ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ସନ୍ଧ୍ୟାରାଣୀ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ସନ୍ଧ୍ୟାରାଣୀ

ଖଇରା,୧୯/୪/୨୫ – ପବିତ୍ର ଓଡିଆ ନବବର୍ଷ, ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଉପଲକ୍ଷେ ଗତ ତା ୧୪/୪/୨୫ ରିଖ ଦିନ ” ମୋ ଅନୁଷ୍ଠାନ ” ହ୍ଵାଟ୍ସଆପ୍ ଗୃପରେ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଓଡ଼ିଆ ନବବର୍ଷ ବା ପଣା ସଂକ୍ରାନ୍ତି ବିଷୟରେ ସମସ୍ତଙ୍କୁ କବିତା ରଚନା ପାଇଁ କୁହାଯାଇଥିଲା । ନିଜ ନିଜର ଇଚ୍ଛା ମୁତାବକ ଶୀର୍ଷକ ଦେଇ ଲେଖିଥିଲେ । ଏଥିରେ ମୋଟ ୭ଜଣ ଭାଗ ନେଇଥିଲେ । ସେମାନେ ହେଲେ (୧) ସନ୍ଧ୍ୟାରାଣୀ ବେହେରା, ମୟୂରଭଞ୍ଜ (୨) ଅନିତା ପଣ୍ଡା, ଗଞ୍ଜାମ (୩) ମିନାକ୍ଷୀ ଦ୍ବିବେଦୀ, ନୂଆଦିଲ୍ଲୀ (୪) ଟି ଏସ୍ ତମନ୍ନା, ମୟୂରଭଞ୍ଜ (୫) ଅନୁପମା ବିଶ୍ବାଳ, ସମ୍ବଲପୁର (୬) ଦିଲିପ୍ କୁମାର ନାୟକ, କେନ୍ଦ୍ରାପଡା (୭) ପ୍ରତିମା ଶତପଥୀ, ଯାଜପୁର । ସମସ୍ତଙ୍କ କବିତା ଗୁଡିକୁ ସମୀକ୍ଷା କରିଥିଲେ ସୁ-ସାହିତ୍ଯିକା, ଉଚ୍ଚ ଶିକ୍ଷିତା ଓ ବହୁ ପ୍ରତିଭାର ଅଧିକାରିଣୀ ଅପରାଜିତା ରଥ, ଭଦ୍ରକ । ତାଙ୍କ ସମୀକ୍ଷାରୁ ସନ୍ଧ୍ୟାରାଣୀ ବେହେରା ପ୍ରଥମ, ଅନିତା ପଣ୍ଡା ଦ୍ୱିତୀୟ ଓ ମିନାକ୍ଷୀ ଦ୍ବିବେଦୀଙ୍କୁ ତୃତୀୟ ସ୍ଥାନ ମିଳିଛି । ଅନ୍ୟ ମାନଙ୍କ ରଚନା ମଧ୍ୟ ଭଲ ଥିଲା ହେଲେ ସ୍ଥାନ ପାଇବାକୁ ସକ୍ଷମ ହୋଇପାରି ନାହାନ୍ତି । ଅଂଶ ଗ୍ରହଣ ଜାରି ରହିଲେ ଆଗାମୀ ଦିନରେ ନିଶ୍ଚୟ ସ୍ଥାନ ମିଳିପାରେ ଏଥିରେ ସନ୍ଦେହ ନାହିଁ । ତେଣୁ ଏଭଳି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ପାଇଁ ସମ୍ପାଦକ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି । ଏବଂ ପ୍ରୋଗ୍ରାମରେ ଉପସ୍ଥିତ ରହି ପ୍ରାପ୍ୟ ଗ୍ରହଣ ନିମନ୍ତେ ପରାମର୍ଶ ଦେଇଛି ମୋ ଅନୁଷ୍ଠାନ ପରିବାର ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଖରିଫ ନୀତି ନିର୍ଦ୍ଧାରଣ କମିଟି ବୈଠକ 

masiha

ଆଦିବାସୀ ଗ୍ରାମ ବିକାଶ କମିଟି ପକ୍ଷରୁ ଡ଼. ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ଗଭୀର ଭାବେ ପାଳିତ

Sunil Chandra Nayak

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୂତର ଆହତ

Sunil Chandra Nayak

Leave a Comment

error: Content is protected !!