ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସୁଦେବପୁର ଜନ କଲ୍ୟାଣ ପରିଷଦ ଆନୁକୂଲ୍ୟରେ ଜାତୀୟ କବି ବାଞ୍ଛାନିଧି ଜୟନ୍ତୀ ପାଳିତ

ବାସୁଦେବପୁର ଜନ କଲ୍ୟାଣ ପରିଷଦ ଆନୁକୂଲ୍ୟରେ ଜାତୀୟ କବି ବାଞ୍ଛାନିଧି ଜୟନ୍ତୀ ପାଳିତ

ରାଉରକେଲା: ଭାରତୀୟ ଜାତୀୟ ଆନ୍ଦୋଳନ ଓ ମୁକ୍ତି ସଂଗ୍ରାମ ପାଇଁ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ଅବଦାନ ଅତୁଳନୀୟ। ତାଙ୍କର ଭାବ-ଉଦ୍ଦୀପକ କବିତାବଳୀ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରେ ଜାତୀୟତାର ଝଂକାର ସୃଷ୍ଟି କରିଥିଲା। ବାସ୍ତବରେ ଜାତି ଓ ଦେଶ ପାଇଁ ସେ ଯେଭଳି ନିର୍ଭୀକ ଭାବେ ଆବେଗମୟ ବାର୍ତ୍ତା ନିଜେ ଲୋକମାନଙ୍କ ପାଖରେ ପହଞ୍ଚାଇ ପାରିଥିଲେ, ତାହା ଅସାଧାରଣ। ଭଦ୍ରକ ଜିଲ୍ଲାର ବାସୁଦେବପୁର ଥାନା ଇରମ ଗାଁରେ ଜନ୍ମଗ୍ରହଣ କରି ସେ ମାଟିକୁ ଧନ୍ୟ କରିଥିବା ସେହି ମହାନ୍ ଜାତୀୟ ଚାରଣ କବିଙ୍କ ୧୨୯ତମ ଜୟନ୍ତୀ ରାଉରକେଲା ଠାରେ ବାସୁଦେବପୁର ଜନକଲ୍ୟାଣ ପରିଷଦ ଆନୁକୂଲ୍ୟରେ ପାଳନ ଅବସରରେ ବକ୍ତା ମାନେ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ। ପରିଷଦର ଉପସଭାପତି ଡାକ୍ତର ରବୀନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବ ପ୍ରାରମ୍ଭରେ ଅତିଥି ମାନଙ୍କ ସହ ସଦସ୍ୟ ସଦସ୍ୟା ମାନେ କବିଙ୍କ ତୈଳ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ଧୂପ ପ୍ରଜ୍ବଳନ କରି ନିଜର ଭକ୍ତି ଅର୍ଘ୍ୟ ଅର୍ପଣ କରିଥିଲେ। ସାଧାରଣ ସମ୍ପାଦକ ଲକ୍ଷ୍ମଣନାଥ ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ କବିଙ୍କ ଜୀବନୀ ସମ୍ପର୍କୀତ ଏକ ଆଲେଖ୍ୟ ପାଠ କରିଥିଲେ। ମୁଖ୍ୟବକ୍ତା ଅଧ୍ୟାପକ କମଳାକାନ୍ତ ଦାଶ କବିଙ୍କ ପରିବାର ସମ୍ପର୍କରେ ନିଜର ବ୍ୟକ୍ତିଗତ ଅଭିଜ୍ଞତା ବର୍ଣ୍ଣନା କରିବା ସହ କବିଙ୍କର ତ୍ୟାଗପୂତ ଜୀବନ, ବ୍ୟକ୍ତିତ୍ବ ଓ କାଳଜୟୀ କବିତା ଦ୍ବାରା ଲୋକ ମାନଙ୍କୁ କିପରି ଉଦବୁଦ୍ଧ କରିପାରିଥିଲେ ସେସମ୍ପର୍କରେ ଆଲୋକପାତ କରିଥିଲେ। କବି ବାଞ୍ଛାନିଧି ବଣମଲ୍ଲୀ ପରି ଅନ୍ଧାରୀ ମୁଲକରେ ଥିଲେ ଉଦାର-ହୃଦୟୀ, ଦେଶପ୍ରେମୀ, ନିଃସ୍ବାର୍ଥପର, କାଳଜୟୀ, ବାଗ୍ମୀ, କବି ଓ ଜନନାୟକ। ମୁଖ୍ୟଅତିଥି କବି ବଳରାମ ରାଉଳ ବାଞ୍ଛାନିଧି ମହାନ୍ତିଙ୍କର ଭାରତୀୟ ସ୍ବାଧିନତା ଆନ୍ଦୋଳନକୁ ଅମୂଲ୍ୟ ଅବଦାନ ସମ୍ପର୍କରେ ଆଲୋଚନା କରିବା ସହ କବିଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ସ୍ବରଚିତ କବିତା ପାଠ କରିଥିଲେ। ଯୁଗ୍ମ ସମ୍ପାଦକ ଶରତ କୁମାର ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ସହ କୋଷାଧ୍ୟକ୍ଷ ଉଦୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଉପସଭାପତି ସୁବାସ ଚନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ବିଶ୍ବନାଥ ସାହୁ, ସହ ସମ୍ପାଦକ ସନାତନ ପତି, ସହ ସମ୍ପାଦକ ଅଚ୍ୟୁତାନନ୍ଦ ଦାସ, କାର୍ଯ୍ୟକାରୀ ସଦସ୍ୟ ଉପେନ୍ଦ୍ର ପ୍ରସାଦ ଦାଶ ଏବଂ ଉଜ୍ଜ୍ୱଳ ପ୍ରଦୀପ ଦାସ, ସଦସ୍ୟ ପ୍ରବୀର ପାଢ଼ୀ , ଜ୍ୟୋତିର୍ମୟୀ ପତି, ଶାନ୍ତିଲତା ପାଢ଼ୀ, ଆଦିକନ୍ଦ ନାୟକ, ଲକ୍ଷ୍ମୀକାନ୍ତ ଦାସ, ସ୍ମରଣୀକା ରାଉଳ, ସୁମିତ୍ରା ରାଉଳ, ଲାବଣ୍ୟ ପାଢ଼ୀ, ଭାରତ କୁମାର, ବିବେକାନନ୍ଦ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିବାବେଳେ ଶତାଧିକ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଜିଠାରୁ ପୁଣି ଦୁଲୁକିବ ଚଇତି ମଞ୍ଚ। – ରଙ୍ଗାରଙ୍ଗ କାର୍ଯକ୍ରମରେ ପୁଣି ଦୁଲିକିବ ଚଇତି ମଞ୍ଚ

masiha

ଓଷ୍ଟା ରାଉରକେଲା ସିଟି ଜୋନ ର ଶିଶୁ ଉତ୍ସବ

Sunil Chandra Nayak

ବିଦ୍ୟାଳୟ ପରିଚାଳନା କମିଟି ଗଠନ 

Sunil Chandra Nayak

Leave a Comment

error: Content is protected !!