ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଠାରେ ମୂଳନୀବାସୀ ବହୁଜନ ମିଳିତ ମହାସଂଘ ତରଫରୁ ମହାତ୍ମା ଜ୍ୟୋତି ରାଓ ଫୁଲେ ଙ୍କ ଜୟନ୍ତୀ ପାଳନ

ଧର୍ମଗଡ଼ ଠାରେ ମୂଳନୀବାସୀ ବହୁଜନ ମିଳିତ ମହାସଂଘ ତରଫରୁ ମହାତ୍ମା ଜ୍ୟୋତି ରାଓ ଫୁଲେ ଙ୍କ ଜୟନ୍ତୀ ପାଳନ

ଆଜି ଧର୍ମଗଡ଼ କଲ୍ୟାଣ ମଣ୍ଡପ ଠାରେ ମୂଳ ନୀବାସୀ ବହୁଜନ ମିଳିତ ମହାସଂଘ ତରଫରୁ ମହାତ୍ମା ଜ୍ୟୋତି ରାଓ ଫୁଲେ ଙ୍କ ଜୟନ୍ତୀ ପାଳନ ହୋଇଯାଇଛି।

ମହାସଂଘ ର ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥି ଲିଙ୍ଗରାଜ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଦୁର୍ଗାପ୍ରସାଦ ନାଏକ, ପ୍ରକାଶ ନାଏକ, ପ୍ରମୋଦ ହଂସ, ବିରଞ୍ଚି ଜାଲ, ଗୋବର୍ଦ୍ଧନ ଶବର,ଏସ. ସୁଜାତା, ରାମସୁନ୍ଦର ମେହେର, ପବିତ୍ର ପଟେଲ, ରାଜେନ୍ଦ୍ର ଭୋଇ, ଚୈତନ୍ୟ ନାଏକ, ଉଦିତ ନାଏକ, ଲିଙ୍ଗରାଜ ଆଜାଦ,ଭବାନୀ ବଣିଆ, ଯତୀନ୍ଦ୍ର କର, ଡାକେଶ୍ୱର ଲହଜଲ, ରତନ ନାଏକ, ସତ୍ୟବାନ ନାଏକ,ଶ୍ୟାମ ମାଝୀ, ସୋମ୍ୟରଞ୍ଜନ ନାଏକ, ମୁନିଆ ସିପକା,ସରୋଜ ସୁନା, ସୁରେଶ ରାଓ, ଦୁର୍ଯ୍ୟୋଧନ ଜାଲ, କ୍ଷୀରସିନ୍ଧୁ ବୋଡ଼କିଆ, ନିର୍ମଳ ଜାଲ, ଚିତ୍ର ସେନ ଗୋପାଳ, ଅପରେଶ ସ୍ବାଇଁ, ଢଗ ନାଏକ, ଲୋକେଶ୍ୱର ପାରି, ଧନମତ ଛତ୍ରିଆ, ଗୁଣନିଧି ଶବର, ପାଟଯୋଶୀ ପଟେଲ, ଆଦି ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।ପ୍ରଥମେ ଓବିଶି, ଏସ ଟି, ଏସ ସି ସମାଜର କର୍ମକର୍ତ୍ତା ମାନେ ଧର୍ମଗଡ଼ ଗୋନ୍ତିଆ ଶ୍ୟାମ ସୁନ୍ଦର ନାଏକ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲା ପରେ କର୍ମକର୍ତ୍ତା ମାନେ ଏକ ଶୋଭାଯାତ୍ରାରେ ନୂତନ ବସଷ୍ଟାଣ୍ଡ ଠାରୁ ଚାରିଛକ ଆସି ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ବିଜୁ କଲ୍ୟାଣ ମଣ୍ଡପରେ ଜୟନ୍ତୀ ସଭା ଆୟୋଜିତ ହୋଇଥିଲା।

