ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଭିନୟ କଳା କର୍ମଶାଳା ଆସନ୍ତା ୧୭ ଯାଏ …

ଅଭିନୟ କଳା କର୍ମଶାଳା ଆସନ୍ତା ୧୭ ଯାଏ …

ରାଉରକେଲା: ସ୍ଥାନୀୟ ସେକ୍ଟର: ୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ତରଫରୁ ସ୍ବତନ୍ତ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଅଭିନୟ କଳା କର୍ମଶାଳା ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି। ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀଙ୍କ ଆବାହକତ୍ଵ ଓ ପ୍ରମୋଦ କୁମାର ମହାନ୍ତିଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଶରତ ଦାସ ଉଦଘାଟକ,ସିନେ ତଥା ମଞ୍ଚ ଅଭିନେତା କୈଳାସ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟଅତିଥି, ପ୍ରଶିକ୍ଷକ ତଥା ସମ୍ମାନିତ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ପଞ୍ଚାନନ ପାତ୍ର ଯୋଗଦେଇଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଅଭିନୟ ଓ ନାଟକର ସ୍ବରୂପ ତଥା କଳାକାର ୪ଟି କଳା ଯଥା: ନୃତ୍ୟ, ସଂଗୀତ, ସଂଳାପ ଓ ଅଭିନୟକୁ ଆୟତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅଭିନୟ ଶିଖାଯାଏନି; ଜଣେ ଆଉ ଜଣେ ହୋଇଯିବା ହିଁ ଅଭିନୟ ତଥା ଅଭିନୟ ରିଦିମ୍ ଯୁକ୍ତ ହେବା ଦରକାର ବୋଲି ଅତିଥିମାନେ ମତ ରଖିଥିଲେ। ପାଣ୍ଡୁଲିପି, ମଞ୍ଚ, ଅଭିନେତା ଓ ଦର୍ଶକ ସହ ଶରୀର,ମନ ଓ ସ୍ବରର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶତପଥି ଏହି କର୍ମଶାଳାର ଆଭିମୁଖ୍ୟ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ବିଦ୍ୟା ମନ୍ଦିରରେ ଅଧ୍ୟୟନରତ ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ଅଭିନୟ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ଏହି କର୍ମଶାଳା ସହାୟକ ହେବ ବୋଲି ସେ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ସଭାପତି ମିତ୍ରଭାନୁ ପଣ୍ଡା ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ଓ ବିଦ୍ୟାଳୟର ସାମାଜିକ ପ୍ରତିବଦ୍ଧତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କୋଷାଧ୍ୟକ୍ଷ ଉପେନ୍ଦ୍ର ନାଥ ଦାଶ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ମଞ୍ଚ ସଂଯୋଜନା ସଂଧ୍ୟା ରାଣୀ ସାମନ୍ତ କରିଥିଲାବେଳେ ଗୁରୁ ପ୍ରମୋଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହ ପ୍ରଧାନ ଆଚାର୍ଯ୍ୟ ଜନ୍ମେଜୟ ସୁଆର, ଶ୍ୟାମସୁନ୍ଦର ସେଠୀ, ସୁମିତ୍ରା ମିଶ୍ର, ପୁଷ୍ପଲତା ବିଶ୍ବାଳ, ବିଭୂତି ଭୂଷଣ ସାମଲ, ଅଞ୍ଜନା ବାରିକ, ଅପର୍ଣ୍ଣା ପଣ୍ଡା, ସନ୍ଧ୍ୟାରାଣୀ ସାମନ୍ତ, ସରୋଜିନୀ ଜେନା, ନନ୍ଦିତା ବାରିକ, ସୁଜାତା ମହାନ୍ତି, ସଂଗୀତା ଦାସ, ପୁଷ୍ପଲତା ଦାସ, ମୋନାଲିକା ଦାସ, ସବିତା ନନ୍ଦ, ଲଳିତା ବେହେରା, ବିଜୟଲକ୍ଷ୍ମୀ ବାରିକ, ପ୍ରଦୀପ୍ତ ପଟ୍ଟନାୟକ, ରାଧାମୋହନ ଦାଶ, ରେଖା ମହାନ୍ତି, ଲକ୍ଷ୍ମୀ ବେହେରା ପ୍ରମୁଖ ଉପସ୍ଥିତ ରହି କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ଗତ ୭ ତାରିଖ ଦିନ ସଂଗୀତ କଳା କର୍ମଶାଳା ଆରମ୍ଭ ହୋଇଥିଲା ବେଳେ ଉଭୟ ସଂଗୀତ ଓ ଅଭିନୟ କଳା କର୍ମଶାଳା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ: ବ୍ରାହ୍ମଣ ଛେଣ୍ଡିଆଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

masiha

ବଡାମତଳିଆରେ ବାଇକ କୁ ପିଟି ଦୃତ ଗତିରେ ଆସି ପଳାଇଲା ଅଜଣା ଗାଡ଼ି; ସ୍ବାମୀ ଅଳ୍ପକେ ରକ୍ଷା ପାଇଲା ବେଳେ ପତ୍ନୀ ଓ ଛୁଆ ଗୁରୁତର

Sunil Chandra Nayak

ବିହନ ଉତ୍ପାଦକ ଙ୍କ ବୈଠକ 

masiha

Leave a Comment

error: Content is protected !!