ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଜଣା ଗାଡି ଧକ୍କାରେ ଜଣେ ମୃତ 

ଅଜଣା ଗାଡି ଧକ୍କାରେ ଜଣେ ମୃତ 

ଡାବୁଗାଁ, ୧୩/୪ (ମ.ନି.ସ.)- ରବିବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଅର୍ଚ୍ଚିତଗୁଡା ଗ୍ରାମ ବିଦ୍ୟାଳୟ ସମ୍ମୁଖ ରେ ମୋଟରସାଇକେଲ ଦୁର୍ଘଟଣା ଘଟି ଜଣେ ମୃତ | ସୂଚନାଯୋଗ୍ୟ:- ରବିବାର ଝରିଗାଁ ବ୍ଲକ ଅଧୀନ ଦୁବିଆ ଗ୍ରାମର ଦାମୁଧର ଭତ୍ରା ( ୫୦) ଡାବୁଗାଁ ଥାନା ଅଧୀନ ସିଉନାଗୁଡା ଗ୍ରାମକୁ ଏକ ବିବାହ ଭୋଜି ରେ ଯୋଗ ଦେବାକୁ ଆସିଥିଲେ | ସେଠାରେ ଭୋଜି ଖାଇ ସନ୍ଧ୍ୟାରେ ନିଜ ଘର ଦୁବିଆ ଗ୍ରାମକୁ ମୋଟରସାଇକେଲ ନଂ ଓଡି ୨୪ କେ ୮୪୨୨ ଯୋଗେ ଫେରୁଥିବା ସମୟରେ ଅର୍ଚ୍ଚିତଗୁଡା ଗ୍ରାମ ବିଦ୍ୟାଳୟ ସମ୍ମୁଖରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା | ଫଳରେ ଦାମୁଧର ରାସ୍ତା କଡକୁ ପଡିଯାଇ ଆହତ ହୋଇଥିଲେ | ସ୍ଥାନୀୟ ଲୋକେ ଦାମୁଧର ଙ୍କୁ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଡାକ୍ତରଖାନା ରେ ଡାକ୍ତର ଯାଞ୍ଚ କରି ଦାମୁଧର ଙ୍କୁ ମୃତ ଘୋଷଣା କରିଥିଲେ | ଖବରପାଇ ଥାନା ଏଏସଆଇ ଗୋପାଳକୃଷ୍ଣ ହାଲୱା ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ମୋଟର ସାଇକେଲ ଜବତ କରି ଥାନା କୁ ଆଣିଥିଲେ | ଏନେଇ ମୃତକ ର ପୁଅ ପଦୁରାମ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୭୬/୨୫ ରେ ଏକ ମାମଲା ରୁଜୁ କରାଯାଇଛି | ସୋମବାର ସକାଳେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବାଇକ ରେ ଦୁଇ ଦୁର୍ବୁର୍ତ୍ତ ଆସିଲେ ଝାମ୍ପି ନେଲେ ରୂପା ଭର୍ତ୍ତୀ ବ୍ୟାଗ 

masiha

ଆସିକା ସହରରୁ ଲକ୍ଷ୍ୟାଧିକ ଟଙ୍କାର ବାଣ ଜବତ

Sunil Chandra Nayak

ସାମ୍ୱାଦିକ ରବିନ୍ ଦାସ ପ୍ରତି ପୋଲିସର ଦୁଃବ୍ୟବହାର: ବୁଦ୍ଧିଜୀବୀ ମହଲରେ ଦୃଢ଼ ନିନ୍ଦା 

Sunil Chandra Nayak

Leave a Comment

error: Content is protected !!