣ ମାନଙ୍କୁ ବୁଝାଇଥିଲେ ୤ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ଜନସାଧାରଣ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କର୍ମକ୍ଷେତ୍ରରୁ ଅବସର ଗ୍ରହଣ କଲେ ରାଉରକେଲା ସିଡିପିଓ ଶ୍ରୀମତୀ ଦର୍ଶନୀ ଏକ୍କା

Sunil Chandra Nayak

ରାଇରଙ୍ଗପୁର ବ୍ଳକ ; ପୋଖରିଢିପା ଗ୍ରାମ୍ୟ ରାସ୍ତା ଅବରୋଧକୁ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ; ଲକ୍ଷ୍ମୀ ବସ ହେବାରୁ ଗ୍ରାମବାସୀ ବଞ୍ଚିତ

masiha

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪  ଦ୍ବିତୀୟ ଦିନ ନାୟିକା ରାଉରକେଲା ର ନାଟକ ଶୂନ୍ୟତା ଓ ଉପହାର ନାଟକ ମୋତେ ବଞ୍ଚିବାକୁ ଦିଅ ମଞ୍ଚସ୍ଥ 

masiha

Leave a Comment

error: Content is protected !!