ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରର ଏକ ସ୍ବତନ୍ତ୍ର ଆଲୋଚନାଚକ୍ର 

ବାସନ୍ତୀ ପାଠାଗାରର ଏକ ସ୍ବତନ୍ତ୍ର ଆଲୋଚନାଚକ୍ର 

ରାଉରକେଲା: ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ଏକ ସ୍ବତନ୍ତ୍ର ଆଲୋଚନାଚକ୍ର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟକାରୀ ସଭାପତି ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଙ୍କ ଆବାହକତ୍ଵରେ ଆୟୋଜିତ ଆଲୋଚନାଚକ୍ର ର ଆଲୋଚ୍ୟ ବିଷୟ ଆଧୁନିକ ବିଜ୍ଞାନର ଆଧ୍ୟାତ୍ମିକ ବିବର୍ତ୍ତନ ” ବିଜ୍ଞାନ ଓ ଆଧ୍ୟାତ୍ମିକତା” ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ମୁଖ୍ୟ ଆଲୋଚକ ତଥା ଉପସ୍ଥାପକ ଭାବେ ମ୍ୟୁନିସିପାଲ ମହାବିଦ୍ୟାଳୟର ପ୍ରାକ୍ତନ ରସାୟନ ବିଜ୍ଞାନ ପ୍ରାଧ୍ୟାପକ ଡ ପୁର୍ଣ୍ଣଚନ୍ଦ୍ର ପ୍ରଧାନ ଓ ପ୍ରାକ୍ ଉପସ୍ଥାପକ ଭାବେ ଆରଏସପିର ପ୍ରାକ୍ତନ ସହାୟକ ମହାପ୍ରବନ୍ଧକ ଇଂ ସୁବାସ ମହାପାତ୍ର ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ। ମୁଖ୍ୟ ଆଲୋଚକ ଡ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ ଯେ ଭଗବାନଙ୍କୁ ଚାଲେଞ୍ଜ କଲାଭଳିଆ ଶକ୍ତି ମଣିଷର ନାହିଁ। ଆଜିର ବିଜ୍ଞାନ ମଣିଷ ସମାଜକୁ ଦେଇଥିବା ଅବଦାନ ସମ୍ପର୍କରେ ତଥା ବିଜ୍ଞାନକୁ ଗୋଦର ଗୋଡ଼ ଭଳି ମତ ରଖିଥିଲେ। ଗର୍ବ ଓ ଅଜ୍ଞାନ ବ୍ୟକ୍ତି ମିଶିଲେ ସମାଜର ଅମଙ୍ଗଳ, ବିବର୍ତ୍ତନ ର ବିବର୍ତ୍ତନ, ବାତାବରଣ କିପରି ଜିନ୍ କୁ ପ୍ରଭାବିତ କରେ,ଶରୀର,ମନ, ଔଷଧ ସମ୍ପର୍କରେ ମତ ରଖିବା ସହ ବିଶ୍ବାସ ଉପରେ ଗୁରୁତ୍ୱାରୋପ କରିଥିଲେ। ଇଂ ମହାପାତ୍ର ପ୍ରାକ୍ ଉପସ୍ଥାପନାରେ ବ୍ରହ୍ମାଣ୍ଡ,ଛାୟାପଥ, ପ୍ଲୋଟୋନିୟମ ତଥା ସମ୍ବେଦନଶୀଳ ଓ ସହାନୁଭୂତି ମଧ୍ୟରେ ଥିବା ପାର୍ଥକ୍ୟ, ଚେତନା ସହ ସମ୍ପର୍କର ସେତୁ, ଆଧ୍ୟାତ୍ମିକ ର କିପରି ବିଜ୍ଞାନ ଉପରେ ପ୍ରଭାବ, ଭୋଗ – ଯୋଗ= ରୋଗ,ଭୋଗ+ ଯୋଗ= ନିରୋଗ ସମ୍ପର୍କରେ ଆଲୋଚନା ସହ ମତ ରଖିଥିଲେ। ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ବିଭିନ୍ନ ପ୍ରଶ୍ନର ଉତ୍ତର ଡ ପ୍ରଧାନ ଦେଇଥିଲେ। ପ୍ରାରମ୍ଭରେ ସଭାପତି ଡ଼ଃ ସାମନ୍ତରାୟ ସ୍ବାଗତ ଭାଷଣ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ତଥା ଆବାହକ ଶ୍ରୀ ଆଚାର୍ଯ୍ୟ ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ସାଂସ୍କୃତିକ ସମ୍ପାଦିକା ସୁଭାଷିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ଅନୁଷ୍ଠାନର ବୁଦ୍ଧିଜୀବୀ, ସାହିତ୍ୟିକ, କବି ଓ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଯୁଗଳ କିଶୋର ପଟ୍ଟନାୟକ ଙ୍କୁ ମ୍ୟାନ୍ ଅଫ୍ ମିଶନ୍ ସମ୍ମାନ

Sunil Chandra Nayak

ନନ୍ଦଘର ଠାରେ ନେତାଜୀ ଜୟନ୍ତୀ ପାଳନ 

Sunil Chandra Nayak

ମୂଷାମରା ଔଷଧ ଖାଇ ମହିଳା ଙ୍କ ଆତ୍ମହତ୍ୟା 

masiha

Leave a Comment

error: Content is protected !!