ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଆ ଭାଷା ସାହିତ୍ୟ ଦିଗରେ କାର୍ଯ୍ୟରତ ଢ଼େଙ୍କାନାଳ ଥିଙ୍କର୍ସ୍ ଫୋରମ୍

ଢ଼େଙ୍କାନାଳ : “ଢେଙ୍କାନାଳ ଥିଙ୍କର୍ସ ଫୋରମ” ତରଫରୁ ସହରରେ ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନ ର ନାମ ଫଳକ ଓଡ଼ିଆ ଭାଷାରେ ଲେଖିବାକୁ ଏପ୍ରିଲ ପହିଲାରୁ ଏକ ଅଭିଯାନ ଆରମ୍ଭ କରାଯାଇଛି । ତତ୍ ସହିତ ଓଡ଼ିଆ ଭାଷା ସୁରକ୍ଷା ପାଇଁ ବ୍ୟବସାୟୀ ମାନଙ୍କୁ “ପ୍ରଶଂସା ପତ୍ର” ପ୍ରଦାନ କରାଯାଉଅଛି । ଏଠାରେ ସୂଚନା ଯୋଗ୍ୟ ଯେ ଏପରି କାର୍ଯ୍ୟକ୍ରମ ରାଜ୍ୟରେ ସର୍ଵପ୍ରଥମ । ଆଜିର ଏହି ମହନୀୟ ଅଭିଯାନ ର ୨୩ ତମ ଦିବସରେ ସାହିତ୍ୟିକ ଶ୍ରୀ ସୁଶୀଲ କୁମାର ନନ୍ଦଙ୍କ ନେତୃତ୍ୱରେ ସଭାପତି ଶ୍ରୀ ସୋମେନ୍ଦୁ ଶତପଥୀ, ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ରାଉତ, ପ୍ରସାର ପ୍ରମୁଖ ଶ୍ରୀ ଭୋଜରାଜ ସାହୁ, ସାଙ୍ଗଠନିକ ସମ୍ପାଦକ ଶ୍ରୀ ବିଶ୍ୱଜିତ ବରାଳ, ଶ୍ରୀ ବିନୋଦ କୁମାର ମଲ୍ଲିକ, ଅବିନାଶ ପଟ୍ଟନାୟକ ନିଜ ନିଜ ର ଶ୍ରମ ଓ ସମୟ ଦାନ କରିଥିଲେ। ତତ୍ ସହିତ ସମସ୍ତେେ “ଓଡ଼ିଆ ଭାଷାର ଜୟ ହେଉ , ଓଡ଼ିଆର ପ୍ରାଣ ଜାଗ୍ରତ ହେଉ , ଓଡ଼ିଆ ବଞ୍ଚିଲେ ଓଡ଼ିଶା ବଞ୍ଚିବ” ବୋଲି ଯୁଗଧର୍ମୀ ସ୍ଳୋଗାନ ଦେଇଥିଲେ ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଦୁଇ ବାଇକ ମୁହାଁମୁହିଁ ଧକ୍କା , ଜଣେ ମୃତ

Sunil Chandra Nayak

ତେରେସିଂହା କୁରାଳ ପଞ୍ଚମୀ ଉଦଯାପିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଆମ କନ୍ଧମାଳ ଏହି

Sunil Chandra Nayak

Leave a Comment

error: Content is protected !!