ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସି ଆର ଏମ ଋଣ ସମବାୟ ସମିତି ର ୫୦ ତମ ସଧାରଣ ବୈଠକ ଅନୁଷ୍ଠିତ

ସି ଆର ଏମ ଋଣ ସମବାୟ ସମିତି ର ୫୦ ତମ ସଧାରଣ ବୈଠକ ଅନୁଷ୍ଠିତ

ରାଉରକେଲା: କୋଲ୍ଡ ରୋଲିଂ ମିଲ୍ ଋଣ ସମବାୟ ସମିତି ର ୫୦ ତମ ସଧାରଣ ବୈଠକ ସାଲୁ କୁଅଁର କିସ୍କୁଙ୍କ ଅଧ୍ୟକ୍ଷତା ରେ ସେକ୍ଟର -୭ କମୁନିଟୀ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଯାଇଅଛି। ଏହି ବୈଠକ ରେ ଆର୍ ଏସ୍ ପି ର ମହାପ୍ରବନ୍ଧକ ଡି.ବାନାର୍ଜୀ ମୁଖ୍ୟ ଅତିଥି , ଓ ଏଚ.ଗୁରୁପ୍ରସାଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଜି ଏମ ପ୍ରଶାନ୍ତ ଭସ୍ମି, ବିପିନ୍ ରାୱାତ୍ , ସିନିୟର୍ ମ୍ୟାନେଜର ପଦ୍ମଲୋଚନ ବାଗ୍ , ମ୍ୟାନେଜର ଆର୍. କେ.ପଣ୍ଡା ଏବଂ କମିଟି ସଦସ୍ୟ ଦେବାଶିଷ ଭୋଳ, ପ୍ରଦୀପ କୁମାର ବେହେରା , ସମିତି ର ସଧାରଣ ସମ୍ପାଦକ ଅଜୟ କୁମାର ମଲିକ୍ , ପ୍ରମୁଖ ମଞ୍ଚାସିନ ଥିଲେ। କୋଷାଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମଲିକ୍ ମଞ୍ଚ ପରିଚାଳନା କରିଥିଲେ ।ସଂପାଦକୀୟ ବିବରଣୀ ଏବଂ ୨୦୨୪ -୨୫ ର ବଜେଟ୍ ଓ ୨୦୨୫-୨ ୬ର ଅଗ୍ରୀମ ବଜେଟ୍ ଅଜୟ କୁମାର ମଲିକ୍ ଉପସ୍ଥାପନା କରିଥିଲେ । ଏହାକୁ ସଦସ୍ୟ ମାନେ ସମର୍ଥନ ଜଣାଇଥିଲେ। ଏହା ସହିତ ୨୦୧୮ ରୁ ୨୦୨୨ ଆର୍ଥିକ ବର୍ଷର ଅଡିଟ ରିପୋର୍ଟ ସମ୍ପାଦକଙ୍କ ଦ୍ଵାରା ଉପସ୍ଥାପିତ କରାଯାଇଥିଲା। ଖୁବ୍ ଶୀଘ୍ର ଏହି ୪ବର୍ଷ ର ଲାଭାଂଶ ସଦସ୍ୟ ମାନଙ୍କ ମଧ୍ୟରେ ବାଣ୍ଟିବା ପାଇଁ ନୋଟିସ୍ ମାଧ୍ୟମରେ ଜଣାଇଦିଆଯିବ ବୋଲି ପ୍ରକାଶ କରିଥିଲେ । ଏହି ବୈଠକ ରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଦୋଷ କୁମାର ପଣ୍ଡା, ଲଳିତ ସୁନ୍ଦର ଜେନା, ପଦ୍ମନ୍ ମହାପାତ୍ର, ଅକ୍ଷୟ କୁମାର ଧଳ , ମନୋଜ୍ ମଙ୍ଗରାଜ ରସାନ୍ତ୍ କୁମାର୍ ମହାନ୍ତି, କାଳୀ ଚରଣ ଦାସ, ସୁନୀଲ ନାଏକ୍, ସୁରଜ୍ ସରପ , ଅମିତାଭ ମହାନ୍ତି, ସଞ୍ଜୟ ମହାନ୍ତି,ରବୀନ୍ଦ୍ର ବେହେରା,ବିପିନ୍ ପାଢ଼ୀ, ବେଣୁଧର ତ୍ରିପାଠୀ ,ମନୋଜ୍ କୁମାର ପଣ୍ଡା ,ତ୍ରିନାଥ ପାଟୁଆ, ପ୍ରଫୁଲ୍ଲ ନାଏକ, ରବୀନ୍ଦ୍ର ସାମଲ,ଅରୁଣ ପରିଡ଼ା, ଡି ଆର୍ ଲେଙ୍କା, ତୁଷାର ଲେଙ୍କା , ଶରତ ନାୟକ , ଲକ୍ଷ୍ମଣ ପ୍ରଧାନ, ସୁଦର୍ଦ୍ଦନ ସେନାପତି,ଚନ୍ଦ୍ରଭାନୁ ମହାନ୍ତି,ପୀତବାସ ଭୋଇ, ଆଶିଷ ସାହାଣୀ , ଦୁର୍ଯ୍ୟୋଧନ ସାହୁ ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ । ଶେଷ ରେ ଦେବାଶିଷ ଭୋଳ ଧନ୍ୟବାଦ୍ ଅର୍ପଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦଶ ବର୍ଷ ହେଲା ନିଖୋଜ ବ୍ୟକ୍ତି ର ଦଶାହ କାର୍ଯ୍ୟ

Sunil Chandra Nayak

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ସମାଜସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସମ୍ବର୍ଦ୍ଧିତ…

Sunil Chandra Nayak

ଉତ୍ତେଇ ଭେଲି ଉତ୍ପାଦକ କମ୍ପାନୀ ଲିମିଟେଡ଼ର ଏକ ବୈଠକ

masiha

Leave a Comment

error: Content is protected !!