ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୋଇଡା ର ୧୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୋଇଡା ର ୧୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

କୋଇଡା-୨୧/୦୪ // ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୋଇଡା ର ୧୧୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି I ଅଞ୍ଚଳର ସର୍ବପୁରାତନ ବିଦ୍ୟାଳୟ ର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋଇଡା (ଖ) ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ନାଏକ ଯୋଗ ଦେଇଥିଲେI ମୁଖ୍ୟ ବକ୍ତା ଭାବେ କୋଇଡା କଲେଜର ଅଧ୍ୟାପକ ରାଧା ମୋହନ ପଟ୍ଟନାୟକ ଓ଼ ସଂମାନିତ ଅତିଥି ଭାବେ ବଣାଇ ର ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀ,କୋଇଡା ତହସିଲଦାର ନିର୍ମଳ କୁମାର ବିଶ୍ୱାଳ, କୋଇଡା ବ୍ଲକ ଗୋଷ୍ଟୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ବେହେରା,କୋଇଡା ଗ୍ରାମ ପଂଚାୟତ ର ସରପଞ୍ଚ ହୃଷିକେଶ ଦେହୁରୀ, ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ବିଦ୍ୟାଧର ମାହୁନ୍ତ, ଭଞ୍ଜପାଲି ସିଆରସିସି ରଂଜିତା ବିଶ୍ୱାଳ, ୱାର୍ଡ ସଭ୍ୟ ପରମାନନ୍ଦ ନାଏକ, କୋଇଡା ପଞ୍ଚାୟତ ପୂର୍ବତନ ସରପଞ୍ଚ କୁମାରୀ ସନ୍ଧ୍ୟା ରାଣୀ ନାଏକ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭଞ୍ଜପାଲି ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରତିଭା ରାୟ ପ୍ରମୁଖ ଯୋଗଦାନ କରିଥିଲେ I ସଭାର ସଭାପତି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜନାର୍ଦ୍ଦନ ଦେହୁରୀ ଙ୍କୁ ଚୟନ କରାଯାଇଥିଲା । ଉପସ୍ଥିତ ଅତିଥିଗଣ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ଶିକ୍ଷା ଆରୋହଣ ରେ ଶିକ୍ଷକ ଙ୍କ ଠାରୁ ସେମାନଙ୍କ ଅଭିଭାବକ ମାନଙ୍କୁ ଯଥେଷ୍ଟ ଯତ୍ନବାନ ହେବା ଦିଗରେ ଗଭୀର ଆଲୋକପାତ କରିଥିଲେ I ବାର୍ଷିକ କ୍ରୀଡା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ I କାର୍ଯ୍ୟକ୍ରମ ଶେଷଭାଗ ରେ ବିଦ୍ୟାଳୟ ର ଛାତ୍ରଛତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନୃତ୍ୟ ଗୀତ ପରିବେଷଣ ଦ୍ୱାରା ମଞ୍ଚାସୀନ ଅତିଥି ଏବଂ ଉପସ୍ଥିତ ଦର୍ଶକ ମାନଂକୁ ବିମୋହିତ କରିଥିଲା I ମୂଖ୍ୟ ଅତିଥି ଅଶୋକ କୁମାର ନାଏକ ଙ୍କ ବକ୍ତବ୍ୟ ସମସ୍ତଙ୍କୁ ଭାବପ୍ରବଣ କରେଇଥିଲା । ମା’ ଶିକ୍ଷିତ ହେଉ କି ଅଶିକ୍ଷିତ କିପରି ଶିଶୁର ଶିକ୍ଷାର ବିକାଶ ରେ ତାଙ୍କର ଭୂମିକା ଗୁରୁତର ବହନ କରେ,ତାଙ୍କ ନିଜର ଉଦାହରଣ ଦେଇ ଅଭିଭାବକ ଅଭିଭାବିକା ତଥା ଛାତ୍ରଛାତ୍ରୀ ଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀ ନିରଞ୍ଜନ ରଣସିଂହ ଅତିଥି ପରିଚୟ, ଧନ୍ୟବାଦ ଅର୍ପଣ ତଥା ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ଦିପକ କୁମାର ପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ ଓ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସମ୍ମାନିତ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ରଥ ନାଏକ , କାଜଲସେନ ବେଉରା , ସସ୍ମିତା ଜେନା, ଚଞ୍ଚଳା ନାଏକ, କଳ୍ପନା ନାଏକ, ରେଣୁବାଳା ପାତ୍ର, ସକୁନ୍ତଳା ଦାସ ବାର୍ଷିକ ଉତ୍ସବ ର ସଫଳ ଆୟୋଜନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ I

କୋଇଡାରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସନ୍ତୋଷ ସିଂଦେଓଙ୍କୁ ଦେବଗିରି ସାମ୍ବାଦିକତା ସମ୍ମାନ

masiha

ମୁଖ୍ୟ ଚିକତ୍ସାଲୟ ରେ ବିରଳ ଚିକିତ୍ସା

Sunil Chandra Nayak

ଖଡ଼ିଆଲ ମହୋତ୍ସବ ତୃତୀୟ ସନ୍ଧ୍ୟା

Sunil Chandra Nayak

Leave a Comment

error: Content is protected !!