ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ବ୍ଲକରେ ଆୟୁଷମାନ ଯୋଜନା କାର୍ଯ୍ୟକ୍ରମ 

ଜୁନାଗଡ଼ ବ୍ଲକରେ ଆୟୁଷମାନ ଯୋଜନା କାର୍ଯ୍ୟକ୍ରମ 

ଜୁନାଗଡ଼ ୧୧/୪( ମନୀସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ହାବସପୁର ଓ ବିଭିନ୍ନ ସ୍ୱାସ୍ଥ କେନ୍ଦ୍ରରେ ଆୟୁଷ ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରାଯାଇଛି ।ଏହି ଅବସରରେ ହାବସ ପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ଼, ବିବେକାନନ୍ଦ ମହାନନ୍ଦ ଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟ। ଶାମୁକା ରାଣୀ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧକ୍ଷ ମନୋଜ କୁମାର ମେହେର ,ସ୍ଥାନୀୟ ସରପଞ୍ଚ ବିକାଶ ରଞ୍ଜନ ପଣ୍ଡା ,ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟଗୁରୁ , ସି ଡି ପି ଓ ଗୀତା ମାଝି ,ପୂର୍ବତନ ବ୍ଲକ ଅଧକ୍ଷ ଅଭିମନ୍ୟୁ ପଣ୍ଡା ,କୃଷକ ମୋର୍ଚାର ସଭାପତି ଦେବଦତ୍ତ ପଣ୍ଡା ,ଅମରେଶ ମୁଣ୍ଡ ,ସତ୍ୟ ରଞ୍ଜନ ରାଉତ ଏବଂ ମାନସ ରଞ୍ଜନ ମୁଣ୍ଡ ପ୍ରମୁଖ ଯୋଗଦାନ କରି ଏହି ଯୋଜନାରେ ବିଶେଷ କରି ଗରିବ ,ଖଟିଖିଆ ଶ୍ରେଣୀର ଲୋକମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ମତ ବ୍ୟକ୍ତ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଚିଲିଗୁଡା ସି ଏ ତ ସି ଏବଂ ହବାସପୁର ପି ଏ ଚ ସିର ସମସ୍ତ ଆଶା କର୍ମୀ ,ଏ ଏ ନ ଏ ମ ,ସି ଏ ଚ ଓ ,ପୁରୁଷ ସ୍ୱାସ୍ଥ୍ୟ କର୍ମୀ ,ସୁପର ଭାଇଜର ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ରେ ମହିଳା ମାନଙ୍କୁ ଉତ୍ସ।ହିତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଏଥିରେ କରଚଳା ହାଇ ସ୍କୁଲ ଏବଂ ହାବସ ପୁର ହାଇ ସ୍କୁଲର ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ ।କାର୍ଯ୍ୟକ୍ରମ କୁ ଜୁନାଗଡ଼ ସୁପର ଭାଇଜର ପ୍ରିୟରଞ୍ଜନ ମୁଣ୍ଡ ମଞ୍ଚ ପରିଚାଳନା କରିଥିବାବେଳେ ବାଡ଼ା ସୁଧିର ପାଣିଗ୍ରାହୀ ,ସୁପର ଭାଇଜର ଜଳନ୍ଧର ମେହେର ,ସ୍ୱାସ୍ଥ୍ୟ କର୍ମୀ ଧୀରେନ ମେହେର ପ୍ରମୁଖ ସହଯୋଗ କରିଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ଫାର୍ମାସିଷ୍ଟ ଶଶୀ ଭୂଷଣ ଖମାରି ।ସେହିପରି ଜୁନାଗଡ଼ ବ୍ଲକର ଚାରବାହାଲ ,ମହିଚଳ। ,କୁଲିହାରୀ ଠାରେ ମଧ୍ୟ ଏହି କାର୍ଯ୍ୟକ୍ରମ ସମାରୋହରେ ଅନୁଷ୍ଟିତ ହୋଇଯାଇଛି । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ …… ଚତୁର୍ଥ ଦିନ ପ୍ରତିଧ୍ଵନି ର ନାଟକ ଖାଣ୍ଟି ସୁନା ଓ ନଟରାଜ ନୃତ୍ୟ ପରିଷଦର ନାଟକ ସମ୍ବୋଧନ ମଞ୍ଚସ୍ଥ

masiha

Rotary District 3261open Team Ojasvi

Sunil Chandra Nayak

ତେରେସିଂହା ରେ ରୋଗୀବଲା ଯାତ୍ରା

Sunil Chandra Nayak

Leave a Comment

error: Content is protected !!