ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ସହିତ ସ୍କୁଟି ଜବତ, ୦୨ ଗିରଫ 

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ସହିତ ସ୍କୁଟି ଜବତ, ୦୨ ଗିରଫ 

 ମୟୂରଭଞ୍ଜ – ୧୬/୦୪ // ମୟୁରଭଞ୍ଜ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଟେଣ୍ଟପୋଷି ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୩୨୦ ଲିଟର ଦେଶୀ ରନ୍ଧା ମଦ, ୬୨୦୦ ଲିଟର ମହୁଲ ପୋଚ ଏବଂ ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି *(ଓଡି-୧୧ଏଡି-୫୭୩୧)* ଜବତ କରାଯିବା ସହିତ ଟେଣ୍ଟପୋଷି ଗ୍ରାମର *ଉତ୍ତମ ମଣ୍ଡଳ ଓ ଆନନ୍ଦ ପାତ୍ର ଙ୍କୁ* ଗିରଫ କରାଯାଇଛି । ଜବତ ହୋଇଥିବା ଦେଶୀ ରନ୍ଧା ମଦ, ମହୁଲ ପୋଚ ଓ ସ୍କୁଟି ର ଆନୁମାନିକ ମୂଲ୍ୟ ୦୪ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଣଜିତ ଶବର, ଯଶିପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ, ଠାକୁରମୁଣ୍ଡା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଭାରତୀ ନାୟକ, ସହ ଉପ-ନିରୀକ୍ଷକ ସୁଧାଂଶୁ ବେହେରା, ବିଶ୍ୱନାଥ ମହନ୍ତ ଓ ଫୁଲମଣୀ ନାୟକ, କନେଷ୍ଟବଳ ଅରୁଣ କୁମାର ମୁଦୁଲି, ବିପ୍ଳବ ମଲ୍ଲିକ, ବୁଦ୍ଧଦେବ ମହନ୍ତ, ତମନ ପରିଡ଼ା, ରାଜେନ୍ଦ୍ର ସେନାପତି, ସୁରେନ୍ଦ୍ର ସୋରେନ, ଫୁଲମଣୀ ହାଁସଦା ପ୍ରଭୃତି ସାମିଲ ଥିଲେ । ଏନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ ୦୨ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ବୃଦ୍ଧ ଗୁରୁତର, ଥାନାରେ ଅଭିଯୋଗ

Sunil Chandra Nayak

ଅନ୍ଧାରର ସୁଯୋଗ ନେଇ ବିଦ୍ୟାଳୟରୁ ଚୋରି

Sunil Chandra Nayak

କେଗାଁ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ବାଇକ ଧକ୍କାରେ ବୃଦ୍ଧା ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ 

Sunil Chandra Nayak

Leave a Comment

error: Content is protected !!