ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଲାଗୁଡା ଠାରେ ଶ୍ରୀରାମ ଲୀଲା ମହୋତ୍ସବ ଅନୁଷ୍ଠିତ 

କର୍ଲାଗୁଡା ଠାରେ ଶ୍ରୀରାମ ଲୀଲା ମହୋତ୍ସବ ଅନୁଷ୍ଠିତ 

ଜୁନାଗଡ଼ (ମ ନି ସ):-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଫରଙ୍ଗ ପଞ୍ଚାୟତ କର୍ଲାଗୁଡା ଗ୍ରାମ ଠାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ରାମଲୀଳା ମହୋତ୍ସବ ବା ରାବଣ ଦରବାର ତିନିଦିନ ପାଇଁ ଅନୁଷ୍ଠିତ ହୋଇଯାଇଛି । ଦ୍ଵିତୀୟ ସନ୍ଧ୍ୟା ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସାମାଜିକ କର୍ମୀ ଦେବେନ୍ଦ୍ର ପ୍ରଧାନ,ସମ୍ମାନିତ ଅତିଥି ଭାବରେ ସାମାଜିକ କର୍ମୀ ଆଦିତ୍ୟ ମୁଣ୍ଡ, ସରୋଜ ନିଆଲ, ଡମ୍ବରୁଧର ଭୋଇ, ରାମ ମନ୍ଦିର ପୂଜକ ନୀଳାଞ୍ଚଳ ମିଶ୍ର,ୱାର୍ଡ ମେମ୍ବର ରୁଦ୍ର ପ୍ରସାଦ ପ୍ରଧାନ,ସାମ୍ବାଦିକ ରବୀନ୍ଦ୍ର ରାଉତ, ସମ୍ୱାଦିକ ପ୍ରିୟକୃଷ୍ଣ ପୁଟେଲ, ସାମ୍ବାଦିକ ହୃଦାନନ୍ଦ ନାଏକ,ସମ୍ୱାଦିକ ଧନେଶ୍ୱର ଭାଟି ପ୍ରମୁଖ ରାମଲୀଳା ମହୋତ୍ସବରେ ଯୋଗଦେଇଥିଲେ । ମହୋତ୍ସବରେ ସମସ୍ତ ସାମାଜିକ କର୍ମୀ ଓ ସାମ୍ବାଦିକଙ୍କୁ ନିଜର କାର୍ଯ୍ୟ ଦକ୍ଷତା ପାଇଁ ପୁରସ୍କୃତ କରାଯାଇଥିଲା । ଦ୍ୱିତୀୟ ସନ୍ଧ୍ୟାରେ ରାବଣ ଦରବାରରେ ପ୍ରଭୁ ହନୁମାନଙ୍କ ଲଙ୍କାପୋଡି ବିଷୟ ବସ୍ତୁ ପ୍ରଦର୍ଶନ କରାଯାଇଥିଲା । ରାବଣ ଅଭିନୟରେ ସୁମନ୍ତ କୁମାର ମେହେର ଅଭିନୟ କରୁଛନ୍ତି । ଅନୁଷ୍ଠାନର ସଭାପତି ବିଶ୍ୱଜିତ ପ୍ରଧାନ, ସମ୍ପାଦକ ବବ୍ରୁ ବାହାନ ପ୍ରଧାନ,ଅନ୍ୟମାନଙ୍କ ମଧ୍ୟରେ ନୀଳାଚଳ ମିଶ୍ର, ବଦ୍ରି ଦାସ, ପ୍ରମୋଦ ପ୍ରଧାନ, ନଉ କିଶୋର ପ୍ରଧାନ, ସତ୍ୟ ପ୍ରଧାନ ତଥା କର୍ଲା ଗୁଡା ଗ୍ରାମବାସୀ ସହଯୋଗ କରିଥିଲେ ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସା ରିପୋର୍ଟ

Related posts

ଅଗ୍ନିଗଙ୍ଗାମା ଠାକୁରାଣୀ ଯାତ୍ରାର ଦ୍ୱିତୀୟ ବୈଠକ ସମାପନ

Sunil Chandra Nayak

ପ୍ରହସନ ପାଲଟିଛି ଜନଶୁଣାଣୀ ଶିବିର, ନ୍ଯାୟ ପାଇବାରୁ ବଞ୍ଚିତ ଜନସାଧାରଣ

masiha

ଗୌଡ଼ଛେଣ୍ଡିଆ ଗ୍ରାମରେ ଷୋହଲ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!