ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ଜିଲ୍ଲା :କୋଇଡ଼ା ଡିଗ୍ରୀ କଲେଜରେ ଶେଷବର୍ଷର କଳା ଓ ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀ ମାନଙ୍କର ବିଦାୟ ଉତ୍ସବ 

ସୁନ୍ଦରଗଡ଼ ଜିଲ୍ଲା :କୋଇଡ଼ା ଡିଗ୍ରୀ କଲେଜରେ ଶେଷବର୍ଷର କଳା ଓ ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀ ମାନଙ୍କର ବିଦାୟ ଉତ୍ସବ 

କୋଇଡ଼ା – ୧୫/୦୪ -ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା କଲେଜର ଶେଷ ବର୍ଷ ଛାତ୍ର ଛାତ୍ରୀ ମାନଙ୍କର ବିଦାୟକାଳୀନ ଉତ୍ସବ ମହା ସମାରୋହରେ ପାଳନ ହୋଇଯାଇଛି l ଏହି ଉତ୍ସବରେ କଲେଜର ଅଧ୍ୟାପକ ଶ୍ରୀଯୁକ୍ତ ସମ୍ବିତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ,ଦର୍ଶନ ଶାସ୍ତ୍ର ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ଶିତିକଣ୍ଠ ଦାସ ମହାପାତ୍ର ସଭାପତିତ୍ୱ କରିଥିଲେ , କୋଇଡ଼ା ଡିଗ୍ରୀ ମହାବିଦ୍ୟାଳୟର ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଟନାୟକ ମୁଖ୍ୟ ଵକ୍ତା ଭାବେ ଯୋଗଦେଇଥିଲେ , ଓଡ଼ିଆ ବିଭାଗର ବରିଷ୍ଠା ଅଧ୍ୟାପିକା ଶ୍ରୀମତୀ ଲଷ୍ମୀ ରାୟ,ଅର୍ଥଶାସ୍ତ୍ର ବିଭାଗର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ସଂଯୋଜକ ଥିଲେ ଓ ବାଣିଜ୍ୟ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ଭୋଳେଶ୍ୱର ଦେହୁରୀ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ l ପୂର୍ବତନ ଛାତ୍ର ଡକ୍ଟର ବାଦଲ ବାରୀକ ଉକ୍ତ ସଭାରେ ଛାତ୍ର ଛାତ୍ରୀ ମାନଙ୍କର ଆଦର୍ଶର ପରିଚାୟକ ଭାବରେ ଯୋଗ ଦେଇଥିଲେ l ଡକ୍ଟର ଶ୍ରୀଯୁକ୍ତ ବାଦଲ କୁମାର ବାରୀକଙ୍କୁକୋଇଡ଼ା ଡିଗ୍ରୀ ମହାବିଦ୍ୟାଳୟର ଅଧକ୍ଷ୍ୟ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଉତ୍ତରୀୟ ଦିଆଯାଇ ସମ୍ମାନିତ କରାଯାଇଥିଲା l ସେ ତାଙ୍କ ଅଭିଭାଷଣ ମାଧ୍ୟ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ସୁନାଗରିକ ହେବାପାଇଁ ପ୍ରେରଣା ମଧ୍ୟ୍ୟ ଦେଇଥିଲେ l ଉକ୍ତ ବିଦାୟୀ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ କୁମାରୀ ରଶ୍ମିତା ସାଣ୍ଡିଲ(ଖଣ୍ଡାଧାର ପଞ୍ଚାୟତର ସରପଞ୍ଚ )ନିଜେ କିପରି ସଂଘର୍ଷକରି ନିଜ ଗୋଡ଼ରେ ଠିଆ ହୋଇଛନ୍ତି l ତାହା ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ମାଧ୍ୟମରେ ଜଣାଇଥିଲେ l ଏହି ବିଦାୟ କାଳୀନ ଉତ୍ସବକୁ ବହୁ ଆଡ଼ମ୍ବର ସହିତ କଲେଜର ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇ ବହୁଆଡ଼ମ୍ବର ସହକାରେ ସମ୍ପର୍ଣ୍ଣ କରିଥିଲେ l

  କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନୂଆ ଓ’ କ୍ରୀଡ଼ା ମହୋତ୍ସବ ଉଦ୍‌ଯାପିତ

masiha

ସାଇବର ଠକେଇ ବିରୋଧରେ ସୁରକ୍ଷା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ “ଡିଜିରକ୍ଷା” ଅଭିଯାନ ଆରମ୍ଭ

masiha

ସଂଜୀବନୀ ସେବା ଫାଉଣ୍ଡେସନ ସ୍ୱେଚ୍ଛାସେବୀଙ୍କ ଶ୍ରୀକ୍ଷେତ୍ର ପୁରୀରେ ସେବାକାର୍ଯ୍ୟ

Sunil Chandra Nayak

Leave a Comment

error: Content is protected !!