ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାକାରମାନେ ଜଣେ ଜଣେ ସମାଜ ସଂସ୍କାରକ, ସେମାନଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ଅସମିଚୀନ : ମହାସଚିବ 

କଳାକାରମାନେ ଜଣେ ଜଣେ ସମାଜ ସଂସ୍କାରକ, ସେମାନଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ଅସମିଚୀନ : ମହାସଚିବ 

ଖଇରା୨୧/୪/୨୫ – ସମ୍ପ୍ରତି ଆମ ଯଲିଉଡ଼୍ ଭିତରେ ଏକ ଅସ୍ବସ୍ତିକର ବାତ୍ତାବରଣ ଛାଇ ଯାଇଥିବା ମନେହୁଏ। ଯାତ୍ରା ମାଲିକ ଓ କଳାକାରଙ୍କ ଭିତରେ ବୁଝାମଣାର ଅଭାବବୋଧ ତାହାର ମୂଖ୍ୟ କାରଣ ବୋଲି ବିବେଚନା କରାଯାଇପାରେ। ତେବେ ଏହାର ଆଶୁ ସମାଧାନ ଏକାନ୍ତ ଆବଶ୍ୟକ।

          କଳାକାର ମାନେ ଜଣେ ଜଣେ ସଂସ୍କାରକ। ସେମାନେ ଯେତିକି ଶାନ୍ତ, ସରଳ ସେତିକି ସ୍ୱାଭିମାନୀ ମଧ୍ୟ। ତାକୁ ନିଜ ସ୍ୱାର୍ଥ ସିଦ୍ଧି ନିମନ୍ତେ ଯେ କୌଣସି ମାଧ୍ୟମରେ ପ୍ରଭାବିତ କରି ଅଙ୍ଗୁଳି ନିର୍ଦ୍ଦେଶରେ ନଚେଇବା ମାନସିକତାକୁ କେବେ ବରଦାସ୍ତ କରିପାରେନା। କଳାକାର ମାନେ ” ସବୁ କଳାକାର ଏକ ପରିବାର ” ଆଦର୍ଶବୋଧର ଅନୁପ୍ରାଣିତ। ଯାତ୍ରା ମାଲିକ ମାନେ (କତିପୟ) ରୂଢିବାଦୀ ହୁକୁମାତି କରିବା ଆଦୌ ଶୁଭଙ୍କର ନୁହେଁ। ମାଲିକ ଓ କଳାକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ଉଭୟ ପକ୍ଷ ଏଥି ପ୍ରତି ସଚେତନ ହେବା ଉଚିତ।

          ଉଭୟ ମାଲିକ ଓ ଯାତ୍ରା କଳାକାର ସଂଘ ଆପୋଷ ମିଳାମିଶାରେ ଆଜିର ସମସ୍ୟାର ସମାଧାନ ପ୍ରତି ଆଗ୍ରହ ପ୍ରଦର୍ଶନ କରିବା ଉଚିତ। ଗୋଟିଏକୁ ଛାଡି ଗୋଟିଏ ସଂଘ କିଛି ଗୋଟାଏ ନିଷ୍ପତି ନେବା ଅଗଣତାନ୍ତ୍ରିକ ହେବ। ବ୍ୟକ୍ତିଗତ ଅସୂୟା ଓ ଆକ୍ରୋଶ ମନୋଭାବକୁ ସମ୍ପୂର୍ଣ ପରିହାର କରାଯିବା ନିତ୍ଯାନ୍ତ ପ୍ରୟୋଜନ ।

           କେହି ଜଣେ ମାଲିକ ଚାହିଁଲେ ଜଣେ ବି କଳାକାର ସୃଷ୍ଟି କରିପାରିବେ ନାହିଁ। ମାତ୍ର କଳାକାର ମାନେ ଚାହିଁଲେ ବହୁ ମାଲିକ ସୃଷ୍ଟି କ୍ଷମ ହୋଇ ପାରିବେ। ଏହା ଦ୍ୱାରା ଉଭୟ ପକ୍ଷର କ୍ଷତି ଘଟିବ – ଏହାକୁ କେହି ଅସ୍ବୀକାର କରିପାବେ ନାହିଁ । ତେଣୁ ବେଳ ଥାଉଁ ଥାଉଁ ବନ୍ଧ ବାନ୍ଧିବାକୁ ହେବ। ଉଭୟ ପକ୍ଷ ଉଦାର ମନୋଭାବ ପୋଷଣ ସହିତ ଉପସ୍ଥିତ ସମସ୍ୟାର ସମାଧାନ ପ୍ରତି ଆଗେଇ ଆସନ୍ତୁ, କଳା କ୍ଷେତ୍ରରେ ଏକ ସୁସ୍ଥ ବାତ୍ତାବରଣ ଫେରେଇ ଆଣନ୍ତୁ। ଏଥିରେ ଉଭୟ ପକ୍ଷର ନିଶ୍ଚିତ କଲ୍ୟାଣ ସାଧିତ ହୋଇପାରିବ ବୋଲି ଦୃଢତାର ସହିତ କହିଛନ୍ତି ସୁବାସ ଚନ୍ଦ୍ର ସାହୁ, ମହାସଚିବ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ, ଓଡ଼ିଶା ବାଲାଜୀପେଣ୍ଠ ସାହି, ବ୍ରହ୍ମପୁର, ଗଞ୍ଜାମ । ମୁଁ(ନରେନ୍ଦ୍ର ପ୍ରସାଦ ବେହେରା) ବି ଜଣେ କଳାକାର ଭାବେ ବାଲେଶ୍ବର ଜିଲ୍ଲାରୁ ଉକ୍ତ ସଙ୍ଘରେ ପଦପଦବୀରେ ଅଛି । ତେଣୁ ତୁରନ୍ତ ଏହାର ସମାଧାନ ପାଇଁ ଉଭୟ ପକ୍ଷଙ୍କୁ ନିବେଦନ କରୁଛି ।।

ବାଲେଶ୍ବର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭାରତୀୟ ସେନାବାହିନୀ ରେ ଅଗ୍ନିପଥ ଯୋଜନାରେ ଜିଲ୍ଲାର ଯୁବାବର୍ଗ ଙ୍କ ଭର୍ତ୍ତି ସମ୍ଭନ୍ଧିୟ ବୈଠକ 

Sunil Chandra Nayak

ପାଣିରେ ବୁଡି ୫ବର୍ଷର ଶିଶୁପୁତ୍ର ମୃତ

masiha

ଧର୍ମଗଡ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!