ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅସମ୍ପୂର୍ଣ୍ଣ ବୈଠକ କୁ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଲ୍ ଙ୍କୁ ଭେଟିଲେ ବିଜେଡି ପlରିଷଦ

ଜୁନାଗଡ଼,୨୬/୪(ମ ନି ସ) ଜୁନାଗଡ଼ ଏନ୍ ଏ ସି କାଉନ୍ସିଲ୍ ବୈଠକ ପୁଣିଥରେ ବସିବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଭେଟି ଦାବି କରିଛନ୍ତି ଜୁନାଗଡ ଏନ୍ଏସି ବିଜେଡି ପlରିଷଦ l ଜୁନାଗଡ ଏନ୍ ଏ ସି ର ଉପାଧ୍ୟକ୍ଷl ହିଁମାଦ୍ରୀ ନାଏକ୍ ଙ୍କ ନେତୃତ୍ଵରେ ପlରିଷଦ ସମୂହଏହି ଦାବି ପତ୍ର କଳାହାଣ୍ଡି ଜିଲ୍ଲାପାଲ୍ ଙ୍କୁ ଦେଇଛନ୍ତି l ସୂଚନା ମତେ ଗତ ୧୧ ତାରିଖ ରେ ଏନ୍ ଏ ସି ର ପ୍ରଥମ କାଉନ୍ସିଲ୍ ମିଟିଂ ଅଧ୍ୟକ୍ଷ ଡାକିଥିଲେ l ଏଥିରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ଥିଲେ l ଏହି ବୈଠକ ରେ ମାନ୍ୟବର ସାଂସଦ ଏବ୍ଂ ବିଜେଡି ପlରିଷଦ ଏକ ଘଟଣାକୁ ନେଇ ବାକ୍ ବିତଣ୍ଡା ହୋଇଥିଲା l ଏହାପରେ ବିଜେଡି କାଉନ୍ସିଲ୍ ସମୂହ ଅସନ୍ତୋଷ ପ୍ରକାଶ କରି ଜୁନାଗଡ ସହର ର ବିକାଶ ଧାରା କୁ ତ୍ୱରାନ୍ୱିତ କରିବା ପାଇଁ ପୁଣି ଥରେ କାଉନ୍ସିଲ୍ ବୈଠକ ଡାକିବା ପାଇଁ ଗତ ୧୪ ତାରିଖ ରେ ସ୍ତାନୀୟ କାର୍ୟନିର୍ବାହୀ ଅଧିକାରୀ ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ l ହେଲେ ଏଥି ମଧ୍ୟେ ୧୨ ଦିନ ବିତିଯାଇଥିଲେ ମଧ୍ୟ ଏହା ଉପରେ କୋଣସି ବିଚାର ହୋଇ ପାରିନଥିବାରୁ ପୁଣି ଥରେ ମଙ୍ଗଳ ବାର ସ୍ତାନୀୟ ଉପାଧକ୍ଷ ଙ୍କ ନେତୃତ୍ୱ ରେ ଏହାର ପୁନଃ ବିଚାର ପାଇଁ କଳାହାଣ୍ଡି ଜିଲ୍ଲାପାଲ୍ ଡାଃ ଗାଭାଲି ପରାଗ ହର୍ଷଦ ଙ୍କୁ ଭେଟି ଏହି ଦାବିପତ୍ର ଦେଇଛନ୍ତି l ଏହାର ଏକ କିତl ନକଲ ମାନ୍ୟବର ନଗର୍ଉନ୍ନ୍ ୟନ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଏବ୍ଂ ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କୁ ପ୍ରଦାନ କରାଯାଇଛି lଏଥିରେ ବିଜେଡ଼ି କାଉନ୍ସିଲ୍ ର ସଚିନ ଆଦାନୀ, ଗୋପାଲ ଚନ୍ଦନ, ଚକ୍ର ଧର ବାଗ, ଭୁପେନ୍ଦ୍ର ଦଣ୍ଡସେନା, ହିଁମାଦ୍ରୀ ସିନ୍ଦୁର, କୁନି ଶବର, ପୁଷ୍ପାଞ୍ଜଳି ଦଣ୍ଡସେନା, ମୀନତି ମାଝୀ, କାହ୍ନୁ ବଇଠାରୁ ପ୍ରମୁଖ ଉପସ୍ଥିତ ରହିଥିଲେ l ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ଶ୍ରଦ୍ଧା ଅନୁଷ୍ଠାନରେ ବିଶ୍ବ ସ୍ବପରାୟଣତା ସଚେତନତା ଦିବସ ପାଳିତ

Sunil Chandra Nayak

ଢ଼େଙ୍କାନାଳ ଜିଲ୍ଲା ର ବରିଷ୍ଠ ନାଗରିକ ପରିଷଦ ର ବୈଠକ

Sunil Chandra Nayak

ମଶାରି ଭିତରେ ପଶି ଯୁବକର ପ୍ରାଣ ନେଲା ଚିତି ସାପ

Leave a Comment

error: Content is protected !!