ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼, ୧୧/୦୪/୨୫: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ସୁନ୍ଦରଗଡ଼ ସ୍ଥିତ ଲୁହୁରାଢିପା ଅନ୍ତର୍ଗତ ୟୁପିଏଚସି ଏବଂ ଜିଲ୍ଲା ର ସମସ୍ତ ପି. ଏଚ.ସି ଏବଂ ୟୁ ପି ଏଚ ସି ମାନଙ୍କରେ ଅନୁଷ୍ଠିତ ହେଇଯାଇଛି l ଏହି ଅବସରରେ ସୁନ୍ଦରଗଡ଼ ପୌରପାଳିକା ର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର ଯୋଗ ଦେଇ “ଏହି ଆୟୁଷ୍ମାନ ଭାରତ ଯୋଜନା ଏକ ଯୁଗାନ୍ତକାରି ଯୋଜନା। ରୋଗ ଧନୀ ଗରିବ ଦେଖି ନଥାଏ। ଗରିବ ଲୋକମାନେ ରୋଗ ର ଚିକିତ୍ସା କରିବାକୁ ଯାଇ ସର୍ବସ୍ବାନ୍ତ ହୋଇଥାନ୍ତି। ଏହି ଯୋଜନାରେ ସେହି ସେହି ବର୍ଗର ଭାଇ ଭଉଣୀ ବିଶେଷ ଭାବେ ଉପକୃତ ହେବେ” ବୋଲି ଅଭିଭାଷଣରେ କହିଥିଲେ। ସେହିଭଳି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଥିବା ଲାଭ ଗୁଡ଼ିକ ଉପରେ କହିଥିଲେ ଏବଂ ଏହି ବୃହତ୍ ଯୋଜନା ଲୋକମାନଙ୍କୁ ମାଗଣାରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇବ। ଏହି ଯୋଜନାରେ ବ୍ୟକ୍ତିବିଶେଷ ମାନଙ୍କୁ ଏହି ଏକକ କାର୍ଡ ଆଶା ଦିଦି ମାନଙ୍କ ସହାୟତାରେ ତାଙ୍କୁ ସେମାନଙ୍କ ଘରେ ନେଇ ଦିଆଯିଵ ବୋଲି କହିଥିଲେ।

    ଆଜିର ଏହି କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟାଳୟ ସହିତ ସମସ୍ତ ୭୩ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ ହୋଇଥିଲା। ଏହି ସମସ୍ତ କେନ୍ଦ୍ରରେ ଜନ ପ୍ରତିନିଧି, ବରିଷ୍ଠ ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ଗୁରୁ ପ୍ରସାଦ ମହାନ୍ତ, ଟାଙ୍ଗରପାଲି ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। କୁଣ୍ଡୁକେଲା କେନ୍ଦ୍ର ଠାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ଶ୍ରୀ ଅଭିମନ୍ୟୁ ମାଝୀ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୁଷମା ବିଲୁଙ୍ଗ ବଡ଼ଗାଁ ,ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ ଲେଫ୍ରିପଡ଼ା, ପି ଏ , ଆଇ ଟି ଡି ଏ ଶ୍ରୀ ଧିରେନ୍ଦ୍ର ସେଠୀ ହେମଗିରି, ଜିଲ୍ଲା ଶିକ୍ଷା ଅଧିକାରୀ କୁତ୍ରା, ଯୋଜନା ବିଭାଗ ର ଉପ ନିର୍ଦ୍ଦେଶକ ଶ୍ରୀ ବିଭୂତି ରାଉଳ ବାଲିଶଙ୍କରା, ଲୁହୁରାଢିପା ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ଶ୍ରୀ ବିକାଶ ମୁଣ୍ଡାରୀ,ସମସ୍ତ କାଉନସିଲର ଯୋଗ ଦେଇଥିଲେ ଏବଂ ଅନ୍ୟାନ୍ୟ ସମସ୍ତ କେନ୍ଦ୍ର ରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଆଜି ହିତାଧିକାରୀ ମାନଙ୍କୁ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା। ସାଧାରଣ ଜନ ସେବା କେନ୍ଦ୍ର ଗୁଡିକ ସମ୍ପୃକ୍ତ ଅଂଚଳର ଆଶାକର୍ମୀ/ ବହୁମୁଖୀ ଜନସ୍ୱାସ୍ଥ୍ୟ କର୍ମୀମାନଙ୍କ ସହାୟତାରେ ଗ୍ରାମ ସ୍ତରରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ l ଜିଲ୍ଲାରେ ବର୍ତ୍ତମାନ ୨୨ ଗୋଟି ଘରୋଇ ହସ୍ପିଟାଲ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା – ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ( ଏ. ବି. ପିଏମ. ଜେ. ଏ. ୱାଇ – ଜି. ଜେ. ଏ. ୱାଇ ) ଯୋଜନାରେ ଅନୁବନ୍ଧିତ ଅଛନ୍ତି l ଏହାସହିତ ସାରା ଦେଶରେ ୨୯୦୦୦ ଘରୋଇ ଏବଂ ସରକାରୀ ହସ୍ପିଟାଲ ଏହି ଯୋଜନାରେ ତାଲିକାଭୁକ୍ତ ଅଛନ୍ତି l ନୂଆ ଏକକ କାର୍ଡ ପାଇବା ପର୍ଯ୍ୟନ୍ତ ବର୍ତ୍ତମାନର ସମସ୍ତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହିତାଧିକାରୀ ତାଲିକାଭୁକ୍ତ ହସ୍ପିଟାଲରେ ନିଜର ଆଧାର କାର୍ଡ ସହିତ ବର୍ତ୍ତମାନର ପାଖରେ ଥିବା ସ୍ୱାସ୍ଥ୍ୟ କାର୍ଡ ନମ୍ବର ଦେଇ ଚିକିତ୍ସା ପାଇପାରିବେ l ଏହି ଯୋଜନା ରେ ଯୋଗ୍ୟ ହିତାଧିକାରୀ ପରିବାର ବର୍ଗ ମାନଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ହିତାଧିକାରୀ ମାନଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ର ଦେୟମୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ଯୋଜନାକୁ ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ଜିଲ୍ଲାରେ ୭୩ ଗୋଟି ସଚେତନତା ରଥ ନିଜ ଅଞ୍ଚଳ ଭ୍ରମଣ କରି ଜନସାଧାରଣ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ।  

   ସେହିଭଳି ୭୦ ବର୍ଷ କିମ୍ବା ତଦୁର୍ଦ୍ଧ ବରିଷ୍ଠ ନାଗରିକ ମାନଙ୍କ ପାଇଁ ରାଜ୍ୟ ସରକାର ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ପ୍ରଣୟନ କରିଛନ୍ତି। ଯାହାଦ୍ବାରା ସେମାନେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ର ଦେୟମୁକ୍ତ ଚିକିତ୍ସା ପାଇପାରିବେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କେଲିଆ ଶୈବପୀଠରେ ମହାଶିବରାତ୍ରି ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

masiha

ଚାରବାହାଳ ଠାରେ ହୋଣ୍ଡା ର ନୂତନ ସୋରୁମ୍ ଉଦଘାଟିତ 

Sunil Chandra Nayak

Utkal Youth Trust and Sankalp Foundation organised a blood camp for Coromandel Express accident.

Sunil Chandra Nayak

Leave a Comment

error: Content is protected !!