ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଟିଗାଁ ଆମ୍ବେଦକର ନଗର ଠାରେ ୧୩୪ତମ ଡଃ ଆମ୍ବେଦକର ଙ୍କ ବିଶାଳ ଶୋଭାଯାତ୍ରା ଓ ଜୟନ୍ତି ସମାରୋହ

ଆଟିଗାଁ ଆମ୍ବେଦକର ନଗର ଠାରେ ୧୩୪ତମ ଡଃ ଆମ୍ବେଦକର ଙ୍କ ବିଶାଳ ଶୋଭାଯାତ୍ରା ଓ ଜୟନ୍ତି ସମାରୋହ

ଜୁନାଗଡ଼,୨୦/୪(ମନୀ ସ)- ଜୁନାଗଡ ଅନ୍ତର୍ଗତ ଆଟିଗାଁ ଆମ୍ବେଦକର ନଗର ଠାରେ ଗତ ୧୯ ଅପ୍ରିଲ ରେ ଜିଲ୍ଳା ସ୍ତରିୟ ୧୩୪ତମ ବାବାସାହେବ ଆମ୍ବେଦକର ଜୟନ୍ତୀ ମହା ସମାରୋହ ପାଳିତ ହେବା ସହ ଏକ ବିଶାଳ ଶୋଭାଯାତ୍ରାରେ ରେ ହଜାର ହଜାର ଆମ୍ବେଦକର ଅନୁଗାମୀମାନଙ୍କ ଉପସ୍ଥିତ ରହି ପାଳିତ ହୋଇଯାଇଛି। ଏହିଠାରେ ପ୍ରକୃତିବନ୍ଧୁ ତଥା ବିଶିଷ୍ଠ ସମାଜସେବୀ, ଆମ୍ବେଦକରବାଦୀ ତଥା ସମାଜ ର ଏଓଏସ୍ସିଏଫ ର ମହାସଚିବ ର ତତ୍ତ୍ବାବଧାନ ଓ ଗାଁ ଗାଁ ବୁଲି ସମାଜ ସଚେତକ ଯତୀନ୍ଦ୍ର କର ଓ ଉଦ୍ୟୋକ୍ତା ପ୍ରେମଲାଲ ନାଏକ ଙ୍କ ପ୍ରୟାସ ରେ ଏବଂ ଅବିଭକ୍ତ ଆଟିଗାଁ ବହୁଜନ ମଂଚ ତରଫରୁ ଆୟୋଜିତ ଜୟନ୍ତି ର ମୂଖ୍ଯ ଅତିଥୀ ତରଣି ସୂନା (OAS-1) ADDO , ମୂଖ୍ଯ ବକ୍ତା କମଳୀନୀ ଯାଦବ,ସମ୍ମାନିତ ଅତିଥିମାନଙ୍କ ମଧ୍ଯ ରୁ ଲିଙ୍ଗରାଜ ଆଜାଦ ସଭାପତି ନିୟମଗିରି ସୁରକ୍ଷା ସମିତି, ସରୋଜ ନାଏକ (ବହୁଜନ ନେତା), ଛବିଲାଲ ନିଆଲ ( ଓକିଲ) ତଥା ଆଇନ ପରାମର୍ଶଦାତା ଏଓଏସ୍ସିଏଫ, ଦିଗାମ୍ବର ଦୁରିଆ (ଓକିଲ), ଧବଲେଶ୍ବର ନାଗ (ଅବସରପ୍ରାପ୍ତ ଶାଖା ପରିଚାଳକ ଏସ ବି ଆଇ) , ହାତିରାମ ଦୁର୍ଗା ସଭାପତି ସରପଞ୍ଚ ସଂଘ ଧର୍ମଗଡ, କୌଶିକ ଦୁରିଆ (ସଭାପତି ଏଓଏସ୍ସିଏଫ କୋକସରା),କବିତା ବାଗ (ସରପଞ୍ଚ ) ନର୍ଳା ବ୍ଳକ, ରମଣୀ ଦୁରିଆ ସଭାନେତ୍ରୀ ସାବିତ୍ରୀ ବାଈ ଫୁଲେ ସଂଗଠନ,ଜୟଦେବ ସୁନାନୀ(ଓକିଳ), ବବିତା (ଓକିଲ) , ବିନୋଦ ନାଏକ (ଓକିଲ) ବିରଞ୍ଚି ନାରାୟଣ ଜାଳ ସଭାପତି ଏଓଏସ୍ସିଏଫ ଧର୍ମଗଡ, ପ୍ରୈଭାକର ଜାଲ (ସମ୍ପାଦକ ଏଓଏସ୍ସିଏଫ ଧର୍ମଗଡ), ରତ୍ନାକର ବେମାଲ, ଜଗଦିଶ ଯାଦବ, ତଳମଲା ସରପଞ୍ଚ ପ୍ରତିନିଧି ବ୍ରଜ ମନହିରା, ବେଣୁ ଦୁର୍ଗା (ସମାଜସେବୀ), ରଶ୍ମିରଞ୍ଜନ ସୁନା( ଭୀମ ଆର୍ମୀ ସଭାପତି), ଗୋରା ମହାନନ୍ଦ (ଅବସରପ୍ରାପ୍ତ ଶାଖା ପରିଚାଳକ ୟୁ ଜି ବି ) ଆଟିଗାଁ ବହୁଜନ ମଂଚ ର ସଭାପତି ରାମେଶ୍ଵର ଦୁର୍ଗା, ସମ୍ପାଦକ ଶିବ ପ୍ରସାଦ ସୁନାନୀ (ନାଏକ ସରପଞ୍ଚ) କୋଷାଧ୍ୟକ୍ଷ ତ୍ରିଲୋଚନ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ।ଏହି କାର୍ଯ୍ୟକ୍ରମ ରେ ବହୁଜନ ସଂଗ୍ରାମ ସମିତିର ଟିମ ସହ ସଭାପତି ରଞନ ଜାଳ, ଗୋଲାମୁଣ୍ଡା ବ୍ଲକ ଚେୟାରମେନ ବିନ୍ଦୁ ମହାନନ୍ଦ,ମହାତ୍ମା ଫୁଲେ ଆମ୍ବେଦକର ସମାଜ ସଚେତନ ସଂଗଠନ ବନ୍ଧୁଗାଁ, ନାନ୍ଦୋଲ ଆମ୍ବେଦକର କ୍ଳବ ଟିମ, ଡମ ସମାଜ ଗୋଲାମୁଣ୍ଡା ସଭାପତି ରାମ ସେନାପତି , ଅଭିମନ୍ୟୁ ନାଏକ ଶିକ୍ଷାବିତ, ଜନ୍ମେ ଜୟ ନାଏକ, ଶିବ ନାଏକ, ଅଲେଖ ନାଏକ ନାଏବ ସରପଞ୍ଚ, ଜୟ କିଶାନ ସୁନାନୀ,ଢଗମାଳୀ ନାଏକ , ବରୁଣ ମହାନନ୍ଦ, ରୋହିତ ସୁନାନୀ, ଫୁଣ୍ଡା ଟିମ୍ ଓ ଅନ୍ଯାନ୍ଯ ପ୍ରମୂଖ ସଂଗଠକ ଉପସ୍ଥିତ ରହି ଆମ୍ବେଦକର ଜୟନ୍ତି ସମାରୋହ ଅନୁଷ୍ଠିତ ହୋଇଥିଲା।ଆମ୍ବେଦକର ବିଚାରଧାରା ହେଉଛି ତର୍କ ସଂଗତ , ମାନବ ସଂଗତ,ସତ୍ଯ ସଂଗତ, ନ୍ୟାୟ ଓ ବିଜ୍ଞାନ ସଂଗତ ଅଟେ।ଧିରେ ଧିରେ ଆମ୍ବେଦକର ବିଚାରଧାରାର ଗ୍ରାମାଞ୍ଚଳ କୁ ଯାଇ ବହୁ ପରିମାଣରେ ପହଞ୍ଚାଇବ ଓ ସମ୍ବିଧାନ ଅଧିକାର ସୁରକ୍ଷିତ ସହ ତାର ସୁବିଧା ପାଇ ପାରିବେ ଓ ଏହା ଆମ୍ବେଦକର ଙ୍କ ଅବଦାନ ବୋଲି ବକ୍ତା ମାନେ ବକ୍ତବ୍ଯ ରଖିଥିଲ। ମନୋରଞ୍ଜନ ପାଇଁ ମେଲୋଡି ଦ୍ବାରା ଜୟ ଭୀମ ର ନାରା ସହ ଗିତ ନାଚ ରେ ପ୍ରକମ୍ପିତ ହୋଇଥିଲା। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପ୍ରଥମରୁ ଅଷ୍ଟମ ଛୁଆ ପାଠ ପଢୁଛନ୍ତି ଗୋଟିଏ କୋଠରୀରେ 

Sunil Chandra Nayak

ରୁପ୍ରା ଠାରେ ନର୍ଲା ରିପୋଟରସ୍ କ୍ଲବ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ 

Sunil Chandra Nayak

ସାପ୍ତାହିକ ନବୀନର ୯୭ ତମ ସ୍ଵନକ୍ଷତ୍ର ଉତ୍ସଵ  ‘ସମ୍ବାଦପତ୍ରର ପରାଧୀନତା ସମାଜ ପାଇଁ କ୍ଷତିକାରକ

Leave a Comment

error: Content is protected !!