ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଧର ମହାନ୍ତ ଙ୍କ କବିତା ଅଭିମାନ

ଅଭିମାନ

 

ରାଗ (ତୋଡ଼ିପରଜ )

ଅଭିମାନୀଗୋ!କରନାତୁଅଭିମାନଗୋ

ତୁକଲେ ଗୁମାନ ଯିବମୋ ସମ୍ମାନ

ହେବଖାଲି ଅପମାନଗୋ(ଘୋଷା )

 

ଅଭିମାନ କରି ମୋତେ ଦେଲୁସାରି

     ହଟାଇଲୁ ବୁଦ୍ଧିଜ୍ଞାନ

କିପରି ଚଳିବି ସଂସାର ସାଗରେ

     ରହିବକି ମୋରମାନ

କହରେ ନାଗରୀ କିପରି ଭାଙ୍ଗିବୁ

     ମନରୁ ଆଜିତୁ ମାନ ଗୋ |(1)

 

ଆଣିଛି ତୋପାଇଁ ମନକୁ ମନାଇ

      ରତନ କୁଣ୍ଡଳ ମାନ

ପିନ୍ଧିବୁଲୁ ଥିବୁ ନିତିସାଇସାଇ

      ସଜାଇବୁ ନାକକାନ

ଆଜ ଭାଙ୍ଗରେତୁ ସ୍ନେହ ପ୍ରୀତିମାନ

      ଆନନ୍ଦ ଭରା ଗୁମାନ ଗୋ(2)

 

ଯାହା ଚାହିଁବୁତୁ ଆଣିଦେଵି ଗୋରୀ

        ଆକାଶରରୂପା ଜହ୍ନ

ସରଗରୁ ତୋଳି ଆଣିଦେଵି ସଜ

       ଫୁଟାସୁନ୍ଦର ସୁମନ

ସକେଇସକେଇ କାନ୍ଦନାମୋ ଧନ

      ତୁତ ଜୀବର ଜୀବନଗୋ(3)

 

ତୁତମୋ ସ୍ୱର୍ଗର ପାରିଜାତ ଫୁଲ

          ମରତର ସୁନାଚମ୍ପା

ଅଭିମାନକଲେ କିପରି ବଞ୍ଚିବି   

      ବାରେକର ଅନୁକମ୍ପା

ବୋଲେବିଦ୍ୟାଧର ସୁନୟନା ଆଜ

      ଭାଙ୍ଗି ଚାହାଁ ଅଭିମାନ ଗୋ

 

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା
ହରଚନ୍ଦନପୁର, କେନ୍ଦୁଝର

 

 

Related posts

ମଣ୍ଡେଇ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ପ୍ରଥମ ବର୍ଷା – ଅସ୍ଥାୟୀ ପୋଲକୁ ଧୋଇ ନେଲା

ଆଦର୍ଶ ପାଠାଗାର ରେ ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!