ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ପଦଯାତ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ, ଜିଲ୍ଲା କଂଗ୍ରେସର ପଦଯାତ୍ରା

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ପଦଯାତ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ, ଜିଲ୍ଲା କଂଗ୍ରେସର ପଦଯାତ୍ରା

ପାପଡାହାଣ୍ଡି,7/9, ମନିସ —- ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ପଦଯାତ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ ଗୁରୁବାର ଜିଲ୍ଲା କଂଗ୍ରେସର ତରଫରୁ ପାପଡାହାଣ୍ଡି ସଦର ମହକୁମାରେ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାର ଶତାଧିକ କର୍ମୀ ଏହି ଅବସରରେ ସ୍ଥାନୀୟ ନୀଳକଣ୍ଠେଶ୍ଵର ମନ୍ଦିର ନିକଟରେ ଏକତ୍ରିତ ହୋଇଥିଲେ | ହାତରେ ଜାତୀୟ କଂଗ୍ରେସର ପତକା ଧରି ରାହୁଲଙ୍କ ସପକ୍ଷରେ ନାରା ଦେଇଥିଲେ | ଗ୍ରାମ ପରିକ୍ରମା କରିବା ସହ ଶହୀଦ ମିନାର ଠାରେ ପହଁଚି ଥିଲେ | ସେଠାରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ | ଜିଲ୍ଲାର ଦଶ ଗୋଟି ବ୍ଲକ କଂଗ୍ରେସ ସଭାପତି ସହ ଜିଲ୍ଲା କଂଗ୍ରେସର ବହୁ ଗଣ୍ୟମାନ୍ୟ ସଭ୍ୟ ଶୋଭାଯାତ୍ରାରେ ଭାଗ ନେଇଥିଲେ | ଯେଉଁଥିରେ ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ, ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ, ଶ୍ରୀକାନ୍ତ ମିଶ୍ର, ଭି ବିକାଶ ରାଓ,ବୃନ୍ଦାବନ ତ୍ରିପାଠୀ, ଦ୍ୱାରିକା ମହାପାତ୍ର, ପବିତ୍ର ଗରଡ଼ା,ମାର୍କଣ୍ଡ ସାହୁ, ପ୍ରହ୍ଲାଦ ହିଆଲ, ପଦମ ସାଇ ମାଳି,ପ୍ରକାଶ ପଣ୍ଡା, ବନସିଂ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ||

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଜେଡି ଛାଡି ବିଜେପିରେ ମିଶିଲେ ଭଣ୍ଡାରୀଗୁଡା ସମିତି ସଭ୍ୟ 

masiha

ଗ୍ୟାସ ସିଲିଣ୍ଡର ଦରବୃଦ୍ଧି ବିରୁଦ୍ଧରେ ମହିଳା କଂଗ୍ରେସ ର ବିକ୍ଷୋଭ

Sunil Chandra Nayak

ଭୀମ ଆର୍ମୀ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର 

masiha

Leave a Comment

error: Content is protected !!