ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହମିରପୁର ଉନ୍ନୟନ ପରିଷଦ ର ମହାବିଷୁବ ସଂକ୍ରାନ୍ତି ଓ ସମ୍ବର୍ଦ୍ଧନା ସଭା

ହମିରପୁର ଉନ୍ନୟନ ପରିଷଦ ର ମହାବିଷୁବ ସଂକ୍ରାନ୍ତି ଓ ସମ୍ବର୍ଦ୍ଧନା ସଭା

ରାଉରକେଲା: ହମିରପୁର ଉନ୍ନୟନ ପରିଷଦ ମହାବିଷୁବ ସଂକ୍ରାନ୍ତି ଓ ସମ୍ବର୍ଦ୍ଧନା ସଭା ରାମକୃଷ୍ଣ ବିହାର ସ୍ଥିତ ତାରିଣୀ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଡ଼ଃ ସୁମନ ଦତ୍ତଙ୍କ ସଭାପତି ଓ ସମ୍ପାଦକ ନିରଞ୍ଜନ ଦାସଙ୍କ ଆବାହକତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ ପ୍ରଭାତ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଷୁବ ସଂକ୍ରାନ୍ତି ଓ ବାବା ସାହେବ ଆମ୍ବେଦକରଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକ ହମିରପୁର ର ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହାସହ କଲୋନୀରେ ଥିବା ବିଭିନ୍ନ ସମସ୍ୟା ଯଥା ରାସ୍ତାଘାଟର ପୁନ୍ନ ନିର୍ମାଣ, ରାସ୍ତାରେ ଆଲୋକିକରଣ, ଅନିୟମିତତା ଜଳ ଯୋଗାଣ ସମ୍ପର୍କରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଓ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଡାକ୍ତର କାଳିକୃଷ୍ଣ ଷଡ଼ଙ୍ଗୀଙ୍କୁ ସେବାରତ୍ନ ସମ୍ମାନ, ଗାଳ୍ପିକ କାଶୀନାଥ ନନ୍ଦୀଙ୍କୁ ସାରସ୍ଵତ ସମ୍ମାନ, ସାମ୍ବାଦିକ କୁଞ୍ଜବିହାରୀ ରାଉତଙ୍କୁ ନାରଦ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ସଭାପତି ଡ଼ଃ ଦତ୍ତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଓ ଶେଷରେ ସହ ସମ୍ପାଦକ ନିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ମହେଶ୍ବର ସାହୁ,ଅନିଲ କୁମାର ବାଲଚାନ୍ଦନୀ, ଦେଓଲିସ ଲାକ୍ରା, ପ୍ରଫୁଲ୍ଲ କୁମାର ଦାସ, ଗଙ୍ଗାଧର ଦାଶ, ମନୋରଞ୍ଜନ ନାୟକ, ସୁରେଶ ଦଳବେହେରା, ମହେଶ୍ୱର ପଣ୍ଡା, ଏସ୍ ରାଜୁ, ଦୀନବନ୍ଧୁ ପାଢ଼ୀ, କରୁଣାକର ବିଶ୍ଵାଳ, ଅଗସ୍ତି ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କ ମଧ୍ୟରେ ପଣା ବଣ୍ଟନ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା କଂଗ୍ରେସ କାର୍ଯ୍ଯାଳୟରେ ବିଶ୍ବ ରତ୍ନ ବାବା ସାହେବ ଆମ୍ବେଦକର ଙ୍କ ୧୩୨ ତମ ଜୟନ୍ତୀ ପାଳିତ

Sunil Chandra Nayak

ଭଣ୍ଡନ ଆଶ୍ରମ ବିଦ୍ୟାଳୟରେ ଯୋଗ ପ୍ରଶିକ୍ଷଣ ଶିବିର

Sunil Chandra Nayak

ମ୍ୟାଲେରିଆ ନିରାକାରଣ ପାଇଁ ତାଲିମ୍ ଶିବିର ଅନୁଷ୍ଠିତ 

Leave a Comment

error: Content is protected !!