ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସମ୍ମିଳନୀରେ କଳାହାଣ୍ଡିର ଡା. ପ୍ରିୟଙ୍କା ମହାନ୍ତିଙ୍କୁ ଶ୍ରେଷ୍ଠ ମୌଖିକ ଉପସ୍ଥାପନା ପୁରସ୍କାର

ଜାତୀୟ ସମ୍ମିଳନୀରେ କଳାହାଣ୍ଡିର ଡା. ପ୍ରିୟଙ୍କା ମହାନ୍ତିଙ୍କୁ ଶ୍ରେଷ୍ଠ ମୌଖିକ ଉପସ୍ଥାପନା ପୁରସ୍କାର

ଭବାନୀପାଟଣା, ୧୮।୪: କଳାହାଣ୍ଡିର ଝିଅ ତଥା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍ସ), ଭୁବନେଶ୍ୱରର ଦ୍ୱିତୀୟ ବର୍ଷର ସ୍ନାତକୋତ୍ତର ଛାତ୍ରୀ ଡା. ପ୍ରିୟଙ୍କା ମହାନ୍ତି ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଇଣ୍ଟରନେସନାଲ୍ କନଭେନସନ୍ ସେଣ୍ଟରଠାରେ ୧୧ରୁ ୧୩ ଏପ୍ରିଲ ୨୦୨୫ ମଧ୍ୟରେ ଅନୁଷ୍ଠିତ ଭାରତୀୟ ପ୍ରତିଷେଧକ ଓ ସାମାଜିକ ଚିକିତ୍ସା ସଂଘର ୫୨ତମ ଜାତୀୟ ବାର୍ଷିକ ସମ୍ମିଳନୀରେ ଶ୍ରେଷ୍ଠ ମୌଖିକ ଉପସ୍ଥାପନା ପୁରସ୍କାର ଜିତି ନିଜ ଜନ୍ମଭୂମିର ଗୌରବ ବୃଦ୍ଧି କରିଛନ୍ତି। ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ଡ. ପଲ୍ଲୀଶ୍ରୀ ପଟ୍ଟନାୟକ ଓ କଟକ ସ୍ଥିତ ଭୁବନାନନ୍ଦ ଓଡ଼ିଶା ସ୍କୁଲ୍ ଅଫ୍ ଇଞ୍ଜିନିୟରିଂର ଅଧ୍ୟକ୍ଷ ଡ. ହୃଷୀକେଶ ମହାନ୍ତିଙ୍କ ଝିଅ ପ୍ରିୟଙ୍କାଙ୍କ ଏହି ସଫଳତାକୁ ନେଇ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ଶ୍ରୀନଗର ସରକାରୀ ମେଡିକାଲ କଲେଜ ଦ୍ୱାରା ଭାରତୀୟ ପ୍ରତିଷେଧକ ଓ ସାମାଜିକ ଚିକିତ୍ସା ସଂଘ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା “ସ୍ୱାସ୍ଥ୍ୟସେବାରେ ବ୍ୟାପକ ଯତ୍ନ ପାଇଁ ସମନ୍ୱିତ ଦୃଷ୍ଟିକୋଣ”। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୬୦୦ ଜଣ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଯୋଗଦାନ କରିଥିଲେ। କିମ୍ସର ଗୋଷ୍ଠୀ ଚିକିତ୍ସା ବିଭାଗର ପ୍ରତିନିଧିତ୍ୱ କରି ପ୍ରିୟଙ୍କା ତାଙ୍କର ଉପସ୍ଥାପନା “ଭୁବନେଶ୍ୱର, ଓଡ଼ିଶାର ଏକ ସହରୀ ଟୀକାକରଣ କ୍ଲିନିକରେ ପାଞ୍ଚ ବର୍ଷରୁ କମ୍ ବୟସ୍କ ଶିଶୁଙ୍କ ଟୀକାକରଣ ନେଇ ସେବାକାରୀଙ୍କ ସନ୍ତୁଷ୍ଟି – ଫିସବୋନ୍ ନକ୍ସା ମାଧ୍ୟମରେ ମୂଳ କାରଣ ବିଶ୍ଳେଷଣ” ବିଷୟରେ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସେ (ଡା.) ଇପ୍ସିତା ଦେବତା, ଡା. ପ୍ରେମ ସାଗର ପଣ୍ଡା ଓ ବିଭାଗୀୟ ମୁଖ୍ୟ ପ୍ରଫେସର (ଡା.) ସୋନାଲି କରଙ୍କ ମାର୍ଗଦର୍ଶନରେ ମୁକ୍ତ ମୌଖିକ ବିଷୟ ବିଭାଗରେ ଉକ୍ତ ସନ୍ଦର୍ଭରେ ଗବେଷଣା କରୁଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

ଇଏସ୍ଆଇସିର ପାତର ଅନ୍ତର ନୀତି ବିରୋଧରେ ଇଏସ୍ଆଇ ବୀମାଭୁକ୍ତ କର୍ମଚାରୀଙ୍କ ଧାରଣା ଦ୍ବିତୀୟ ଦିନରେ

Sunil Chandra Nayak

ବାଲିକୁଦା ବ୍ଲକ ରେ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

ପ୍ରକାଶ ପାଇଲା ଭ୍ରମଣ କାହାଣୀ ଫଳାଫଳ, ପ୍ରଥମ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲା

masiha

Leave a Comment

error: Content is protected !!