ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ମୃତି ସାନ୍ତ୍ବନା ର ଚତୁର୍ଦ୍ଦଶତମ ବିଷୁବ ମିଳନ ସମାରୋହ -୨୦୨୫.

ସ୍ମୃତି ସାନ୍ତ୍ବନା ର ଚତୁର୍ଦ୍ଦଶତମ ବିଷୁବ ମିଳନ ସମାରୋହ -୨୦୨୫.

ରାଉରକେଲା:ତୈମାସିକ ଓଡିଆ ସାହିତ୍ଯ ପତ୍ରିକା “ ସ୍ମୃତି ସାନ୍ତ୍ବନା”ର ଚତୁର୍ଦ୍ଦଶତମ ବିଷୁବ ସାହିତ୍ଯ ସମାରୋହ ଓ ବନ୍ଧୁମିଳନ ପର୍ବ ଭୁବନେଶ୍ବରସ୍ଥିତ ବୁଦ୍ଧମନ୍ଦିର ଠାରେ ସମ୍ପାଦିକା ସବିତାରାଣୀ ବେହେରା ଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଯାଇଛି। ଡ. ଦେବାଶିଷ ମହାପାତ୍ରଙ୍କ ମଂଚ ପରିଚାଳନାରେ ସଭା କାର୍ଯ୍ଯ ଆରମ୍ଭ ହୋଇଥିଲା। ମୁଖ୍ଯଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ମୁଖ୍ଯବକ୍ତା ଡ. ସଂଘମିତ୍ରା ମିଶ୍ର ପ୍ରଦୀପ ପ୍ରଜ୍ବଳନ କରିବା ପରେ ସଭା କାର୍ଯ୍ଯ ଆରମ୍ଭ ହୋଇଥିଲା। ପତ୍ରିକାର ସହସମ୍ପାଦିକା ଡ. ସୁମିତ୍ରା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ମିନତି ମିଶ୍ର ବେଦ ପାଠ କରିଥିଲେ। ଅତିଥିମାନଂକ କରକମଳରେ ସ୍ମୃତିସାନ୍ତ୍ବନା ପତ୍ରିକାର ବିଷୁବ ସଂଖ୍ଯା ୨୦୨୫ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ସବିତାରାଣୀ ବେହେରାଂକ ରଚିତ ଉପନ୍ଯାସ ଏନ୍ତୁଡିରୁ ସ୍ବର୍ଗଦ୍ବାର ଓ ଡ. ସଂଯୁକ୍ତା ଚୌଧୁରୀଂକ ଗଳ୍ପ ସଂକଳନ ଉଜୁଡାମନ ଲୋକାର୍ପିତ ହୋଇଥିଲା। ସମ୍ପାଦିକା ସବିତାରାଣୀ ବେହେରା ତାଙ୍କ ସମ୍ପାଦକୀୟ ଅଭିଭାଷଣରେ “ସ୍ମୃତି ସାନ୍ତ୍ବନା ସାହିତ୍ଯ ସଂସଦ “ ଗଠନର ଆଭିମୁଖ୍ଯ ପ୍ରକାଶ କରିବା ସହିତ ସଂସଦର କର୍ମକର୍ତ୍ତାମାନଂକୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସଂସଦ ର ସଭାପତି ପ୍ରଫେସର ଡ଼ ଗଙ୍ଗାଧର ମିଶ୍ର ଓ ସାଧାରଣ ସମ୍ପାଦକ ଡ଼ ଭାସ୍କର ଚନ୍ଦ୍ର ସାହୁ ସଂଗଠନ ର ଆଭିମୁଖ୍ୟ ବିଷୟରେ ଆଲୋକ ପାତ କରିଥିଲେ ଏବଂ ରାଉରକେଲା ର ଜଗଦାରେ ରହୁଥିବା ବିଶିଷ୍ଟ ସଂଗଠକ ବିରୁପାକ୍ଷ ନାରାୟଣ ସାମନ୍ତରାୟ କୋଷାଧକ୍ଷ ଭାବେ ଓ ରାଉରକେଲା ର ବିଶିଷ୍ଟ କବି ସ୍ନେହଲତା ପଟ୍ଟନାୟକ ସଭ୍ୟା ଭାବେ ଏହି ନବଗଠିତ ସ୍ମୃତିସାନ୍ତ୍ୱନା ସାହିତ୍ୟ ସଂସଦ ରେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ l ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ, ଡ. ଜୟଶ୍ରୀ ନନ୍ଦ ଓ କମଳକୁମାରୀ ଦାଶଂକୁ ସ୍ମୃତିସାନ୍ତ୍ବନା ବିଷୁବ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଡ. ସୁଚେତା ରାଉତ , ଅନିମା ପଟ୍ଟନାୟକ , ଶରତକୁମାରୀ ମିଶ୍ର ଓ ମନିକା ମହାପାତ୍ରଙ୍କ ସଂଯୋଜନାରେ ଶତାଧିକ କବି କବିତା ପାଠ କରିଥିଲେ।ଶେଷରେ ବିଜୟଲକ୍ଷ୍ମୀ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁରେ ପୋଲିସର ଫ୍ଲାଗ ମାର୍ଚ୍ଚ 

masiha

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ଗ୍ରାମବାସି 

masiha

ଗ୍ରାମାଞ୍ଚଳରେ ସ୍ୱଛତା ମିଶନ ଏବେ ଅବ୍ୟବସ୍ଥା ରେ ପରିଣତ, ରାସ୍ତାକଡ଼ ପାଲଟିଛି ମୁଜ୍ତାକାଶ ଶୌଚାଳୟ 

masiha

Leave a Comment

error: Content is protected !!