ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନବରଙ୍ଗପୁର ବିଜେଡି ର ମଙ୍ଗ ଧରିଲେ ଲୋକପ୍ରିୟ ବିଧାୟକ ରନ୍ଧାରୀ 

ନବରଙ୍ଗପୁର ବିଜେଡି ର ମଙ୍ଗ ଧରିଲେ ଲୋକପ୍ରିୟ ବିଧାୟକ ରନ୍ଧାରୀ 

ନବରଙ୍ଗପୁର:(୧୬|୪)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳ ର ମଙ୍ଗ ଧରିଛନ୍ତି ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରଙ୍ଗାଧର l ବିଜେଡ଼ି ସୁପ୍ରିମୋ ତଥା ପୂର୍ବତନ ବିଜେଡ଼ି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲା ସଭାପତି ଭାବେ ଶ୍ରୀ ରନ୍ଧାରୀ ଙ୍କୁ ମନୋନୀତ କରିଛନ୍ତି l ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେଓ ଦଳ ପକ୍ଷରୁ ସ୍ପଷ୍ଟ କରିଛନ୍ତି l ଉକ୍ତ ଖବର ପ୍ରସାରଣ ପରେ ଲୋକପ୍ରିୟ ବିଧାୟକ ଶ୍ରୀ ରନ୍ଧାରୀ ଙ୍କ ସମର୍ଥକ ମାନଙ୍କ ମହଲରେ ଆନନ୍ଦର ଜୁଆର ଖେଳିଯାଇଛି l ସଭାପତି ହେବା ପରେ ଶ୍ରୀ ରନ୍ଧାରୀ କହିଛନ୍ତି, ଆଗାମୀ ଦିନରେ ତୃଣମୂଳ ସ୍ତରରୁ ଦଳୀୟ ସଂଗଠନ କୁ ସୁଦୃଢ କରିବାକୁ ଉଦ୍ୟମ କରାଯିବ l ସୂଚନା ଯୋଗ୍ୟ ଯେ, କୌଣସି ନା କୌଣସି ପ୍ରସଙ୍ଗକୁ ନେଇ ଜିଲ୍ଲାରେ ସବୁ ସମୟରେ ମନୋହର ଚର୍ଚ୍ଚାରେ ରହିଆସୁଛନ୍ତି l ସେ ଲଗାତାର ଚାରି ଚାରି ଥର ବିଧାୟକ ହୋଇ ଜନସାଧାରଣଙ୍କର ପ୍ରିୟ ହେବା ସହ ଲୋକପ୍ରିୟତା ଅର୍ଜନ କରି ପାରିଛନ୍ତି l ୨୦୦୯ ରୁ ୨୦୧୪ ରେ ନବରଙ୍ଗପୁର ରୁ ଦୁଇ ଥର ବିଧାୟକ ହେବା ପରେ ପୁଣି ଡାବୁଗାଁ ନିର୍ବାଚନ ମଣ୍ଡଳୀ ରୁ ୨୦୧୯ ଓ ୨୦୨୪ ରେ ଦୁଇ ଥର ବିଧାୟକ ଭାବେ ଡାବୁଗାଁ କଂଗ୍ରେସ ଗଡ଼ କୁ ଭାଙ୍ଗି ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ l ବର୍ତ୍ତମାନ ସେ ବିଧାନସଭା ଷ୍ଟାଣ୍ଡିଂ କମିଟି ଅଧକ୍ଷ ଅଛନ୍ତି l ଜିଲ୍ଳାରେ ୨୦୧୯ ନିର୍ବାଚନରେ ୪ ଟି ବିଧାନସଭା ଆସନରୁ ବିଜେଡି ୩ ଟି ଆସନ ସମେତ ନବରଙ୍ଗପୁର ଲୋକସଭା ଆସନକୁ ହାତେଇ ଥିଲା l ସାଂସଦ ଆସନ ସମେତ ନବରଙ୍ଗପୁର, ଡାବୁଗାଁ ଓ ଝରିଗାଁ ୩ ଟି ବିଧାନସଭା ଆସନ ବିଜେଡ଼ି ଦଖଲରେ ରହିଥିଲା l୨୦୨୪ ନିର୍ବାଚନରେ ଓଡ଼ିଶାରେ ମୋଦୀଙ୍କ ସୁନାମୀରେ ନବରଙ୍ଗପୁର ଲୋକସଭା, ଝରିଗାଁ, ନବରଙ୍ଗପୁର ବିଧାନସଭା ରୁ ବିଜେଡି ପୋଛି ହୋଇ ଯାଇଥିଲା l

କେବଳ ଡାବୁଗାଁ ଆସନରୁ ମନୋହର ରନ୍ଧାରୀ ବିଜୟୀ ହୋଇ ନବରଙ୍ଗପୁର ଜିଲ୍ଲାରେ ଖାତା ଖୋଲି ବିଜେଡି ର ମାନ ରଖିଥିଲେ l ତାଙ୍କର ଅଭିଜ୍ଞତା ଆଧାରରେ ତାଙ୍କୁ ଜିଲ୍ଲା ସଭାପତି ଭାବେ ଚୟନ କରିଥିବା ଦଳର ବରିଷ୍ଠ ନେତା ସଚ୍ଚି ନନ୍ଦନ ସ୍ଵାଇଁ କହିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁରରେ ବିଜେଡି ପକ୍ଷରୁ ୨୬ ତମ ତିରୋଧାନ ଦିବସ ପାଳିତ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

କେନ୍ଦ୍ର କ୍ୟାବିନେଟର ୮୩୦୦ କୋଟି ଟଙ୍କା ବିନିମୟରେ ଉପକୁଳ ରାଜମାର୍ଗ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରସଙ୍ଗ ରାଜ୍ୟର ଆର୍ଥିକ, ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ର ଓ ଶିଳ୍ପାୟନକୁ ନୂତନ ଦିଗ ଆଣିଦେବ: ମନମୋହନ ସାମଲ

Leave a Comment

error: Content is protected !!