ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛାତ୍ର ଜନତା ଦଳ ତରଫରୁ ଆଜି ବିଶ୍ବବିଦ୍ୟାଳୟ ସମ୍ମୁଖରେ ଜଳ ସେବା ଶିବିର ଆରମ୍ଭ

    ଭବାନିପାଟଣା -: (ମ ନି ସ) ରାଜ୍ୟ ଛାତ୍ର ବିଜେଡି ସଭାପତି ଶ୍ରୀ ଦେବୀରଞ୍ଜନ ତ୍ରିପାଠୀଙ୍କ ଆହ୍ୱାନ କ୍ରମେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ତରଫରୁ ଆଜି କଳାହାଣ୍ଡି ବିଶ୍ବବିଦ୍ୟାଳୟ ସମ୍ମୁଖରେ ଏକ ଜଳ ସେବା ଶିବିର ଆରମ୍ଭ କରାଯାଇଛି । ଏହି ଜଳ ସେବା କାର୍ଯ୍ୟକ୍ରମକୁ ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ଉଦଘାଟନ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁଙ୍କ ଉଦ୍ୟମରେ ହୋଇଥିବା ଏହି ଜଳସେବା କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ବିଜେଡି ଉପସଭାପତି ଶ୍ରୀ ମଣ୍ଟୁ ନାଏକ, ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ଅଭିଷେକ ମହାପାତ୍ର , ଟାଉନ ସଭାପତି କାମାକ୍ଷ ସିଂହ ଦେଓ, ଜିଲ୍ଲା ସାଧାରଣ ସମ୍ପାଦକ ଜିତେନ୍ଦ୍ର ବେହେରା, ଛାତ୍ର ନେତା ଲୋକେସ ସାହୁ, ଲାଲବାହାଦୂର ନାଏକ, ରୋମାଞ୍ଚଳ ମେହେର, ସୁଭ୍ରାଂଶୁ ଶେଖର ସା, ଯୋଗେଶ ରଣା ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ତଥା ବାଟୋଇଙ୍କୁ ଥଣ୍ଡା ପାନୀୟ ଜଳ, ଦହି ପାଣି, କ୍ବାସ ପାଣି ବଣ୍ଟନ କରିଥିଲେ ।

Related posts

ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ସୁରେନ୍ଦ୍ର ମହାନ୍ତି ଜନ୍ମ ଶତବାର୍ଷିକୀ ପାଳିତ

Sunil Chandra Nayak

ଡାବୁଗାଁ ରେ ଭୀମଭୋଇ ଭୀମଭୋଇ ସାମର୍ଥ୍ୟ ଶିବିର

Sunil Chandra Nayak

କନ୍ଧମାଳ ରେ ପ୍ରସିଦ୍ଧ ଚୈତ୍ର ମାସର ଦଣ୍ଡ ନାଚ ପର୍ବ ପାଳନ

Sunil Chandra Nayak

Leave a Comment

error: Content is protected !!