ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟାଙ୍ଗିଆରେ ଆକ୍ରମଣ କରି ଜଣେ ଗିରଫ 

ଟାଙ୍ଗିଆରେ ଆକ୍ରମଣ କରି ଜଣେ ଗିରଫ 

ଡାବୁଗାଁ,୧୫/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ମୁଣ୍ଡାଗୁଡା ଗ୍ରାମରେ ଟାଙ୍ଗିଆରେ ଆକ୍ରମଣ କରିବା ଅଭିଯୋଗରେ ହରିହର ପାଇକ କୁ ମଙ୍ଗଳବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ମୁଣ୍ଡାଗୁଡା ଗ୍ରାମର ହରିହର ପାଇକ (୫୦) ଙ୍କ ଝିଅ ଗତ ୧୫ ଦିନ ତଳେ ଅନ୍ୟ ଜାତିର ଜଣେ ଯୁବକ କୁ ବିବାହ କରି କେଉଁ ଆଡେ ଚାଲିଯାଇଥିଲେ | ଏନେଇ ଗତ ୧୨.୪.୨୫ ତାରିଖ ଦିନ ଗ୍ରାମରେ ଏକ ସାମାଜିକ ବୈଠକ ବସିଥିଲା | ଏଥିରେ ଗ୍ରାମର ଭଦ୍ର ବ୍ୟକ୍ତି ମାନେ ହରିହର କୁ ତାଗିଦ କରିଥିଲେ | ଏଥିରେ ଗ୍ରାମର ନୀଳାମ୍ବର ଦିଶାରି ବୈଠକ ସରିବା ପରେ ହରିହର ପାଇକକୁ କହିଥିଲେ ଯେ ନିଜ ଝିଅକୁ ସମ୍ଭାଳି କରି ରଖୁନୁ ଯାହା ଫଳରେ ଝିଅ ତମ କଥା ନମାନି ଅନ୍ୟ ଜାତିର ପୁଅ ସହ ଚାଲି ଯାଇଛି ବୋଲି କହି ତାଗିଦ କରିଥିଲେ | ଫଳରେ ହରିହର ରାଗିଯାଇ ହାତରେ ଧରିଥିବା ଏକ ଟାଙ୍ଗିଆରେ ନୀଳାମ୍ବର ର ମୁଣ୍ଡର ପଛ ପଟକୁ ଆଘାତ କରିଥିଲେ | ଯାହାଦ୍ଵାରା ନୀଳାମ୍ବର ଆହତ ହୋଇ ତଳେ ପଡି ଯାଇଥିଲେ | ତାଙ୍କୁ ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ସେଠାରୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଭର୍ତ୍ତି କରାଯାଇଛି | ସେଠାରେ ନୀଳାମ୍ବର ଚିକିତ୍ସିତ ହେଉଛନ୍ତି | ଏନେଇ ନୀଳାମ୍ବର ଏନକେ ପୁଅ ସାହେବ ଦିଶାରି ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିକ୍ରମ କିଶୋର ସାହୁ ଉକ୍ତ ଗ୍ରାମକୁ ଯାଇ ତଦନ୍ତ କରିଥିଲେ | ମଙ୍ଗଳବାର ହରିହର ପାଇକ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି | ଏନେଇ ଥାନା କେସ ନଂ ୭୫/୪ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିପୁଳ ପରିମାଣର ସାର ଜବତ

masiha

୯ଦିନ ପରେ ପୂର୍ବତନ ଲ୍ୟାମ୍ପ ଶାଖା ପରିଚାଳକ ଙ୍କ ମୃତଦେହ ଠାବ

Sunil Chandra Nayak

ଯୁବତୀ ଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲାରେ ଯୁବକ ଗିରଫ 

Sunil Chandra Nayak

Leave a Comment

error: Content is protected !!