ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ରର ସକ୍ରିୟ ସଦସ୍ୟ ସମ୍ମୀଳନୀ ଅନୁଷ୍ଠିତ
ରାଉରକେଲା। ତା ୧୬.୦୪.୨୦୨୫ । ରାଜ୍ୟ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ଆଜି ରାଉରକେଲାର ସେକ୍ଟର -୩ ସ୍ଥିତ ବିଜେପି କାର୍ଯ୍ୟଳୟ ପରିସରରେ ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ରର ସକ୍ରିୟ ସଦସ୍ୟ ସମ୍ମୀଳନୀ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଥିଲା । ସମ୍ମାନୀତ ଅତିଥି ବୃନ୍ଦ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସାମୁହିକ ବନ୍ଦେ ମାତରଂ ଗାନ କରାଯାଇ ଥିଲା । ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା ସ୍ବାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ । ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ପ୍ରଧାନମନ୍ତ୍ରୀ ରୂପେ ମାନନୀୟ ନରେନ୍ଦ୍ର ମୋଦୀଜୀଙ୍କ
ନେତୃତ୍ୱରେ ବିକଶିତ ଭାରତ ଦିଗରେ ୧୧ ବର୍ଷର ଯାତ୍ରା ଉପରେ ଆଲୋଚନା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଭାରତ ଭାରତ ଆର୍ଥିକ କ୍ଷେତ୍ରରେ, ବୋର୍ଡର ସୁରକ୍ଷାରେ, ବିକାଶ କ୍ଷେତ୍ରରେ, ବିଭିନ୍ନ ଯୋଜନା ଆଦିରେ ଭାରତ ଅଗ୍ରଣୀ ହେବା ସହିତ ବିଶ୍ୱଗୁରୁ ହେବାକୁ ଯାଉଛି ବୋଲି ପ୍ରକାଶ କରିଥିଲେ । ବରିଷ୍ଠ ନେତା ହଳପାଣୀ ମାଝୀ ବିଜେପିର ନିର୍ବାଚନୀ ସଫଳତା ଓ ସଂଗଠନାତ୍ମକ ବିସ୍ତାର ଉପରେ ବ୍ଲିଶେଷଣ କରି ସଂଗଠନକୁ ସକ୍ରିୟ ଓ ଶକ୍ତି ଶାଳୀ କରିବା ପାଇଁ ସବୁ ଘରକୁ ଯାଇ ଲୋକଙ୍କୁ ଭେଟିବା ସହିତ ବିଜେପିର ଆଦର୍ଶ ଓ ନୀତି ଉପରେ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ ନେତା ଦିଲ୍ଲୀପ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଭାରତୀୟ ରାଜନୀତିରେ ବିଜେପି ଦ୍ୱାରା ଆସିଥିବା ପରିବର୍ତ୍ତନ ଉପରେ ଆଲୋକପାତ କରି ବିଜେପି ଶାସନରେ ଦେଶରେ ବୈପ୍ଲବିକ ପରିବର୍ତ୍ତନ ଘଟିଛି ବୋଲି ପ୍ରକାଶ କରିଥିଲେ । ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ରାଜ୍ୟରେ ବିଜେପି ଶାସନର ୧୦ ମାସ ଭିତରେ ଜନହିତକାରି ଯୋଜନା ଓ ରାଉରକେଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଅବଗତ କରାଇଥିଲେ । ସବକା ସାଥ ସବକା ବିକାଶ ଉପରେ ଗୁରୁତ୍ବ ଦେବା ସହିତ ସମସ୍ତେ ମିଳି ମିଶି କାମ କରିବାକୁ ଆହ୍ଵାନ ଦେଇଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା ତାଙ୍କ ବକ୍ତବ୍ୟରେ ସକ୍ରିୟ ସଦସ୍ୟ କଣ ଓ ସେମାନଙ୍କ କାର୍ଯ୍ୟ ଉପରେ ବିଶଦ ଭାବେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ମନୋରଞ୍ଜନ ମୁନି ମଞ୍ଚ ପରିଚାଳନା କରିଥିବା ବେଳେ ସହ ସଂଯୋଜକ ସନ୍ତୋଷ କୁମାର ବିରାଟ ଧନ୍ୟବାଦ୍ ଅର୍ପଣ କରିଥିଲେ । ସୁଶାନ୍ତ ମହାପାତ୍ର, ଜ୍ଞାନ ରଞ୍ଜନ ପାଣିଗ୍ରାହୀ, କେଦାର ପ୍ରିୟଦର୍ଶି ବାରିକ, ଆଶିଷ, ଦିପୁ ଦାସ, ଗଙ୍ଗାଧର ଦାଶ, ମନୋଜ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ବୋଲି ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