ଏହି ସଭାର ଶିକ୍ଷକ ବେଣୁଧର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ, ଦିଗାମ୍ବର ଦୁରିଆ ସ୍ୱାଗତ ଅଭିଭାଷଣ ଦେଇଥିଲେ।ଦେଶରେ ସରକାର ଯେତେବେଳେ ମନୁବାଦି ବ୍ୟବସ୍ଥା କୁ ଆହୁରି ପ୍ରତିଷ୍ଠା କରିବାକୁ ଯାଉଛନ୍ତି, ସେତେବେଳେ ଓବିଶି, ଏସ ଟି, ଏସ. ସି ସମାଜର ଏକ ହେବାର ଆବଶ୍ୟକତା ଅଛି।ଜ୍ୟୋତିବା ଫୁଲେ ଓ ତାଙ୍କ ସ୍ତ୍ରୀ ସାବିତ୍ରୀ ଫୁଲେ ଏହି ବହୁଜନ ସମାଜ କୁ ସୁଧାରିବା ପାଇଁ ସମସ୍ତେ ଶିକ୍ଷିତ ହେବାକୁ କହୁଥିଲେ ଓ ନିଜେ ମହିଳା ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ସତୀଦାହ ପ୍ରଥା ବିରୁଦ୍ଧରେ ଲଢ଼ିବା, ବିଧବା ବିବାହ କୁ ପ୍ରୋତ୍ସାହନ କରିବା, ଜାତିପ୍ରଥା ବିରୁଦ୍ଧରେ ଲଢ଼ିବା, ଚାଷୀ ମାନଙ୍କ ସ୍ୱାର୍ଥ ସପକ୍ଷରେ ଲଢ଼ିବା ଫୁଲେ ଙ୍କ କୃତିତ୍ୱ ଥିଲା।ବର୍ତମାନ ସରକାର ସରକାରୀ ଚାକିରୀ ଓ ଶିକ୍ଷାରେ ଏହି ତିନିବର୍ଗର ଲୋକଙ୍କୁ ତାଙ୍କ ଜନସଂଖ୍ୟା ଅନୁସାରେ ସଙ୍ଗରକ୍ଷଣ ମିଳୁ ନାହିଁ. ଶିକ୍ଷା ର ଘରୋଇ କରଣ ବଢୁଛି. ମଣ୍ଡଳ କମିଶନ ଙ୍କ ସୁପାରିଶ ଲାଗୁ ହେଉନାହିଁ, ଫଳରେ ସମ୍ବିଧାନ ପ୍ରଦତ୍ତ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ମିଳୁ ନାହିଁ ତେଣୁ ଆଗାମୀ ଦିନରେ ଜାତି ଜନଗଣନା ଦାବୀ କରିବା ସହିତ ମଣ୍ଡଳ କମିଶନ ଙ୍କ ସୁପାରିଶ କୁ ଲାଗୁ କରିବା ପାଇଁ ମିଳିତ ଭାବେ ଏହି ତିନି ବର୍ଗର ଲୋକମାନେ ଜନ ଆନ୍ଦୋଳନ କରିବାକୁ ବକ୍ତା ମାନେ ଏହି ଅବସରରେ ଆହ୍ୱାନ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

କପିଳlଶ ପୀଠ କୁ ଆସିଲା ଅନୁଗୁଳ ରେ ଗୋଡ଼ ଭଙ୍ଗା ହାତୀ କପିଳାଶ

ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜରଙ୍କୁ ଧକ୍କା ଦେଲା ପଲାସା ଏକ୍ସପ୍ରେସ୍, ମଧ୍ୟରେ ବଡ ଟ୍ରେନ୍ ଦୁର୍ଘଟଣା

masiha

ମଳମୁଣ୍ଡା ରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ଆର୍ଥିକ ସହାୟତା ବଣ୍ଟନ ଶିବିର 

masiha

Leave a Comment

error: Content is protected !!