ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ: ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ପାଳିତ ଏକ

ଡ: ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ପାଳିତ 

ରାୟଗଡ଼ା ତା: ୨୧.୪.୨୦୨୫ //   ଜିଲ୍ଲା ସଂସ୍କୃତି ଭବନ ପରିସରରେ ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ଡ: ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନିହାର ରଞ୍ଜନ କହଁର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟ ଇଂରାଜୀ ବିଭାଗର ପ୍ରାଧ୍ୟାପକ ଶ୍ରୀଯୁକ୍ତ ଶ୍ରୀନିବାସ ଆଚାରୀ ମୁଖ୍ୟବକ୍ତା ଓ ବରେଣ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଜଳନ୍ଧର ପୁଷିକା, ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ବରିଷ୍ଠ ନାଗରିକ କଲ୍ୟାଣ କମିଟିର ସଭାପତି ବିନୋଦ ଚନ୍ଦ୍ର ପଣ୍ଡା, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲ୍ଲୀନୂର ଓ ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । 

        ପ୍ରାରମ୍ଭରେ ଡ: ତ୍ରିପାଠୀଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା ପରେ ବନ୍ଦେ ଉତ୍କଳ ଜନନୀ ସମବେତ ଗାନ କରାଯାଇଥିଲା ।   ମୁଖ୍ଯ ଅତିଥି ମହାନ ବ୍ୟକ୍ତିତ୍ୱଙ୍କ ସ୍ମୃତିଚାରଣ କରିବା ସହ ସମୃଦ୍ଧ ଓଡିଶା ଗଠନ ନିମନ୍ତେ ତାଙ୍କ ଜୀବନାଦର୍ଶକୁ ଆପଣେଇବା ପାଇଁ ଯୁବପିଢିଙ୍କୁ ପ୍ରବର୍ତ୍ତାଇଥିଲେ । ଡ: ତ୍ରିପାଠୀଙ୍କ ଜନ୍ମସ୍ଥାନରୁ ନିଜ ଚାକିରୀ ଜୀବନ ପ୍ରାରମ୍ଭ କରିଥିବା ଶ୍ରୀଯୁକ୍ତ କହଁର ନିଜ ଅଭିଜ୍ଞତା ବଖାଣିବା ସମୟରେ ଛଳ ଛଳ ନୟନରେ ଭାବପ୍ରବଣ ହୋଇପଡିଥିଲେ । ମୁଖ୍ଯବକ୍ତା ସମେତ ସମସ୍ତ ବରେଣ୍ଯ ଅତିଥିବୃନ୍ଦ ମହାପୁରୁଷଙ୍କ ସ୍ମୃତିଚାରଣ କରିବା ସହ ଜଣେ ଅବିବାଦୀୟ ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ନିରାଡାମ୍ବର ଜୀବନ ସମାଜରେ ଉତ୍ତମ ଚରିତ୍ର ଗଠନରେ ସହାୟକ ହୋଇପାରିବ ବୋଲି କହିଥିଲେ । ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ରଥ ନିଜ ସଂପର୍କୀୟ ଡ: ତ୍ରିପାଠୀଙ୍କ ବ୍ୟକ୍ତିଗତ ଗୁଣାବଳୀର ଗୁଣଗାନ ସହ ଜଣେ ଉତ୍ତମ ଶିକ୍ଷକ, ସାହିତ୍ୟିକ ଓ ସର୍ବୋପରି ଲକ୍ଷ୍ମଣ ନାୟକଙ୍କ ଜୀବନୀ ଲିଖନ ବିଷୟରେ ଆଲୋକପାତ କରିଥିଲେ । 

      ଏଥି ନିମନ୍ତେ ଆୟୋଜିତ ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତ୍ତି ଛାତ୍ର, ଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।    ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ପ୍ରଧାନ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମର ସଞୋଜନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭା seଗର କ୍ଷୀପ୍ର ଲେଖିକା କୁମୁଦିନୀ ମିଶାଲ, ଗ୍ରନ୍ଥାଗାରିକ ଡମ୍ବରୁଧର ପଣ୍ଡା, ବରିଷ୍ଠ ରାଜସ୍ବ ସହାୟୀକା ଭବାନୀ ଶବର, ସଂଯୋଜକ ସମ୍ରାଟ ସାହୁ, ରାଜେନ୍ଦ୍ର ଦୋରା, ରଞିତ ପିରବାକା,ଜି ଚନ୍ଦ୍ର ଶେଖର ପ୍ରମୁଖ ସମସ୍ତ କର୍ମକର୍ତ୍ତା ଆୟୋଜନରେ ସହଯୋଗ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପୂର୍ବତନ ବିଧାୟକ ବହଳଦା ପ୍ରହ୍ଲାଦ ପୂର୍ତ୍ତିଙ୍କ ବହଳଦା ରୋଡ଼ ଝରାଡ଼ିହ ଷ୍ଟେଟନ ଗସ୍ତରେ ଯାଇ ଅଂଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସମାଧାନ ପାଇଁ ପ୍ରୟାସ କରିବେ ବୋଲି କହିଥିଲେ

Sunil Chandra Nayak

ବିଦ୍ୟାଳୟ ଶ୍ରେଣୀ ଗୃହ ଛାତରୁ ଝରୁଛି ବର୍ଷା ପାଣି ,ଶ୍ରେଣୀ ବାହାରେ ପଢୁଛନ୍ତି ଛାତ୍ରଛାତ୍ରୀ

Sunil Chandra Nayak

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ବଣ୍ଟନ

masiha

Leave a Comment

error: Content is protected !!