ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣ୍ଡଳ ସ୍ତରୀୟ ମାନବ ଅଧିକାର କର୍ମୀ ମାନଙ୍କୁ ନେଇ ଏକ ଦିନିଆ ତାଲିମ କାର୍ଯ୍ୟକ୍ରମ 

ମଣ୍ଡଳ ସ୍ତରୀୟ ମାନବ ଅଧିକାର କର୍ମୀ ମାନଙ୍କୁ ନେଇ ଏକ ଦିନିଆ ତାଲିମ କାର୍ଯ୍ୟକ୍ରମ 

ନବରଙ୍ଗପୁର:(୧୩|୪)(ରବିନାରାୟଣମହାନ୍ତି))ସୁବର୍ଣ୍ଣପୁର ଜିଲ୍ଲା ମାନବ ଅଧିକାର ସାମ୍ମୁଖ୍ୟ ପକ୍ଷରୁ ଗତ ଶନିବାର ଦିନ ସମ୍ବଲପୁର ବୌଦ ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ କାର୍ଯ୍ୟରତ ମାନବାଧିକାର କର୍ମୀ ମାନଙ୍କୁ ନେଇ ସ୍ଥାନୀୟ ସାହା ଗେଷ୍ଟ ହାଉସ ରେ ଏଜ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସୋନପୁର ଜିଲ୍ଲା ସଭାପତି ଦୁଃଖୀରାମ ନାୟକ ଙ୍କ ସଭାପତିତ୍ବରେ ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ରମେଶ ଭାରତୀ ମୁଖ୍ୟ ଅତିଥି, ଉପ ସଭାପତି ତପନ ପତି, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରଦୀପ ପୁରୋହିତ ପ୍ରମୂଖ ସମ୍ମାନୀତ ଅତିଥି, ଅଧ୍ୟାପିକା ସରସ୍ଵତୀ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ l ଏଥିରେ ରାଜ୍ୟ ସଂଯୋଜକ ବୈଷ୍ଟମ୍ବ ଦଳାଇ,ବଲାଙ୍ଗିର ଜିଲ୍ଲା ସଭାପତି ଗୁଣନିଧି ଦନ୍ତ ,ବୌଦ୍ଧ ଜିଲ୍ଲା ସଭାପତି ପ୍ରସନ୍ନ କର୍ଣ୍ଣ, କାର୍ଯ୍ୟକାରୀ ସଭାପତି ସୁବେଦାର ଲଳିତ ସାହୁ, ଜିଲ୍ଲା ସମ୍ପାଦକ ଦିବ୍ୟ ରଞ୍ଜନ କର୍ଣ୍ଣ,ବ୍ଳକ ସଭାପତି ଦେବାଶିଷ ପଲିଆ,ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ସଭାପତି ଚନ୍ଦନ ମାଝୀ, ସୋନପୁର ଜିଲ୍ଲା କାର୍ଯ୍ୟକାରୀ ସଭାପତି ମାନସ ମହାକୁଡ, ବୀରମିତ୍ରପୁର ବ୍ଳକ ସଭାପତି ରେଣୁକା ମହାନନ୍ଦ, ସୋନପୁର ଜିଲ୍ଲା ର ସମସ୍ତ ବ୍ଳକରୁ ଆସିଥିବା କର୍ମକର୍ତ୍ତା ଯୋଗ ଦେଇଥିଲେ lତାଲିମରେ ପ୍ରତ୍ୟେକ ମଣିଷ ତାର ଅଧିକାର ପାଇବାରୁ ଯେପରି ବଞ୍ଚିତ ନ ହୋଇ ଉଚିତ୍ ନ୍ୟାୟ ପାଇ ପାରିବେ, ତା ଉପରେ ବିଷଦ ଭାବେ ତାଲିମ ଦିଆ ଯାଇଥିଲା lଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ପ୍ରତ୍ୟେକ ମାନବ କୁ ତାର ଅଧିକାର ରୁ ବଞ୍ଚିତ ନ କରି ଉଚିତ୍ ନ୍ୟାୟ ପ୍ରଦାନ କରି ଆସୁଛି ଓ ସଦା ସର୍ବଦା ଏପରି ମହତ୍ କାର୍ଯ୍ୟ କରି ଆସୁଥିବ ଏଥିରେ ସନ୍ଦେହ ର ଅବକାଶ ନାହିଁ l ଉକ୍ତ କାର୍ଯ୍ୟକ୍ରମର ପରିଶେଷରେ ସୋନପୁର ଜିଲ୍ଲା ସମ୍ପାଦକ ସଞ୍ଜୟ ବେହେରା ଧନ୍ୟବାଦ ଦେଇଥିଲେ l 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁର ବ୍ଳକ ପରିସରରେ ଅତ୍ୟାଧୁନିକ ଭିଡିଓ କନଫେରେନ୍ସ ହଲ ଉଦଘାଟିତ

ଶବ ସତ୍କାର ରେ ସମ୍ପର୍କୀୟ ଙ୍କ ଅସହଯୋଗ ଘଟଣା ; ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ ବ୍ଲକ ପ୍ରଶାସନ ପିଡୀତଙ୍କ ଘରେ

Sunil Chandra Nayak

ଭଞ୍ଜନଗର ରକ୍ତକେନ୍ଦ୍ର ପରିଚାଳନା କମିଟି ବୈଠକ

Leave a Comment

error: Content is protected !!